Advertisment

ମୋହାଲି: ତିନିଜଣ ସନ୍ଦିଗ୍ଧ ଆତଙ୍କୀ ଗିରଫ, ପାକିସ୍ତାନୀ ସିମ୍ କାର୍ଡ ଓ ଅସ୍ତ୍ରଶସ୍ତ୍ର ଜବତ

ମୋହାଲି: ପଞ୍ଜାବର ପଠାନକୋଟରେ ଭାରତୀୟ ବାୟୁସେନାର ଘାଟି ଉପରେ ତିନି ଦିନ ଧରି ଆତଙ୍କବାଦୀଙ୍କ ସଂହାରଳୀଳା ନ ସରୁଣୁ ମୋହାଲିରୁ ୩ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ହରିଜିନ୍ଦର ସିଂହ, ଗୁରୁଜନ୍ତ ସିଂହ ଓ ସନ୍ଦୀପ ସିଂହ। ସେମାନଙ୍କ ଠାରୁ ଗୋଟିଏ ୯ ଏମଏମ ଷ୍ଟେନଗନ୍,୨ଟି ୯ଏମଏମ ପିସ୍ତଲ, ୨ଟି ସାଧାରଣ ପିସ୍ତଲ, ୩୦ଟି ବୋର, ଗୋଟିଏ ଏୟାରଗନ୍, ୧୯୦ଟି ଜୀବନ୍ତ କାଟ୍ରିଜ୍, ୩୧ ମୋବାଇଲ ‍ଫୋନ, ଗୋଟିଏ ପାକିସ୍ତାନୀ ମୋବାଇଲ ସିମ କାର୍ଡ ଓ […]

author-image
Rakesh Mallick
ଅଦ୍ୟତନ ହୋଇଛି
ମୋହାଲି: ତିନିଜଣ ସନ୍ଦିଗ୍ଧ ଆତଙ୍କୀ ଗିରଫ, ପାକିସ୍ତାନୀ ସିମ୍ କାର୍ଡ ଓ ଅସ୍ତ୍ରଶସ୍ତ୍ର ଜବତ

three-men-arrested-in-punjab

ମୋହାଲି: ପଞ୍ଜାବର ପଠାନକୋଟରେ ଭାରତୀୟ ବାୟୁସେନାର ଘାଟି ଉପରେ ତିନି ଦିନ ଧରି ଆତଙ୍କବାଦୀଙ୍କ ସଂହାରଳୀଳା ନ ସରୁଣୁ ମୋହାଲିରୁ ୩ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ହରିଜିନ୍ଦର ସିଂହ, ଗୁରୁଜନ୍ତ ସିଂହ ଓ ସନ୍ଦୀପ ସିଂହ। ସେମାନଙ୍କ ଠାରୁ ଗୋଟିଏ ୯ ଏମଏମ ଷ୍ଟେନଗନ୍,୨ଟି ୯ଏମଏମ ପିସ୍ତଲ, ୨ଟି ସାଧାରଣ ପିସ୍ତଲ, ୩୦ଟି ବୋର, ଗୋଟିଏ ଏୟାରଗନ୍, ୧୯୦ଟି ଜୀବନ୍ତ କାଟ୍ରିଜ୍, ୩୧ ମୋବାଇଲ ‍ଫୋନ, ଗୋଟିଏ ପାକିସ୍ତାନୀ ମୋବାଇଲ ସିମ କାର୍ଡ ଓ ଗୋଟିଏ କାର ଜବତ କରାଯାଇଛି।

Advertisment

ଏହସହ ସେମାନଙ୍କଠାରୁ ଆପତ୍ତିଜନକ ବହୁ କାଗଜପତ୍ର ଜବତ କରାଯାଇଥିବା ମୋହାଲି ସିନିୟର ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ (ଏସଏସପି) ଗୁରପ୍ରୀତ ସିଂହ ଭୂଲ୍ଲାର ସୂଚନା ଦେଇଛନ୍ତି।

ପଠାଣକୋଟ ଆତଙ୍କୀ ହମଲା ସହ ଗିରଫ କରାଯାଇଥିବା ଆତଙ୍କବାଦୀଙ୍କ ସମ୍ପର୍କ ଅଛି କି ନାହିଁ ତାହାର ଯାଞ୍ଚ ଜାରି ରହିଛି। ପାକିସ୍ତାନୀ ସିମ୍ କାର୍ଡରୁ କେଉଁସ୍ଥାନକୁ ଓ କାହାକୁ କାହାକୁ କଲ ଯାଇଛି ତାହାର ଯଞ୍ଚ କରାଯାଉଛି। ରିପୋର୍ଟ ଆସିବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ‍ବୋଲି ସେ କହିଛନ୍ତି।

Advertisment