Advertisment

ଗୁଇନ୍ଦା ଅଧିକାରୀ ଅଙ୍କିତ୍ ଶର୍ମା ମୃତ୍ୟୁ ମାମଲା, ତାହିର ହୁସେନ୍ ଗିରଫ୍

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ବେଳେ ଗୁଇନ୍ଦା କର୍ମଚାରୀ ଅଙ୍କିତ ଶର୍ମା ହତ୍ୟାର ଶିକାର ହୋଇଥିଲେ। ଏହି ହତ୍ୟା ମାମଲାରେ ଆଜି ଗିରଫ୍ ହୋଇଛନ୍ତି ନିଲମ୍ବିତ ଆପ୍ ନେତା ତାହିର ହୁସେନ୍। ନିକଟରେ ଏହି ଦିଲ୍ଲୀ ହିଂସା ହୋଇଥିଲା। ଏବେ ତାହିର ହୁସେନଙ୍କୁ ଦିଲ୍ଲୀ ପୁଲିସ ଚାରି ଦିନିଆ ହେପାଜତକୁ ନେଇଥିବା ଦିଲ୍ଲୀ ପୁଲିସ୍ ସୂଚନା ଦେଇଛି। ତାହିର୍ ହୁସେନଙ୍କୁ ଗିରଫ କରିବା ପୂର୍ବରୁ ପ୍ରଥମେ ଅଟକ ରଖାଯାଇ ପାଞ୍ଚ ଦିନିଆ ହେପାଜତକୁ ନେଇଥିଲା। ପଚରାଉଚରା କରିବା ପରେ […]

ଅଦ୍ୟତନ ହୋଇଛି
ଗୁଇନ୍ଦା ଅଧିକାରୀ ଅଙ୍କିତ୍ ଶର୍ମା ମୃତ୍ୟୁ ମାମଲା, ତାହିର ହୁସେନ୍ ଗିରଫ୍

TAHIR HUSSAIN

Advertisment

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ବେଳେ ଗୁଇନ୍ଦା କର୍ମଚାରୀ ଅଙ୍କିତ ଶର୍ମା ହତ୍ୟାର ଶିକାର ହୋଇଥିଲେ। ଏହି ହତ୍ୟା ମାମଲାରେ ଆଜି ଗିରଫ୍ ହୋଇଛନ୍ତି ନିଲମ୍ବିତ ଆପ୍ ନେତା ତାହିର ହୁସେନ୍। ନିକଟରେ ଏହି ଦିଲ୍ଲୀ ହିଂସା ହୋଇଥିଲା। ଏବେ ତାହିର ହୁସେନଙ୍କୁ ଦିଲ୍ଲୀ ପୁଲିସ ଚାରି ଦିନିଆ ହେପାଜତକୁ ନେଇଥିବା ଦିଲ୍ଲୀ ପୁଲିସ୍ ସୂଚନା ଦେଇଛି।

Advertisment

ତାହିର୍ ହୁସେନଙ୍କୁ ଗିରଫ କରିବା ପୂର୍ବରୁ ପ୍ରଥମେ ଅଟକ ରଖାଯାଇ ପାଞ୍ଚ ଦିନିଆ ହେପାଜତକୁ ନେଇଥିଲା। ପଚରାଉଚରା କରିବା ପରେ ଆଜି ଗିରଫ କରିଛି ଦିଲ୍ଲୀ ପୁଲିସ୍। ଦିଲ୍ଲୀ ହିଂସାରେ ମଧ୍ୟ ତାହିରଙ୍କ ସଂପୃକ୍ତି ଥିବା ପୁଲିସ୍ ସ୍ପଷ୍ଟ କରିଛି।

ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତ୍ୟୁ ପରେ ଥାନାରେ ତାଙ୍କ ବାପା ଏତଲା ଦେଇଥିଲେ। ଏହାପରେ  ପୁଲିସ୍ ଅପରାଧିକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଶବ ବ୍ୟବଛେଦ ରିପୋର୍ଟ ଅନୁଯାୟୀ ଅଙ୍କିତଙ୍କ ଶରୀରରେ ଛୁରା ମାଡ଼ ହୋଇଥିଲା। ପ୍ରବଳ ରକ୍ତ ବାହାରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଜଣାପଡ଼ିଛି।

Advertisment

ଅଙ୍କିତ ଶର୍ମା ହତ୍ୟା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖିଛି। ଖୁବଶୀଘ୍ର ହୁସେନଙ୍କ ସହ ସାମ୍ନାସାମ୍ନୀ କରିବ ବୋଲି ଜଣାପଡ଼ିଛି। ଏହି ହତ୍ୟା ଘଟଣାରେ ହୁସେନ୍‌ଙ୍କ ଭାଇ ଶାହ ଆଲାମଙ୍କୁ ମଧ୍ୟ ଗିରଫ କରାଯାଇଥିଲା ଏବଂ ବର୍ତ୍ତମାନ ସେ ବିଚାରବିଭାଗୀୟ ହେପାଜତରେ ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe