Advertisment

ସ୍ୱାଧୀନତା ଦିବସ ପୂର୍ବରୁ ଆତଙ୍କୀ ହମଲା: ୨ ପୁଲିସ ସହିଦ

ଶ୍ରୀନଗର: ଆସନ୍ତାକାଲିର ସ୍ୱାଧୀନତା ଦିବସ ପୂର୍ବରୁ ଆଜି ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ହମଲା କରିଛନ୍ତି। ଜମ୍ମୁ-କଶ୍ମୀରର ନୌଗାମ ଠାରେ ହୋଇଥିବା ଏହି ହମଲାରେ ୨ ଜଣ ପୁଲିସ୍‌ କର୍ମଚାରୀ ସହିଦ ହୋଇଛନ୍ତି। ହମଲା ପରେ ଆତଙ୍କବାଦୀମାନେ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ପୁଲିସ୍‌ର ସୂଚନା ଅନୁଯାୟୀ, ନୌଗାମ ବାଇପାସ୍‌ ନିକଟରେ ପୁଲିସ୍‌ର ପ୍ୟାଟ୍ରୋଲିଂ ଟିମ୍‌ ଯାଉଥିବା ବେଳେ ୨ରୁ ୩ ଜଣ ଆତଙ୍କବାଦୀ ସେମାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ […]

ସ୍ୱାଧୀନତା ଦିବସ ପୂର୍ବରୁ ଆତଙ୍କୀ ହମଲା: ୨ ପୁଲିସ ସହିଦ

t

Advertisment

ଶ୍ରୀନଗର: ଆସନ୍ତାକାଲିର ସ୍ୱାଧୀନତା ଦିବସ ପୂର୍ବରୁ ଆଜି ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ହମଲା କରିଛନ୍ତି। ଜମ୍ମୁ-କଶ୍ମୀରର ନୌଗାମ ଠାରେ ହୋଇଥିବା ଏହି ହମଲାରେ ୨ ଜଣ ପୁଲିସ୍‌ କର୍ମଚାରୀ ସହିଦ ହୋଇଛନ୍ତି। ହମଲା ପରେ ଆତଙ୍କବାଦୀମାନେ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।

Advertisment

ପୁଲିସ୍‌ର ସୂଚନା ଅନୁଯାୟୀ, ନୌଗାମ ବାଇପାସ୍‌ ନିକଟରେ ପୁଲିସ୍‌ର ପ୍ୟାଟ୍ରୋଲିଂ ଟିମ୍‌ ଯାଉଥିବା ବେଳେ ୨ରୁ ୩ ଜଣ ଆତଙ୍କବାଦୀ ସେମାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ପୁଲିସ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା।

ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ୩ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ୨ ଜଣ ପୁଲିସ୍‌ କର୍ମଚାରୀ ପ୍ରାଣ ହରାଇଛନ୍ତି। ଘଟଣା ପରେ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe