Advertisment

ମଦ ବାସ୍ନା ପାଇଲେ ଗାଡ଼ିର ଇଞ୍ଜିନ ବନ୍ଦ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ମଦ୍ୟପାନ କରି ଗାଡ଼ି ଚାଳନା କରନ୍ତୁ ନାହିଁ।’ ରାସ୍ତା ଘାଟରେ ଏମିତି ସତର୍କ ସୂଚନା ଆପଣ ଅନେକ ଥର ଦେଖିଥିବେ। । ମଦ୍ୟପାନ କରି ଗାଡ଼ି ଚଳାଇଲେ ଦୁର୍ଘଟଣାରେ ଶତ ପ୍ରତିଶତ ସମ୍ଭାବନା ଥିବାରୁ, କିଛି ବିଶୃଙ୍ଖଳିତ ଲୋକଙ୍କ ପାଇଁ ଏମିତି ସତର୍କ ସୂଚନା ପ୍ରାୟ ସବୁଠି ଦେଖିବାକୁ ମିଳେ। ଏହାସବୁ ସତ୍ତ୍ୱେ କିଛି ଲୋକ ମଦ୍ୟପାନ କରି ଗାଡି ଚଳାଉଛନ୍ତି। ସେମାନଙ୍କ ଏଭଳି କାର୍ଯ୍ୟ ପାଇଁ ଅଯଥାରେ ସାଧାରଣ ଲୋକଙ୍କ ଧନଜୀବନ ହାନୀ […]

author-image
Mihir Pattnayak
ମଦ ବାସ୍ନା ପାଇଲେ ଗାଡ଼ିର ଇଞ୍ଜିନ ବନ୍ଦ !

33

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ମଦ୍ୟପାନ କରି ଗାଡ଼ି ଚାଳନା କରନ୍ତୁ ନାହିଁ।’

ରାସ୍ତା ଘାଟରେ ଏମିତି ସତର୍କ ସୂଚନା ଆପଣ ଅନେକ ଥର ଦେଖିଥିବେ। । ମଦ୍ୟପାନ କରି ଗାଡ଼ି ଚଳାଇଲେ ଦୁର୍ଘଟଣାରେ ଶତ ପ୍ରତିଶତ ସମ୍ଭାବନା ଥିବାରୁ, କିଛି ବିଶୃଙ୍ଖଳିତ ଲୋକଙ୍କ ପାଇଁ ଏମିତି ସତର୍କ ସୂଚନା ପ୍ରାୟ ସବୁଠି ଦେଖିବାକୁ ମିଳେ।

Advertisment

ଏହାସବୁ ସତ୍ତ୍ୱେ କିଛି ଲୋକ ମଦ୍ୟପାନ କରି ଗାଡି ଚଳାଉଛନ୍ତି। ସେମାନଙ୍କ ଏଭଳି କାର୍ଯ୍ୟ ପାଇଁ ଅଯଥାରେ ସାଧାରଣ ଲୋକଙ୍କ ଧନଜୀବନ ହାନୀ ହେଉଛି।

ଆପଣ ଜାଣି ଖୁସି ହେବେ, ଏଭଳି ମଦୁଆ ଡ୍ରାଇଭରମାନଙ୍କୁ ସାବାଡ୍‌ କରିବା ପାଇଁ ବିହାରର ଜଣେ ଛାତ୍ରୀ ଏକ ଡିଭାଇସ୍‌ ପ୍ରସ୍ତୁତ କରିଛନ୍ତି। ଯାହାର ବ୍ୟବହାର ମଦ୍ୟପଙ୍କ ଗାଡ଼ି ଚାଳନାରେ ଅଙ୍କୁଶ ଲାଗାଇବ ବୋଲି ଆଶା କରାଯାଉଛି।

Advertisment

ବିହାରର ଛାତ୍ରୀ ଐଶ୍ୱର୍ଯ୍ୟା ପ୍ରିୟା “ଆଲକହଲ୍‌ ଡିଟେକ୍ଟର ଆଣ୍ଡ ଅଟୋମେଟିକ୍‌ ଇଞ୍ଜିନ ଲକିଂ ସିଷ୍ଟମ’ ନାମରେ ଏକ ଡିଭାଇସ ପ୍ରସ୍ତୁତ କରିଛନ୍ତି । ଯାହା ମଦ୍ୟପାନ କରି ଗାଡ଼ି ଚଳାଉଥିବା ଲୋକଙ୍କୁ ଡ୍ରାଇଭିଂ କରିବାରୁ ବିରତ ରଖିବ।

ବାସ୍ତବରେ ଏହାର ବିଶେଷତ୍ତ୍ୱ ହେଉଛି, ଯେକୌଣସି ବ୍ୟକ୍ତି ମଦ୍ୟପାନ କରି ଗାଡ଼ି ଉପରେ ବସିଲେ ଗାଡ଼ିର ଇଞ୍ଜିନ ସ୍ୱତଃ ଲକ୍‌ ହୋଇଯିବ। ଏହି ଡିଭାଇସକୁ  ଅତି ସହଜରେ ଗାଡି ଇଞ୍ଜିନରେ ଫିଟ୍‌ କରାଯାଇ ପାରିବ। ଯାହାକି ମଦ୍ୟପାନ କରିଥିବା ଗାଡ଼ି ଚାଳକଙ୍କ ଆଲକୋହଲ ବାସ୍ନା ବାରିପାରିବ।

ଐଶ୍ୱର୍ଯ୍ୟା ହେଉଛନ୍ତି ଭୋପାଳର ଲକ୍ଷ୍ମୀ ନାରାୟଣ କଲେଜ ଅଫ ଟେକ୍ନୋଲୋଜି ଆଣ୍ଡ ସାଇନ୍‌ସରେ ବି-ଟେକ୍‌ ଛାତ୍ରୀ । ସେ ପ୍ରଥମ ଥର ପାଇଁ ପୁଣେରେ ଆୟୋଜିତ ଇନୋଭେଟିଭ ମଡେଲ୍‌ ଏବଂ ପ୍ରୋଜେକ୍ଟ କମ୍ପିଟେସନରେ ଏହି ଡିଭାଇସକୁ ସର୍ବ ସମକ୍ଷରେ ପ୍ରଦର୍ଶନ କରିଥିଲେ। ଯେଉଁ ପ୍ରତିଯୋଗିତାରେ ତାଙ୍କୁ ମିଳିଥିଲା ପ୍ରଥମ ପୁରସ୍କାର।

ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ଡିଭାଇସ୍‌କୁ ଗାଡ଼ିରେ ଲଗାଇବା ପାଇଁ ଖର୍ଚ୍ଚ କରିବାକୁ ପଡ଼ିବ ମାତ୍ର ୯୦୦ ଟଙ୍କା ।