Advertisment

ଦୁର୍ଗାଙ୍କ ବେଶରେ ଫଟୋ ଉଠାଇବାରୁ ନୁସରତଙ୍କୁ ଧମକ

ସାହାରନପୁର: ତୃଣମୂଳ କଂଗ୍ରେସ ସାଂସଦ ଏବଂ ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜାହାଁଙ୍କୁ ମିଳୁଛି ଧମକ। ନିକଟରେ ନୁସରତ ମା’ ଦୁର୍ଗାଙ୍କ ବେଶରେ ଫଟୋ ଶୁଟ୍ କରାଇଥିଲେ, ଯାହାର ଫଟୋ ଭାଇରାଲ ହୋଇଥିଲା। ଏହା ପରେ ମୁସଲିମ୍ ଧର୍ମ ଗୁରୁ ଏନେଇ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି। ସାହାରନପୁରସ୍ଥିତ ଦେଓବନ୍ଦ ଓଲେମା କହିଛନ୍ତି, ଇସଲାମ ଧର୍ମରେ କୌଣସି ଜାତି, ଜୀବନରେ ଦଖଲ କରିବାକୁ ଅନୁମତି ନାହିଁ। କିନ୍ତୁ ନୁସରତ ସବୁବେଳେ କିଛି ନା କିଛି ବିବାଦରେ ଫସିରହିଥାନ୍ତି। ତାଙ୍କ କାର୍ଯ୍ୟକଳାପକୁ ନେଇ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଦୁର୍ଗାଙ୍କ ବେଶରେ ଫଟୋ ଉଠାଇବାରୁ ନୁସରତଙ୍କୁ ଧମକ

Nusrat

ସାହାରନପୁର: ତୃଣମୂଳ କଂଗ୍ରେସ ସାଂସଦ ଏବଂ ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜାହାଁଙ୍କୁ ମିଳୁଛି ଧମକ। ନିକଟରେ ନୁସରତ ମା' ଦୁର୍ଗାଙ୍କ ବେଶରେ ଫଟୋ ଶୁଟ୍ କରାଇଥିଲେ, ଯାହାର ଫଟୋ ଭାଇରାଲ ହୋଇଥିଲା। ଏହା ପରେ ମୁସଲିମ୍ ଧର୍ମ ଗୁରୁ ଏନେଇ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି। ସାହାରନପୁରସ୍ଥିତ ଦେଓବନ୍ଦ ଓଲେମା କହିଛନ୍ତି, ଇସଲାମ ଧର୍ମରେ କୌଣସି ଜାତି, ଜୀବନରେ ଦଖଲ କରିବାକୁ ଅନୁମତି ନାହିଁ। କିନ୍ତୁ ନୁସରତ ସବୁବେଳେ କିଛି ନା କିଛି ବିବାଦରେ ଫସିରହିଥାନ୍ତି। ତାଙ୍କ କାର୍ଯ୍ୟକଳାପକୁ ନେଇ ଲୋକଙ୍କର ଆପତ୍ତି ରହିଛି। କାରଣ ଜଣେ ମୁସଲମାନ ହିସାବରେ ନୁସରତଙ୍କ କାର୍ଯ୍ୟକଳାପ ଶୋଭା ପାଉନାହିଁ ବୋଲି ଧର୍ମଗୁରୁ କହିଛନ୍ତି।

Advertisment

ଅନ୍ୟପଟେ ସୋଶାଲ ମିଡିଆରେ ମଧ୍ୟ ନୁସରତଙ୍କୁ ଲଗାତର ଧମକ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ସେ ଅଭିଯୋଗ କରିବା ପରେ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି।

ଜଣେ ୟୁଜର ସୋଶାଲ ମିଡିଆରେ ନୁସରତଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ତୁମର ମୃତ୍ୟୁର ସମୟ ପାଖେଇ ଆସିଲାଣି। ତୁମେ କଣ ତମ ଶରୀର ଆଚ୍ଛାଦିତ କରିପାରିବ ନାହିଁ। ସେହିପରି ଆଉ ଜଣେ ୟୁଜର ନୁସରତ ଜାହାଁଙ୍କୁ ତାଙ୍କ ନାମ ପରିବର୍ତ୍ତନ କରିବାକୁ କହିଛନ୍ତି। ଏହି ଭଳି ଅନେକ ପ୍ରତିକ୍ରିୟା ସୋଶାଲ ମିଡିଆରେ ଦେଖିବାକୁ ମିଳୁଥିବା ବେଳେ ନୁସରତଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦିଆଯାଉଛି।

Advertisment

ଏଭଳି ଧମକ ମିଳିବା ପରେ ଟିଏମସି ସାଂସଦ ନୁସରତ ଏକ ଅଭିଯୋଗ ମଧ୍ୟ କରିଛନ୍ତି। ସେ ବର୍ତ୍ତମାନ ଲଣ୍ଡନରେ ଅଛନ୍ତି। ଏଭଳି ପରିସ୍ଥିତିରେ ବିଦେଶ ମନ୍ତ୍ରାଳୟ ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ ସେ ସୁରକ୍ଷା ମାଗିଛନ୍ତି।

TMC Nusrat Jahan