/odisha-reporter/media/post_attachments/uploads/2020/03/corona-2-6.jpg)
corona
ଭୁବନେଶ୍ୱର(ଓଡ଼ିଶାରିପୋର୍ଟର): କରୋନା ଭାଇରସ(COVID 2019)ର ପ୍ରକୋପ ଏବେ ଧୀରେ ଧୀରେ ସାରା ବିଶ୍ୱରେ ବଢ଼ିବାକୁ ଲାଗିଲାଣି। ଚାଇନାର ଉହାନ୍ରୁ ସୃଷ୍ଟି ହୋଇଥିବା ଏହି ମହାମାରୀ ବର୍ତ୍ତମାନ ପ୍ରାୟ ୧୦୦ଟି ଦେଶକୁ ବ୍ୟାପିଲାଣି। ଭାରତରେ ମଧ୍ୟ ଏହା କାୟା ବିସ୍ତାର କଲାଣି। ଲୋକମାନେ ଏଥିପାଇଁ ନାନା ସତର୍କତା ଅବଲମ୍ବନ କରୁଛନ୍ତି। ଏଥିପାଇଁ ଇଣ୍ଟରନେଟ୍ରେ ବଭିନ୍ନ ପ୍ରକାରର ୱେବ୍ସାଇଟ୍ ଟିପ୍ସ ମଧ୍ୟ ଶେଆର୍ କରୁଛନ୍ତି। ଏହା ବ୍ୟତିତ କିଛି ୱେବ୍ସାଇଟ୍ ଏପରି ଅଛି ଯାହା କେବଳ ଭୁଲ ତଥ୍ୟ ଓ ଗୁଜବ ପ୍ରଚାର କରି ଲୋକଙ୍କୁ ଆତଙ୍କିତ କରାଉଛି।
ଏପରି ଲାଗୁଛି ଯେ କରୋନାଭାଇରସ୍ ରୋଗ ବିଷୟରେ ଗୁଜବ ଏବଂ ଭୁଲ ସୂଚନା ଜୀବାଣୁ ଅପେକ୍ଷା ଅଧିକ ଦ୍ରୁତ ଗତିରେ ବିସ୍ତାର କରୁଛି। ଲୋକେ ଆତଙ୍କିତ ଥିବା ଦେଖି ଏହି ସଙ୍କଟର ସମୟକୁ ସାଇବର ଅପରାଧୀମାନେ ଇଣ୍ଟରନେଟ ବ୍ୟବହାରକାରୀଙ୍କୁ ଶୋଷଣ କରିବାର ଉପଯୁକ୍ତ ସୁଯୋଗ ବୋଲି ଭାବିନେଇଛନ୍ତି। ଗତ କିଛିଦିନ ମଧ୍ୟରେ କରୋନାଭାଇରସ୍ ସମ୍ବନ୍ଧୀୟ ସ୍କାମ, ଫିସିଂ ୱେବସାଇଟ୍ ଏବଂ ସ୍ପାମ୍ ବାର୍ତ୍ତା ବହୁତ ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ, ଏକାଧିକ ଡୋମେନ୍ ବା ୱେବ୍ସାଇଟ୍ କରୋନାଭାଇରସ୍ ବିଷୟରେ ନକଲି ସୂଚନା ପ୍ରଦାନ କରୁଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏହିଭଳି କିଛି ୱେବ୍ସାଇଟ୍ର ନାଁଗୁଡ଼ିକ କହିବୁ ଯେଉଁଥିରୁ ଦୂରରେ ରହିବା ଉଚିତ୍।
1) coronavirusstatus[dot]space
2) coronavirus-map[dot]com
3) Blogcoronacl.canalcero[dot]digital
4) Coronavirus[dot]zone
5) Coronavirusrealtime[dot]com
6) Coronavirus[dot]app
7) Bgvfr.coronavirusaware[dot]xyz
8) coronavirusaware[dot]xyz
9) Coronavirus[dot]healthcare
10) Survivecoronavirus[dot]org
11) Vaccine- Coronavirus[dot]com
12) Coronavirus[dot]cc
13) Bestcoronavirusprotect[dot]tk
14) Coronavirusupdate[dot]tk
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
