Advertisment

ଜେପି ନଡ୍ଡାଙ୍କ କାରକେଡକୁ ପଥର ମାଡ଼, 'ମମତାଙ୍କ ଟିଏମସି ଗଣତନ୍ତ୍ର ପ୍ରତି ବିପଦ'

କୋଲକାତା: ଦକ୍ଷିଣ 24 ପରଗନ ଜିଲ୍ଲାର ଡାଇମଣ୍ଡ ହରବର ଅଞ୍ଚଳର ଏକ ରାଲିକୁ ଯିବା ବେଳେ ବିଜେପି ସଭାପତି ଜେପି ନଡ୍ଡାଙ୍କ କାର କେଡ ଆକ୍ରମଣର ଶିକାର ହୋଇଛି। ଏଥିସହ ଦଳୀୟ ନେତା କୌଳାଶ ବିଜୟଭର୍ଗିଆଙ୍କ କାର ମଧ୍ୟ ଆକ୍ରମଣର ଶିକାର ହୋଇଛି। ରାସ୍ତାରେ ଯାଉଥିବା ବେଳେ କିଛି ଲୋକ ତାଙ୍କ କାର ଉପରକୁ ଟେକା, ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ବିଜେପି ସଭାପତି ଜେପି ନଡାଙ୍କ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତର ଆଜି ଅନ୍ତିମ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଜେପି ନଡ୍ଡାଙ୍କ କାରକେଡକୁ ପଥର ମାଡ଼, 'ମମତାଙ୍କ ଟିଏମସି ଗଣତନ୍ତ୍ର ପ୍ରତି ବିପଦ'

JP-NADDA-CAR-CADE

କୋଲକାତା: ଦକ୍ଷିଣ 24 ପରଗନ ଜିଲ୍ଲାର ଡାଇମଣ୍ଡ ହରବର ଅଞ୍ଚଳର ଏକ ରାଲିକୁ ଯିବା ବେଳେ ବିଜେପି ସଭାପତି ଜେପି ନଡ୍ଡାଙ୍କ କାର କେଡ ଆକ୍ରମଣର ଶିକାର ହୋଇଛି। ଏଥିସହ ଦଳୀୟ ନେତା କୌଳାଶ ବିଜୟଭର୍ଗିଆଙ୍କ କାର ମଧ୍ୟ ଆକ୍ରମଣର ଶିକାର ହୋଇଛି। ରାସ୍ତାରେ ଯାଉଥିବା ବେଳେ କିଛି ଲୋକ ତାଙ୍କ କାର ଉପରକୁ ଟେକା, ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ବିଜେପି ସଭାପତି ଜେପି ନଡାଙ୍କ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତର ଆଜି ଅନ୍ତିମ ଦିନ।

Advertisment

ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ କହିଛନ୍ତି, "ଡାଇମଣ୍ଡ ହରବାର ଅଭିମୁଖେ ଯିବାବେଳେ ଟିଏମସି ସମର୍ଥକମାନେ ରାସ୍ତା ଅବରୋଧ କରି ନଡ଼ାଙ୍କ କାରକୁ ପଥର ଫିଙ୍ଗିଥିଲେ। ଯାହାକି ଟିଏମସିର ଅସଲ ଚିତ୍ର”।

ସେହିପରି ରାଲିରେ ଯୋଗ ଦେଇ ନଡ୍ଡା ଦଳୀୟ କର୍ମୀଙ୍କ କାନରେ ଫୁଙ୍କିଛନ୍ତି ଶାସକ ଦଳ ଟିଏମସି ବିରୋଧରେ ଗୁରୁମନ୍ତ୍ର। ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ସେ ଏହି ଅବସରରେ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଦଳୀୟ କର୍ମୀ ଏବଂ ନେତାଙ୍କ ଉପରକୁ ଆକ୍ରମଣ ହେବା ହିଁ ଅସହିଷ୍ଣୁତାକୁ ପରିପ୍ରକାଶ କରୁଛି। ବିରୋଧୀଙ୍କୁ ଦମନ କରିବା ପାଇଁ ଟିଏମସି ହିଂସାତ୍ମକ ଉପାୟ ଅବଲମ୍ବନ କରୁଛି ବୋଲି ସେ କହିଛନ୍ତି।

Advertisment

ମମତାଙ୍କ ନେତୃତ୍ୱ ବେଳେ ପଶ୍ଚିମବଙ୍ଗରେ ବିଶୃଙ୍ଖଳା ଏବଂ ଅସହିଷ୍ଣୁତା ବୃଦ୍ଧି ପାଇଛି। ବୁଲେଟ ପ୍ରୁଫ୍ କାର ଥିଲା ବୋଲି ଆଜି ସେ ସୁରକ୍ଷିତ ବୋଲି କହିଛନ୍ତି। ଦଳୀୟ ନେତା ବିଜୟଭର୍ଗିଆ ଏବଂ ରାହୁଲ ସିହ୍ନା କିନ୍ତୁ ପଥର ମାଡ଼ରେ ଆହତ ହୋଇଛନ୍ତି ବୋଲି କହିଛନ୍ତି। 'ମା ଦୁର୍ଗା'ଙ୍କ ଆଶୀର୍ବାଦ ପାଇଁ ସେ ରାଲିରେ ପହଞ୍ଚି ପାରିଛନ୍ତି ବୋଲି କହିଛନ୍ତି।

ପଶ୍ଚିମବଙ୍ଗ କଳା ସଂସ୍କୃତି ପାଇଁ ଜଣାଶୁଣା, କିନ୍ତୁ ମମତା ବାନାର୍ଜୀ ଏସବୁକୁ ଆଗକୁ ନେବାରେ ବିଫଳ ହୋଇଛନ୍ତି। ବିଜେପି କ୍ଷମତାକୁ ଆସିଲେ ‘ସୁନାର ବଙ୍ଗଳା’ ତିଆରି କରିବ ବୋଲି ବିଜେପି ସଭାପତି କହିଛନ୍ତି।

ନଡ୍ଡାଙ୍କ ପୂର୍ବରୁ ରାଜ୍ୟ ବିଜେପି ସଭାପତି ତଥା ସାଂସଦ ଦିଲ୍ଲୀପ ଘୋଷ କହିଥିଲେ ଯେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାର ସହଯୋଗ କରୁ ନାହାଁନ୍ତି। ରାଜ୍ୟ ପରିଦର୍ଶନ କରୁଥିବା ବିଜେପି ମୁଖ୍ୟଙ୍କୁ କୌଣସି ସୁରକ୍ଷା ଯୋଗାଇ ଦିଆଯାଇନି ବୋଲି ସେ ଅଭିଯୋଗ କରିଛନ୍ତି।

ସେହିପରି ଦିଲ୍ଲୀପ ଘୋଷ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖିଛନ୍ତି। ଜେପି ନଡ୍ଡାଙ୍କ କାର୍ଯ୍ୟକ୍ରମରେ ସୁରକ୍ଷା ଯୋଗାଇ ଦିଆଯାଉନଥିବା ସେ ଅଭିଯୋଗ କରିଛନ୍ତି। ଏବେ ବିଜେପି ସଭାପତି ଜେପି ନାଡଡାଙ୍କ ସୁରକ୍ଷାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ଠାରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏକ ରିପୋର୍ଟ ମାଗିଛି।