Advertisment

ସିଙ୍ଘୁ ସୀମାରୁ ଗିରଫ ହେଲା ଶୁଟର୍, କୃଷକ ନେତାଙ୍କୁ ହତ୍ୟା ପାଇଁ କରିଥିଲା ଯୋଜନା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପ୍ରାୟ ୩ ମାସ ହେବ କୃଷକମାନ ଆନ୍ଦୋଳନରେ ବସିଛନ୍ତି। ବିଭିନ୍ନ ରାଜ୍ୟର କୃଷକ ସଙ୍ଗଠନମାନେ ଏକାଠି ହୋଇ ଦିଲ୍ଲୀ-ହରିୟାଣା ସିଙ୍ଘୁ ସୀମାରେ ଧାରଣା ଦେଇଛନ୍ତି।  ଆସନ୍ତା ଜାନୁଆରୀ ୨୬ରେ କୃଷକମାନ ଟ୍ରାକ୍ଟର ରାଲି କରିବା ପାଇଁ ଅଡି ବସିଛନ୍ତି। ଏହାରି ଭିତରେ ସିଙ୍ଘୁ ସୀମାରୁ ଜଣେ ସନ୍ଦିଗ୍ଧ ଶୁଟରଙ୍କୁ କାବୁ କରିଛନ୍ତି କୃଷକ । କୃଷକ ନେତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଶୁଟର୍ ଜଣକ ଧାରଣାସ୍ଥଳକୁ […]

ଅଦ୍ୟତନ ହୋଇଛି
ସିଙ୍ଘୁ ସୀମାରୁ ଗିରଫ ହେଲା ଶୁଟର୍, କୃଷକ ନେତାଙ୍କୁ ହତ୍ୟା ପାଇଁ କରିଥିଲା ଯୋଜନା

suspect-arrest

Advertisment

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପ୍ରାୟ ୩ ମାସ ହେବ କୃଷକମାନ ଆନ୍ଦୋଳନରେ ବସିଛନ୍ତି। ବିଭିନ୍ନ ରାଜ୍ୟର କୃଷକ ସଙ୍ଗଠନମାନେ ଏକାଠି ହୋଇ ଦିଲ୍ଲୀ-ହରିୟାଣା ସିଙ୍ଘୁ ସୀମାରେ ଧାରଣା ଦେଇଛନ୍ତି।  ଆସନ୍ତା ଜାନୁଆରୀ ୨୬ରେ କୃଷକମାନ ଟ୍ରାକ୍ଟର ରାଲି କରିବା ପାଇଁ ଅଡି ବସିଛନ୍ତି। ଏହାରି ଭିତରେ ସିଙ୍ଘୁ ସୀମାରୁ ଜଣେ ସନ୍ଦିଗ୍ଧ ଶୁଟରଙ୍କୁ କାବୁ କରିଛନ୍ତି କୃଷକ । କୃଷକ ନେତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଶୁଟର୍ ଜଣକ ଧାରଣାସ୍ଥଳକୁ ଆସିଥିବା ଜଣାପଡିଛି।

Advertisment

ଏହି ସନ୍ଧିଗ୍ଧ ଶୁଟର୍ ଜଣକ ନାଁ ୟୋଗେଶ, ଘର ହରିୟାଣାର ସୋନିପତ ଅଞ୍ଚଳରେ ବୋଲି ଜଣାପଡିଛି। ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଅନୁଯାୟୀ, ଉକ୍ତ ସନ୍ଦିଗ୍ଧ ଯୁବକ ଜଣକ ଦିଲ୍ଲୀ ପୁଲିସ ନାଁରେ ଗୁରୁତର ଅଭିଯୋଗ ଆଣିଛି । ଜାନୁଆରୀ ୨୬ ଦିନ ମଞ୍ଚ ଉପରେ ୪ଜଣ କୃଷକ ନେତାଙ୍କୁ ହତ୍ୟା କରିବାକୁ ପୁଲିସ ତାକୁ ନିର୍ଦ୍ଦେଶ ଦେଇଥିବା ସେ କହିଛି।

ଆସନ୍ତା ୨୬ ତାରିଖରେ କୃଷକଙ୍କ ଟ୍ରାକ୍ଟର ରାଲିରେ ଯୁବକ ଜଣକ ଗୁଳିମାଡ କରିଥାନ୍ତା। କେବଳ ସେତିକି ନୁହେଁ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ମଧ୍ୟ ପ୍ରୟାସ କରିଥାନ୍ତା ବୋଲି ଉକ୍ତ ଯୁବକ ଜଣକ ମିଡିଆ ଆଗରେ ସ୍ୱୀକାର କରିଛି। ସେ ଆହୁରି କହିଛି, କୃଷକମାନେ ଅସ୍ତ୍ରଶସ୍ତ୍ର ନେଉଛନ୍ତି ନା ନାହିଁ ତାହା ଜାଣିବା ପାଇଁ ଦୁଇଟି ଟିମ୍ ଗଠନ କରାଯାଇଛି । ସେ ନିଜେ ୧୯ ତାରିଖରୁ ସିଙ୍ଘୁ ସୀମାରେ ରହିଛି ବୋଲି ସନ୍ଦିଗ୍ଧ ଯୁବକ ଜଣକ ବୟାନ ଦେଇଛି।

Advertisment

ପୁଲିସ ୟୋଗେସ ଏବଂ କିଛି କୃଷକଙ୍କ ପଚରାଉଚରା ଜାରି ରହିଛି। ପୂର୍ବରୁ ୟୋଗେଶର କୌଣସି ଅପରାଧିକ ରେକର୍ଡ ନଥିବା ପୁଲିସ କହିଛି। ସେପଟେ ଏହାକୁ ନେଇ ଆମ୍ ଆଦମୀ ପାର୍ଟି କହିଛି, ଯାହାର ଭୟ ଥିଲା ତାହା ସତ ହେବାକୁ ଯାଉଛି । କୃଷକ ସଙ୍ଗଠନକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଆସନ୍ତା ଜାନୁଆରୀ ୨୬ରେ ଆନ୍ଦୋଳନରତ କୃଷକମାନ ଟ୍ରାକ୍ଟର ରାଲି କରିବା ପାଇଁ ଅଡି ବସିଛନ୍ତି । ଏହା ଉପରେ ରୋକ ଲଗାଇବା ପାଇଁ ପ୍ରୟାସ ଚାଲିଛି । କିନ୍ତୁ ସୁମ୍ରିମକୋର୍ଟ ରାଲି ଉପରେ ରୋକ ଲଗାଯାଇ ପାରିବ ନାହିଁ, ପୁଲିସ ଯାହା କରିବା କଥା କରିବ, ବୋଲି ସଫାସଫା କହିଥିଲେ।

Farmer Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe