Advertisment

ସୀମାକୁ ନେଇ ଭାରତ-ଚୀନ ମଧ୍ୟରେ ଉତ୍ତେଜନା

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଅଶାନ୍ତ ପରିସ୍ଥିତି ଲାଗି ରହିଛି। ଦୁଇ ବର୍ଷ ପୂର୍ବେ ଡୋକଲାମ ବିବାଦ ପରେ ବର୍ତ୍ତମାନ ପୁଣି ଉଭୟ ଦେଶର ସୈନ୍ୟ ମୁହାଁମୁହିଁ ହୋଇଛନ୍ତି। ଡୋକଲାମ ବିବାଦ ପରେ ମଧ୍ୟ ଭାରତ ଓ ଚୀନ ସୀମାରେ ଅନେକ ଛୋଟ-ବଡ଼ ଘଟଣା ଘଟିଛି। ହେଲେ ବର୍ତ୍ତମାନ ଲଦାଖ୍ ସୀମାରେ ସୈନ୍ୟଙ୍କ ସଂଖ୍ୟା ବଢ଼ାଇବା ଭଳି ପରିସ୍ଥିତି ଉପୁଜିଛି। ସୀମାରେ ଚୀନ ସୈନ୍ୟ ନିଜର ଟେଣ୍ଟ ବାନ୍ଧିଥିବା ବେଳେ ଭାରତ ନିଜ ସୈନ୍ୟ ବଳକୁ ବଢ଼ାଇଦେଇଛି। ଚଳିତ […]

ସୀମାକୁ ନେଇ ଭାରତ-ଚୀନ ମଧ୍ୟରେ ଉତ୍ତେଜନା

india-chinna

Advertisment

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଅଶାନ୍ତ ପରିସ୍ଥିତି ଲାଗି ରହିଛି। ଦୁଇ ବର୍ଷ ପୂର୍ବେ ଡୋକଲାମ ବିବାଦ ପରେ ବର୍ତ୍ତମାନ ପୁଣି ଉଭୟ ଦେଶର ସୈନ୍ୟ ମୁହାଁମୁହିଁ ହୋଇଛନ୍ତି। ଡୋକଲାମ ବିବାଦ ପରେ ମଧ୍ୟ ଭାରତ ଓ ଚୀନ ସୀମାରେ ଅନେକ ଛୋଟ-ବଡ଼ ଘଟଣା ଘଟିଛି। ହେଲେ ବର୍ତ୍ତମାନ ଲଦାଖ୍ ସୀମାରେ ସୈନ୍ୟଙ୍କ ସଂଖ୍ୟା ବଢ଼ାଇବା ଭଳି ପରିସ୍ଥିତି ଉପୁଜିଛି। ସୀମାରେ ଚୀନ ସୈନ୍ୟ ନିଜର ଟେଣ୍ଟ ବାନ୍ଧିଥିବା ବେଳେ ଭାରତ ନିଜ ସୈନ୍ୟ ବଳକୁ ବଢ଼ାଇଦେଇଛି।

Advertisment

ଚଳିତ ମାସ ପ୍ରଥମ ସପ୍ତାହରେ ପୂର୍ବ ଲଦାଶରେ ଭାରତୀୟ ଓ ଚୀନ ସୈନ୍ୟ ମୁହାଁମୁହିଁ ହୋଇଥିଲେ। ଫଳରେ ଉଭୟ ଦେଶର ଯବାନ ଆହତ ହୋଇଥିଲେ। ଏହାପରେ ପ୍ରୋଟୋକଲ ଅନୁଯାୟୀ ବିବାଦର ସମାଧାନ କରାଗଲା ଏବଂ ପରିସ୍ଥିତି ଶାନ୍ତ କରାଯାଇଥିଲା। ଏହାପରେ ପୁଣି ମେ'୯ରେ ଭାରତ ଏବଂ ଚୀନ ସୈନ୍ୟ ସିକ୍କିମସ୍ଥିତ ନକୁଲା ସେଣ୍ଟରରେ ମୁହାଁମୁହିଁ ହୋଇଥିଲେ। ୫୦୦୦ ଫୁଟ ଉଚ୍ଚତା ବିଶିଷ୍ଟ ନକୁଲା ସେଣ୍ଟର ଉପରେ ଉତ୍ତେଜନା ପରିସ୍ଥିତି ବଢ଼ିଥିଲା, ଫଳରେ ଉଭୟ ଦେଶର ଯବାନ ଆହତ ହୋଇଥିଲେ। ଏନେଇ ୭ଜଣେ ଚୀନ ଯବାନ ଏବଂ ୪ ଜଣ ଭାରତୀୟ ଯବାନ ଆହତ ହୋଇଥିବା ସୂଚନା ମିଳିଥିଲା। ପରେ ବୁଝାମଣା ମାଧ୍ୟମରେ ପରିସ୍ଥିତି ଶାନ୍ତ କରାଯାଇଥିଲା।

ତେବେ ବର୍ତ୍ତମାନ ଦୁଇଟି ଅଞ୍ଚଳ ପୂର୍ବ ଲଦାଖର ଗଲଓ୍ୱାନ ନାଲା ଏବଂ ଫିଙ୍ଗର ୪ ଅଞ୍ଚଳରେ ବିବାଦ ଲାଗିରହିଛି। ଗଲଓ୍ୱାନ ଘାଟିରେ ଭାରତୀୟ ବୋର୍ଡର ରୋର୍ଡ ଅର୍ଗାନାଇଜେସନ (ବିଆରଓ) ସୀମା ଭିତରେ ପଶି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଚୀନ ଅବୈଧ ଚେଷ୍ଟା ଆରମ୍ଭ କରିଛି। ଏହି କାରଣରୁ ବିବାଦୀୟ ପରିସ୍ଥିତି ଉପୁଜିଛି। ଏନେଇ ଚୀନ ୧୦୦୦ ସୈନ୍ୟଙ୍କୁ ନିଯୁକ୍ତ ରଖିଥିବା ବେଳେ ଭାରତ ମଧ୍ୟ ସୈନ୍ୟବଳ ବଢ଼ାଇଦେଇଛି। ଚୀନର ଫିଙ୍ଗର ଅଞ୍ଚଳରେ ନୂଆ ବଙ୍କର ଓ ଟେଣ୍ଟ ଲଗାଯାଇଥିବା ବେଳେ ଭାରତୀୟ ସୈନ୍ୟ ସୀମାରେ ଅଧିକ ଯବାନ ମୁତୟନ କରିଛି। ଏଭଳି ପରିସ୍ଥିତିରେ ଭାରତ-ଚୀନ ମଧ୍ୟରେ ସମ୍ପର୍କ ସୁଧାରିବାକୁ ଚାରିଆଡ଼ୁ ଚେଷ୍ଟା ଜାରି ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe