Advertisment

ଖୁବ୍‌ ଶୀଘ୍ର ବଦଳିବ ଟ୍ୱିଟର କାୟା; ରହିବ ଏଡିଟ ବଟନ୍‌

ନ୍ୟୁୟର୍କ: ଆପଣ ଟ୍ୱିଟରରେ ଏଡିଟ ବଟନ ଚାହାନ୍ତି କି? ହଁ କି ନା? ଏପ୍ରିଲ ୫ ତାରିଖରେ ଏଲନ ମସ୍କ ଟ୍ୱିଟରରେ ଏକ ଟ୍ୱିଟ କରି ୟୁଜର୍ସଙ୍କ ମତାମତ ଜାଣିବାକୁ ଚାହିଁଥିବା ବେଳେ ଏଟିନ ବଟନ ନିମନ୍ତେ ମିଳିଥିଲା ଖୁବ୍‌ ଭଲ ରେସପନ୍ସ। ଏଥିନିମନ୍ତେ ଟ୍ୱିଟରରେ ୪୪ ଲକ୍ଷ ୟୁଜର୍ସ ଭୋଟ୍ ଦେଇଥିଲେ। ସେମାନଙ୍କ ମଧ୍ୟରୁ  ୭୩.୬ % ଟ୍ୱିଟର ୟୁଜର୍ସ ଏଡିଟ ବଟନ ପାଇଁ ହଁ ଭରିଥିବା ବେଳେ ୨୬.୪% ୟୁଜର୍ସ ଏହାର ଆବଶ୍ୟକତା ମନେ […]

ଅଦ୍ୟତନ ହୋଇଛି
ମହଙ୍ଗା ପଡ଼ିଲା କଠୋର ଆଭିମୁଖ୍ୟ : ଟ୍ୱିଟରରୁ ଇସ୍ତଫା ଦେଲେ ଶତାଧିକ କର୍ମଚାରୀ

twitter

Advertisment

ନ୍ୟୁୟର୍କ: ଆପଣ ଟ୍ୱିଟରରେ ଏଡିଟ ବଟନ ଚାହାନ୍ତି କି? ହଁ କି ନା? ଏପ୍ରିଲ ୫ ତାରିଖରେ ଏଲନ ମସ୍କ ଟ୍ୱିଟରରେ ଏକ ଟ୍ୱିଟ କରି ୟୁଜର୍ସଙ୍କ ମତାମତ ଜାଣିବାକୁ ଚାହିଁଥିବା ବେଳେ ଏଟିନ ବଟନ ନିମନ୍ତେ ମିଳିଥିଲା ଖୁବ୍‌ ଭଲ ରେସପନ୍ସ। ଏଥିନିମନ୍ତେ ଟ୍ୱିଟରରେ ୪୪ ଲକ୍ଷ ୟୁଜର୍ସ ଭୋଟ୍ ଦେଇଥିଲେ। ସେମାନଙ୍କ ମଧ୍ୟରୁ  ୭୩.୬ % ଟ୍ୱିଟର ୟୁଜର୍ସ ଏଡିଟ ବଟନ ପାଇଁ ହଁ ଭରିଥିବା ବେଳେ ୨୬.୪% ୟୁଜର୍ସ ଏହାର ଆବଶ୍ୟକତା ମନେ କରନ୍ତି ନାହିଁ ବୋଲି ଟ୍ୱିଟ କରିଥିଲେ।

Advertisment

ଟ୍ୱିଟର କିଣିବା ପରେ ଏହାର କାୟା ପରିବର୍ତ୍ତନ କରିବାକୁ ଚାହୁଛନ୍ତି ନୂଆ ମାଲିକ ଏଲନ ମସ୍କ। ଏବେ ଟ୍ୱିଟରରେ ଆରମ୍ଭ ହେବାକୁ ଯାଉଛି ମସ୍କ ଯୁଗ । ଟ୍ୱିଟରର ମାଲିକାନା ହାତେଇବା ପରେ  ୟୁଜର୍ସଙ୍କ ଡିମାଣ୍ଡ ଗୋଟିଏ ପରେ ଗୋଟିଏ ପୂରଣ କରିବାକୁ ଆରମ୍ଭ କରିଛନ୍ତି ମସ୍କ । ସର୍ବପ୍ରଥମେ ସେ  ଟ୍ୱିଟର ୟୁଜର୍ସଙ୍କ ପ୍ରଥମ ଦାବି ଏଡିଟ ଅପସନ୍‌ ଉପରେ କାମ ଆରମ୍ଭ କରି ଦେଇଛନ୍ତି। ଖୁବ୍‌ ଶୀଘ୍ର ଏହା ୟୁଜର୍ସଙ୍କ ସମ୍ମୁଖକୁ ଆସିଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।

ସାଧାରଣତଃ ନିଜ ଭାବନା କିମ୍ବା ମେସେଜ ଟ୍ୱିଟ କରିବା ପରେ ସେଥିରେ ରହୁଥିବା ତ୍ରୁଟିକୁ ସୁଧାରିବାକୁ ଆଉ ସୁଯୋଗ ମିଲେ ନାହିଁ। ତେଣୁ ତାହାକୁ ଡିଲିଟ କରିବା ହିଁ ଏକମାତ୍ର ଅପସନ୍‌ ରହୁଥିଲା। ଏହି ସବୁ ସମସ୍ୟାର ସମ୍ମୁଖୀନ ହେଉଥିବା ଟ୍ୱିଟର ୟୁଜର୍ସ ଦୀର୍ଘ ଦିନ ହେଲା ଏଡିଟ ଅପସନ୍‌ ଲାଗି ଡିମାଣ୍ଡ କରି ଆସୁଥିବା ବେଳେ ଏବେ ଏହି ଦାବି ପୂରଣ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ମସ୍କ।

Advertisment

ୟୁଜର୍ସଙ୍କ ଡିମାଣ୍ଡ ସହ ମସ୍କ ନିଜେ ମଧ୍ୟ ବ୍ୟକ୍ତିଗତ ଭାବେ ଟ୍ୱିଟରରେ ଏଡିଟ୍ ବଟନ ରହିବା ସପକ୍ଷରେ ମତ ଦେଇଛନ୍ତି। କୌଣସି ଟ୍ୱିଟ ପରେ ଏହାକୁ ଏଡିଟ୍ କରିବା ସୁବିଧା ମଧ୍ୟ ରହିବା ଦରକାର ବୋଲି ହୃଦୟଙ୍ଗମ କରିଛନ୍ତି ମସ୍କ। ଏଣୁ ସେ ଏଥିରେ ପରିବର୍ତ୍ତନ ଆଣି ଏଡିଟ୍ ଅପସନ ରଖିବେ ବୋଲି ସୂଚନା ମିଳିଛି।

ଆଗାମୀ କିଛି ମାସରେ ଟ୍ୱିଟର ଏହାର ଫିଚରରେ ପରିବର୍ତ୍ତନ କରି ଏଡିଟ ବଟନ ଆଣିବ। ସର୍ବପ୍ରଥମେ ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ଏହାର  ଟେଷ୍ଟିଂ ନିଜ ବ୍ଲୁ ସବସ୍କ୍ରାଇବରଙ୍କ ଉପରେ କରିବ। ତେଣୁ ଆପଣ ଯଦି ଏହାର ଟେଷ୍ଟିଂ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଟ୍ୱିଟରର ବ୍ଲୁ ସବସ୍ରାଇବର ଭାବେ ପଞ୍ଜୀକରଣ କରିବାକୁ ପଡ଼ିବ ।

ସେହିପରି ଟ୍ୱିଟରରେ ‘ଆଡ୍ସ ଆଣ୍ଡ ବଟ୍ସ’ ନ ରଖିବାକୁ ମସ୍କ ଚାହାନ୍ତି। ଅର୍ଥାତ ଅଯଥା ବିଜ୍ଞାପନ ଓ ସ୍ପାମ୍‌ ଲିଙ୍କ ଯେପରି ୟୁଜର୍ସଙ୍କ ଧ୍ୟାନ ଭଙ୍ଗ ନ କରିବ, ସେନେଇ ମସ୍କ ଟ୍ୱିଟରରେ ପରିବର୍ତ୍ତନ ଆଣିପାରନ୍ତି।  ଟ୍ୱିଟର ଆଲଗୋରିଦିମ୍‌ରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ଅର୍ଥାତ ଟ୍ୱିଟରର ଫିଚରରେ ପରିବର୍ତ୍ତନ ଆଣି ୟୁଜର୍ସମାନଙ୍କୁ ଅଧିକ ଫଟୋ ଅପଲୋଡ୍, ଅଧିକ ତଥ୍ୟ ଉପସ୍ଥାପନ ଭଳି ବ୍ୟବସ୍ଥା କରାଇବା ସପକ୍ଷରେ ମସ୍କ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe