କୋଲକାତା: ଘରୋଇ ହିଂସା ମାମଲାରେ ଫସିଥିବା ଟେବୁଲ ଟେନିସ୍ର ପୂର୍ବତନ ଜାତୀୟ ଚାମ୍ପିୟନ ସୌମ୍ୟଜିତ ଘୋଷଙ୍କୁ ଜାମିନ ମିଳିଯାଇଛି। ବାରାସାତ କୋର୍ଟ ତାଙ୍କୁ ବିନା କୌଣସି ସର୍ତ୍ତରେ ଜାମିନ ପ୍ରଦାନ କରିଛନ୍ତି। ଜାମିନରେ ଆସିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, “ମୋ ଓ ମୋ ପରିବାର ଉପରେ ଲଗାଯାଇଥିବା ସମସ୍ତ ଅଭିଯୋଗ ମିଥ୍ୟା।”
ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ସେ ପୁଣି ଟେବୁଲ ଟେନିସ୍ ବୋର୍ଡକୁ ଫେରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି। ସେ କହିଛନ୍ତି, “ଜାମିନ ମିଳିଯାଇଛି, ଏବେ ମୁଁ ଖେଳ ଉପରେ ଧ୍ୟାନ ଦେଇପାରିବି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶତପ୍ରତିଶତ ଦେବାକୁ ଚେଷ୍ଟା କରିବି। ଏହାସହ କୋର୍ଟରେ ହାଜର ହେବାକୁ ଯେବେ କୁହାଯିବ, ମୁଁ ଆସିବି। ଏହା ବହୁତ କଠିନ ସମୟ ଥିଲା। ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି, କାରଣ ଏହି ସମୟରେ ମୋ ପରିବାର ଓ ଶୁଭଚିନ୍ତକ ମୋ ସହିତ ଥିଲେ।”
ସୂଚନାଯୋଗ୍ୟ, ସୌମ୍ୟଜିତ୍ଙ୍କ ପତ୍ନୀ ତାଙ୍କ ବିରୋଧରେ ବିବାହ ପୂର୍ବରୁ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏହି ମାମଲା କୋର୍ଟରେ ନାକଚ ହୋଇଯାଇଥିଲା। ଏହାପରେ ତାଙ୍କ ପତ୍ନୀ ତାଙ୍କ ପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି।