ଶ୍ରୀନଗର: ଆସନ୍ତାକାଲିର ସ୍ୱାଧୀନତା ଦିବସ ପୂର୍ବରୁ ଆଜି ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ହମଲା କରିଛନ୍ତି। ଜମ୍ମୁ-କଶ୍ମୀରର ନୌଗାମ ଠାରେ ହୋଇଥିବା ଏହି ହମଲାରେ ୨ ଜଣ ପୁଲିସ୍ କର୍ମଚାରୀ ସହିଦ ହୋଇଛନ୍ତି। ହମଲା ପରେ ଆତଙ୍କବାଦୀମାନେ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।
ପୁଲିସ୍ର ସୂଚନା ଅନୁଯାୟୀ, ନୌଗାମ ବାଇପାସ୍ ନିକଟରେ ପୁଲିସ୍ର ପ୍ୟାଟ୍ରୋଲିଂ ଟିମ୍ ଯାଉଥିବା ବେଳେ ୨ରୁ ୩ ଜଣ ଆତଙ୍କବାଦୀ ସେମାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ପୁଲିସ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା।
ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ୩ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ୨ ଜଣ ପୁଲିସ୍ କର୍ମଚାରୀ ପ୍ରାଣ ହରାଇଛନ୍ତି। ଘଟଣା ପରେ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
କେମିତି ନାକ ଫୁଲ ଯୋଗୁ ଧରାପଡ଼ିଲେ ହତ୍ୟାକାରୀ?
ମହିଳା ଜଣଙ୍କ ନାକରେ ପିନ୍ଧିଥିବା ଗୋଟିଏ ସୁନା ପିନ୍ ବା ନାକ ଫୁଲ ସହାୟତାରେ ପୁଲିସ୍ ପୂରା ଘଟଣା ଉପରୁ ପରଦା ହଟାଇବାକୁ ସକ୍ଷମ ହୋଇଛି।

Health
ହୃଦ ରୋଗ ବୃଦ୍ଧି କରୁଛି ତମାଖୁ, ହଠାତ୍ ଚାଲି ଯାଉଛି ଜୀବନ
ଯୁବଗୋଷ୍ଠୀ ମଧ୍ୟ ହୃଦଘାତର ଶିକାର ହୋଇପାରନ୍ତି। ସୋଶାଲ ମିଡିଆରେ ନାଚିବା ବେଳେ, ଚାଲିବା ବେଳେ, ବସିବା ବେଳେ ହଠାତ୍ କେମିତି ଲୋକମାନେ ହୃଦଘାତର ଶିକାର ହେଉଛନ୍ତି, ତା’ର ଲକ୍ଷାଧିକ ଭିଡିଓ ଭାଇରାଲ ହେଉଛି। ୪୦ ବର୍ଷରୁ କମ ବୟସ୍କ କ୍ଷେତ୍ରରେ ହୃଦ ରୋଗ ବଢ଼ିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

National
ଝଡ଼ ବର୍ଷା ସାଙ୍ଗକୁ ମାରିଲା ବିଜୁଳି: ହଠାତ୍ ଚାଲିଗଲା ୮୦ ଜଣଙ୍କ ଜୀବନ
କିଛି ମିନିଟରେ ଉଜୁଡ଼ି ଗଲା ସବୁ କିଛି। ହଠାତ୍ ଝଡ଼ ବର୍ଷା ହେଲା ଓ ଘନଘନ ବିଜୁଳି ମାରିଲା।

National
ସେ ନିଜେ ସମସ୍ୟାକୁ ନିମନ୍ତ୍ରଣ କରିଥିଲେ: ଦୁଷ୍କର୍ମ ପୀଡ଼ିତାଙ୍କୁ କାହିଁକି ଏମିତି କହିଲେ ହାଇକୋର୍ଟ?
ପୀଡ଼ିତାଙ୍କ କହିବା କଥା ଯେ ସେ ତାଙ୍କର କିଛି ମହିଳା ବନ୍ଧୁଙ୍କ ସହ ଦିଲ୍ଲୀର ଗୋଟିଏ ବାରକୁ ଯାଇଥିବା ବେଳେ ଅଭଯୁକ୍ତଙ୍କ ସହ ତାଙ୍କର ଦେଖା ହୋଇଥିଲା।

National
୨୬/୧୧ ଆତଙ୍କୀ ହମଲା: ସେଦିନ କେମିତି ୨୦ ଜଣ ଗର୍ଭବତୀଙ୍କ ଜୀବନ ବଞ୍ଚାଇଥିଲେ ନର୍ସ ଅଞ୍ଜଳୀ?
ହମଲା ବେଳେ ନିଜ ଜୀବନକୁ ବାଜିରେ ଅନେକ ଲୋକ ଲଗାଇଥିଲେ। ସେମାନେ ଆତଙ୍କବାଦୀ ହମଲାକୁ ନିଜ ଆଖିରେ ଦେଖି ମଧ୍ୟ କର୍ତ୍ତବ୍ୟରେ ଅବହେଳା କରି ନଥିଲେ।