Advertisment

ପ୍ରଥମେ ଭାରତର ଅର୍ଥମନ୍ତ୍ରୀ, ପରେ ପାକିସ୍ତାନ୍‌ର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍‌): ପାକିସ୍ତାନ୍‌ର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍‌ ଖାନ୍‌ ନିକଟରେ ଶପଥ ନେଇଛନ୍ତି। ତାଙ୍କ ଦଳ ତେହେରିକ୍‌ ଏ ଇନ୍‌ସାଫ୍‌ ୨୦୧୯ ନିର୍ବାଚନରେ ଜିତିବା ପରେ ସେ ଅଗଷ୍ଟ ୧୮ ତାରିଖରେ ପାକିସ୍ତାନ୍‌ର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଇମ୍ରାନଙ୍କ ପୂର୍ବରୁ ପାକିସ୍ତାନରେ ୨୧ ଜଣ ପ୍ରଧାନମନ୍ତ୍ରୀ ହୋଇ ସାରିଛନ୍ତି। କିନ୍ତୁ କୌଣସି ପ୍ରଧାନମନ୍ତ୍ରୀ ନିଜର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବାରେ ସଫଳ ହୋଇ ନାହାନ୍ତି। କୌଣସି ନା କୌଣସି କାରଣରୁ କାର୍ଯ୍ୟକାଳ ସରିବା ପୂର୍ବରୁ ସେମାନଙ୍କୁ ନିଜ […]

author-image
Abinash Pati
ଅଦ୍ୟତନ ହୋଇଛି
ପ୍ରଥମେ ଭାରତର ଅର୍ଥମନ୍ତ୍ରୀ, ପରେ ପାକିସ୍ତାନ୍‌ର ପ୍ରଧାନମନ୍ତ୍ରୀ

liyakat-alli

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍‌): ପାକିସ୍ତାନ୍‌ର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍‌ ଖାନ୍‌ ନିକଟରେ ଶପଥ ନେଇଛନ୍ତି। ତାଙ୍କ ଦଳ ତେହେରିକ୍‌ ଏ ଇନ୍‌ସାଫ୍‌ ୨୦୧୯ ନିର୍ବାଚନରେ ଜିତିବା ପରେ ସେ ଅଗଷ୍ଟ ୧୮ ତାରିଖରେ ପାକିସ୍ତାନ୍‌ର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Advertisment

ଇମ୍ରାନଙ୍କ ପୂର୍ବରୁ ପାକିସ୍ତାନରେ ୨୧ ଜଣ ପ୍ରଧାନମନ୍ତ୍ରୀ ହୋଇ ସାରିଛନ୍ତି। କିନ୍ତୁ କୌଣସି ପ୍ରଧାନମନ୍ତ୍ରୀ ନିଜର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବାରେ ସଫଳ ହୋଇ ନାହାନ୍ତି। କୌଣସି ନା କୌଣସି କାରଣରୁ କାର୍ଯ୍ୟକାଳ ସରିବା ପୂର୍ବରୁ ସେମାନଙ୍କୁ ନିଜ ପଦରୁ ବିଦାୟ ନେବାକୁ ପଡ଼ିଛି।

ତେବେ ପାକିସ୍ତାନ୍‌ର ପ୍ରଧାନମନ୍ତ୍ରୀଙ୍କ ତାଲିକାରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ପୂର୍ବରୁ ଭାରତର ଅର୍ଥମନ୍ତ୍ରୀ ମଧ୍ୟ ଥିଲେ।

Advertisment

ସେ ହେଉଛନ୍ତି ଲିୟାକତ୍ ଅଲ୍ଲୀ ଖାନ୍‌। ଲିୟାକତ୍‌ ଅଲ୍ଲୀ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ମଧ୍ୟ ଥିଲେ।

[caption id="attachment_268365" align="aligncenter" width="868"]publive-image photo credit- sapulse.com[/caption]

ଆଜି ତାଙ୍କ ବିଷୟରେ ସଂକ୍ଷିପ୍ତରେ ଜାଣିବା

ଲିୟାକତ୍ ଅଲ୍ଲୀଙ୍କ ଜନ୍ମ ପଞ୍ଜାବର କର୍‌ନାଲରେ ହୋଇଥିଲା। ବର୍ତ୍ତମାନ ଏହି ସ୍ଥାନଟି ହରିୟାଣାରେ ରହିଛି।

ଭାରତର ବଜେଟ୍‌ ଉପସ୍ଥାପନ କରିଥିଲେ

ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପରେ ଲିୟାକତ୍ ଅଲ୍ଲୀ ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ଲିଗ୍‌ର ସବୁଠାରୁ ବଡ଼ ନେତା ଥିଲେ। ଭାରତ ସରକାରରେ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ ତାଙ୍କୁ ଅର୍ଥମନ୍ତ୍ରୀ ଦାୟିତ୍ୱ ଦେଇଥିଲେ।

ସେ ୧୯୪୬ ପେବୃଆରୀ ୨ ତାରିଖରେ ଭାରତର ଅର୍ଥମନ୍ତ୍ରୀ ଭାବେ ସଂସଦରେ ପ୍ରଥମ ବଜେଟ୍‌ ଉପସ୍ଥାପନ କରିଥିଲେ।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ

ଏହାପରେ ୧୪ ଅଗଷ୍ଟ ୧୯୪୭ରୁ ୧୬ ଅକ୍ଟୋବର୍ ୧୯୫୧ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ।

[caption id="attachment_268366" align="aligncenter" width="925"]publive-image photo credit - sapulse.com[/caption]

ଲିୟାକତ୍ ଅଲ୍ଲୀ ଏପ୍ରିଲ୍‌ ୮ ତାରିଖ ୧୯୫୦ ମସିହାରେ ଭାରତ ଓ ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସୁରକ୍ଷା ନେଇ ଭାରତ ସରକାରଙ୍କ ସହିତ ଏକ ଚୁକ୍ତି କରିଥିଲେ। ଯାହାକୁ ଭାରତରେ ବିରୋଧ କରାଯାଇଥିଲା।

ଏହାକୁ ବିରୋଧ କରି କଂଗ୍ରେସ୍‌ ନେତା ଶ୍ୟାମାପ୍ରସାଦ ମୁଖାର୍ଜୀ ୧୯୫୦ ମସିହାରେ କଂଗ୍ରେସ୍‌ରୁ ଇସ୍ତଫା ଦେଇ ଜନସଂଘର ସ୍ଥାପନା କରିଥିଲେ। ଯାହା ବର୍ତ୍ତମାନ ବିଜେପିରେ ପରିଣତ ହୋଇଛି।

୧୯୫୧ ମସିହା ଅକ୍ଟୋବର୍ ୧୬ ତାରିଖରେ  ଲିୟାକତ୍‌ଙ୍କୁ ହତ୍ୟା କରାଯାଇଥିଲା। ପାକିସ୍ତାନର ପୂର୍ବତନ ରାଜଧାନୀ ରାୱଲ୍‌ପିଣ୍ଡିର କମ୍ପାନୀବାଗ୍‌ରେ ତାଙ୍କୁ ହତ୍ୟା କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଏହିଠାରେ ମଧ୍ୟ ୨୦୦୭ ମସିହାରେ ବେନଜୀର୍‌ ଭୁଟ୍ଟୋଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।