Advertisment

ଦିଲ୍ଲୀ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଥିଲେ ତାହିର ହୁସୈନ୍!

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକାଣ୍ଡ ଘଟଣାରେ କଡ଼କଡ଼ଡୁମା କୋର୍ଟରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ଆମ ଆଦମୀ ପାର୍ଟିର ପୂର୍ବତନ ନେତା ତାହିର ହୁସୈନଙ୍କୁ ମାଷ୍ଟରମାଇଣ୍ଡ ବୋଲି ଦର୍ଶାଇଛି ଦିଲ୍ଲୀ ପୁଲିସ। ଚାର୍ଜସିଟରେ ତାହିର ହୁସୈନଙ୍କ ସମେତ ୧୫ଜଣ ଅଭିଯୁକ୍ତଙ୍କ ନାମ ରହିଛି। ପ୍ରାୟ ଏକ ହଜାର ପୃଷ୍ଠା ବିଶିଷ୍ଟ ଏହି ଚାର୍ଜସିଟରେ ତାହିରଙ୍କ ଭାଇ ଶାହ ଆଲମଙ୍କୁ ମଧ୍ୟ ଅଭିଯୁକ୍ତ ଦର୍ଶାଯାଇଛି। ଏନେଇ ପୁଲିସ କହିଛି ଯେ, ହିଂସା ସମୟରେ ଅଭିଯୁକ୍ତ ତାହିର ହୁସୈନ ନିଜ […]

ଦିଲ୍ଲୀ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଥିଲେ ତାହିର ହୁସୈନ୍!

tahir-hussain

Advertisment

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକାଣ୍ଡ ଘଟଣାରେ କଡ଼କଡ଼ଡୁମା କୋର୍ଟରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ଆମ ଆଦମୀ ପାର୍ଟିର ପୂର୍ବତନ ନେତା ତାହିର ହୁସୈନଙ୍କୁ ମାଷ୍ଟରମାଇଣ୍ଡ ବୋଲି ଦର୍ଶାଇଛି ଦିଲ୍ଲୀ ପୁଲିସ। ଚାର୍ଜସିଟରେ ତାହିର ହୁସୈନଙ୍କ ସମେତ ୧୫ଜଣ ଅଭିଯୁକ୍ତଙ୍କ ନାମ ରହିଛି।

Advertisment

ପ୍ରାୟ ଏକ ହଜାର ପୃଷ୍ଠା ବିଶିଷ୍ଟ ଏହି ଚାର୍ଜସିଟରେ ତାହିରଙ୍କ ଭାଇ ଶାହ ଆଲମଙ୍କୁ ମଧ୍ୟ ଅଭିଯୁକ୍ତ ଦର୍ଶାଯାଇଛି। ଏନେଇ ପୁଲିସ କହିଛି ଯେ, ହିଂସା ସମୟରେ ଅଭିଯୁକ୍ତ ତାହିର ହୁସୈନ ନିଜ ଘର ଛାତ ଉପରେ ଥିଲେ। ସେ ହିଂସାକାଣ୍ଡରେ ଲିପ୍ତ ଥିଲେ। ପୁଲିସ କହିବାନୁସାରେ, ତାହିର ୧ କୋଟି ୩୦ ଲକ୍ଷ ଟଙ୍କା ହିଂସାକାଣ୍ଡ କରିବାକୁ ଖର୍ଚ୍ଚ କରିଥିଲେ।

ଚାର୍ଜସିଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ହିଂସାକାଣ୍ଡ ପୂର୍ବରୁ ତାଗିର ସିଏଏ ଏବଂ ଏନଆରସି ବିରୋଧରେ ବିକ୍ଷୋଭ କରୁଥିବା ଲୋକମାନଙ୍କ ସହ ଆଲୋଚନା କରିଥିଲେ। ସେ ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

Advertisment

ପୁଲିସ ଦାଖଲ କରିଥିବା ଚାର୍ଜସିଟ୍ ମୁତାବକ, ଦିଲ୍ଲୀ ହିଂସାକାଣ୍ଡ ଲାଗି ପୂର୍ବରୁ ପ୍ରସ୍ତୁତି କରାଯାଇଥିଲା। ତାହିର ଲୋକଙ୍କ ସହ ଆଲୋଚନା କରି ସମୟ ନିର୍ଦ୍ଧାରିତ କରିଥିଲେ। ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦିଲ୍ଲୀ ଆସିବେ, ସେହି ସମୟରେ ହିଂସାକାଣ୍ଡ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ତେବେ ପୁଲିସର ଏହି ଚାର୍ଜସିଟରେ କିନ୍ତୁ ଉମର ଖାଲିଦଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe