Advertisment

‘କରୋନା ମୁକାବିଲା ପାଇଁ ଯୁବି-କୈଫ୍‌ଙ୍କ ପରି ପାର୍ଟନରଶିପ୍‌ ଦରକାର’

ନୂଆଦିଲ୍ଲୀ: ୨୦୦୨ ମସିହାରେ ଇଂଲଣ୍ଡ ବିରୋଧୀ ମ୍ୟାଚରେ ଭାରତର ଦୁଇ ପ୍ରସିଦ୍ଧ କ୍ରିକେଟର ଯୁବରାଜ ସିଂହ ଏବଂ ମହମ୍ମଦ କୈଫ୍‌ଙ୍କ ପାର୍ଟନରଶିପ୍‌ ଆଜି ବି ଅଭୁଲା। କରୋନାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦାହରଣ ଦେଇଛନ୍ତି। ମାର୍ଚ୍ଚ ୨୨ ତାରିଖରେ ‘ଜନତା କର୍ଫ୍ୟୁ’ ପାଳନ ସମୟରେ ଏଭଳି ପାର୍ଟନରଶିପ୍‌ ପାଇଁ ମୋଦି ଆହ୍ୱାନ ଦେଇଛନ୍ତି। ଭାରତରେ ୨୭୦ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହେବାପରେ ଏବଂ ୫ ଜଣଙ୍କ ଜୀବନ ଯିବା ପରେ ଗୁରୁବାର ମୋଦି […]

ଅଦ୍ୟତନ ହୋଇଛି
‘କରୋନା ମୁକାବିଲା ପାଇଁ ଯୁବି-କୈଫ୍‌ଙ୍କ ପରି ପାର୍ଟନରଶିପ୍‌ ଦରକାର’

Modi

Advertisment

ନୂଆଦିଲ୍ଲୀ: ୨୦୦୨ ମସିହାରେ ଇଂଲଣ୍ଡ ବିରୋଧୀ ମ୍ୟାଚରେ ଭାରତର ଦୁଇ ପ୍ରସିଦ୍ଧ କ୍ରିକେଟର ଯୁବରାଜ ସିଂହ ଏବଂ ମହମ୍ମଦ କୈଫ୍‌ଙ୍କ ପାର୍ଟନରଶିପ୍‌ ଆଜି ବି ଅଭୁଲା। କରୋନାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦାହରଣ ଦେଇଛନ୍ତି। ମାର୍ଚ୍ଚ ୨୨ ତାରିଖରେ ‘ଜନତା କର୍ଫ୍ୟୁ’ ପାଳନ ସମୟରେ ଏଭଳି ପାର୍ଟନରଶିପ୍‌ ପାଇଁ ମୋଦି ଆହ୍ୱାନ ଦେଇଛନ୍ତି।

Advertisment

ଭାରତରେ ୨୭୦ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହେବାପରେ ଏବଂ ୫ ଜଣଙ୍କ ଜୀବନ ଯିବା ପରେ ଗୁରୁବାର ମୋଦି ମାର୍ଚ୍ଚ ୨୨ରେ ତାରିଖରେ ‘ଜନତା କର୍ଫ୍ୟୁ’ ପାଇଁ ଘୋଷଣା କରିଛନ୍ତି। ଏହାପରେ କ୍ରିକେଟର ମହମ୍ମଦ କୈଫ୍‌ ଟ୍ୱିଟ୍‌ କରିଥିଲେ, “କରୋନା ଭାଇରସ୍‌ ବିରୋଧରେ ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ବର୍ତ୍ତମାନ ସମୟ ଆସିଛି ନିଜ ପ୍ରିୟଜନଙ୍କର ଏବଂ ଅନ୍ୟ ଭାରତୀୟଙ୍କ ସୁସ୍ଥତା ନିଶ୍ଚିତ କରିବା।”

ଏହାକୁ ରିଟ୍ୱିଟ୍ କରି ମୋଦି କହିଥିଲେ, ଆମ ପାଖରେ ଦୁଇ ଜଣ ଏଭଳି କ୍ରିକେଟର ଅଛନ୍ତି ଯାହାଙ୍କ ପାର୍ଟନରଶିପ୍‌ ଚିରକାଳ ମନେ ରହିବ। ଏବେ ସେମାନେ କହିବା ଅନୁଯାୟୀ ଆଉ ଏକ ପାର୍ଟନରଶିପ୍‌ ଦରକାର। ବର୍ତ୍ତମାନ ସମସ୍ତେ କରୋନା ଲଢ଼େଇ ପାଇଁ ପରସ୍ପରର ପାର୍ଟନର ହେବା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe