Advertisment

ପଠାନକୋଟ୍ ଏୟାରବେସ୍ ଆକ୍ରମଣ ଘଟଣା: ଗ୍ରେନେଡ୍ ବିସ୍ଫୋରଣରେ ପୁଣି ଜଣେ ଯବାନ ସହିଦ

ପଠାନକୋଟ: ପଞ୍ଜାବ ପଠାନକୋଟରେ ଜାରି ରହିଛି ଆତଙ୍କବାଦୀଙ୍କ ଆତଙ୍କ। ଗତକାଲିର ହମଲା ପରେ ଆଜି ସର୍ଚ୍ଚଅପରେସନ ବେଳେ ଏକ ଗ୍ରେନେଡ ବିସ୍ଫୋରଣ ହୋଇଛି। ଏଥିରେ  ଜଣେ ବରିଷ୍ଠ ସେନା ଅଧିକାରୀ ସହିଦ ହୋଇଯାଇଛନ୍ତି।  ଆଜି ସହିଦ ହୋଇଥିବା ଯବାନ ହେଉଛି ଲେଫଟନାଣ୍ଟ୍ କୋଲନେଲ୍ ନିରଞ୍ଜନ। ସେ ଏକ ମୃତ ଆତଙ୍କବାଦୀର ଶରୀରରୁ ଗ୍ରେନେଡକୁ ଉଦ୍ଧାର କରି ନିଷ୍କ୍ରିୟ କରୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ସେହିପରି ଗତକାଲି ପଠାନକୋଟ୍ ଏୟାବେସରେ ଗୁଳି ବିନିମୟ ବେଳେ ଆହତ ଯବାନଙ୍କ ମଧ୍ୟରୁ […]

ଅଦ୍ୟତନ ହୋଇଛି
ପଠାନକୋଟ୍ ଏୟାରବେସ୍ ଆକ୍ରମଣ ଘଟଣା: ଗ୍ରେନେଡ୍ ବିସ୍ଫୋରଣରେ ପୁଣି ଜଣେ ଯବାନ ସହିଦ

naxal

Advertisment

ପଠାନକୋଟ: ପଞ୍ଜାବ ପଠାନକୋଟରେ ଜାରି ରହିଛି ଆତଙ୍କବାଦୀଙ୍କ ଆତଙ୍କ। ଗତକାଲିର ହମଲା ପରେ ଆଜି ସର୍ଚ୍ଚଅପରେସନ ବେଳେ ଏକ ଗ୍ରେନେଡ ବିସ୍ଫୋରଣ ହୋଇଛି। ଏଥିରେ  ଜଣେ ବରିଷ୍ଠ ସେନା ଅଧିକାରୀ ସହିଦ ହୋଇଯାଇଛନ୍ତି।  ଆଜି ସହିଦ ହୋଇଥିବା ଯବାନ ହେଉଛି ଲେଫଟନାଣ୍ଟ୍ କୋଲନେଲ୍ ନିରଞ୍ଜନ। ସେ ଏକ ମୃତ ଆତଙ୍କବାଦୀର ଶରୀରରୁ ଗ୍ରେନେଡକୁ ଉଦ୍ଧାର କରି ନିଷ୍କ୍ରିୟ କରୁଥିବା ବେଳେ ବିସ୍ଫୋରଣ ହୋଇଥିଲା।

Advertisment

ସେହିପରି ଗତକାଲି ପଠାନକୋଟ୍ ଏୟାବେସରେ ଗୁଳି ବିନିମୟ ବେଳେ ଆହତ ଯବାନଙ୍କ ମଧ୍ୟରୁ ଶନିବାର ବିଳମ୍ବିତ ରାତିରେ ୩ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା। ଫଳରେ ଏହି ଆତଙ୍କୀ ହମଲାରେ ସହିଦଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ପଠାନକୋଟ୍ ଏୟାରବେସ୍ ହମଲାରେ ୫ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଆଉ ଜଣେ ଜୀବିତ ଥିବା ଆଶଙ୍କା କରାଯାଉଛି। ତେଣୁ ସର୍ଚ୍ଚଅପରେସନ୍ ଜାରି ରହିଛି।  ଏହି ଆକ୍ରମଣ ପଛରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ହାତଥିବା ପ୍ରମାଣ ଲାଗିଛି ଗୁଇନ୍ଦା ବିଭାଗ ଅଧିକାରୀଙ୍କ ହାତରେ। ଆକ୍ରମଣର ମାଷ୍ଟରମାଇଣ୍ଡ ପାକିସ୍ତାନରେ ରହି ଏଭଳି ଯୋଜନା ଭିଆଇଥିବା ତଦନ୍ତ ଅଧିକାରୀମାନେ ଜାଣିପାରିଛନ୍ତି। ଆତଙ୍କବାଦୀ ବ୍ୟବହାର କରୁଥିବା ମୋବାଇଲକୁ ଟ୍ରାକିଂ ପରେ ଏହା ସ୍ପଷ୍ଟ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe