Advertisment

ସିବିଆଇ ବନାମ ସିବିଆଇ: ସାମ୍ନାକୁ ଆସିଲା ଆସ୍ଥାନାଙ୍କ ବିରୋଧରେ ସାଂଘାତିକ ତଥ୍ୟ

ନୂଆଦିଲ୍ଲୀ: ଲାଞ୍ଚ ମାମଲାରେ ଫସିଥିବା ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ବଦଳି ହେବା ପୂର୍ବରୁ ସିବିଆଇ ଅଧିକାରୀ ଅଜୟ କୁମାର ବସୀ ଶ୍ରୀ ଆସ୍ଥାନାଙ୍କ ବିରୋଧରେ ଯେଉଁ ତଦନ୍ତ କରିଥିଲେ, ତା’ର ତଥ୍ୟ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ଏଥିରେ ଘଟଣାର ଅନ୍ୟତମ ଅଭିଯୁକ୍ତ ସୋମେଶ ଆଉ ଜଣେ ବ୍ୟକ୍ତିଙ୍କୁ ରାକେଶ ଆସ୍ଥାନା “ଆମ ଲୋକ” ବୋଲି କହୁଥିବା ପ୍ରମାଣ ତାଙ୍କ ପାଖରେ ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି। […]

ସିବିଆଇ ବନାମ ସିବିଆଇ: ସାମ୍ନାକୁ ଆସିଲା ଆସ୍ଥାନାଙ୍କ ବିରୋଧରେ ସାଂଘାତିକ ତଥ୍ୟ

c

Advertisment

ନୂଆଦିଲ୍ଲୀ: ଲାଞ୍ଚ ମାମଲାରେ ଫସିଥିବା ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ବଦଳି ହେବା ପୂର୍ବରୁ ସିବିଆଇ ଅଧିକାରୀ ଅଜୟ କୁମାର ବସୀ ଶ୍ରୀ ଆସ୍ଥାନାଙ୍କ ବିରୋଧରେ ଯେଉଁ ତଦନ୍ତ କରିଥିଲେ, ତା’ର ତଥ୍ୟ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ଏଥିରେ ଘଟଣାର ଅନ୍ୟତମ ଅଭିଯୁକ୍ତ ସୋମେଶ ଆଉ ଜଣେ ବ୍ୟକ୍ତିଙ୍କୁ ରାକେଶ ଆସ୍ଥାନା “ଆମ ଲୋକ” ବୋଲି କହୁଥିବା ପ୍ରମାଣ ତାଙ୍କ ପାଖରେ ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି।

Advertisment

publive-image

ବସୀ ତାଙ୍କ ତଦନ୍ତ ରିପୋର୍ଟରେ କହିଛନ୍ତି, ଅଭିଯୁକ୍ତ ସତୀଶ ସାନାଙ୍କ ସହ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା, ଗିରଫ ହୋଇଥିବା ସିବିଆଇ ଅଫିସର ଦେବେନ୍ଦ୍ର କୁମାର ଓ ର’ ଅଧିକାରୀ ସାମନ୍ତ ଗୋଏଲଙ୍କ ସମ୍ପର୍କ ରହିଛି। ଏନେଇ ସତୀଶଙ୍କୁ ସିବିଆଇ ପକ୍ଷରୁ ୨୦୧୭ ମସିହାରେ ସମନସ୍‌ କରାଯାଇଥିଲା।

ତେବେ ଏଥିରୁ ବର୍ତ୍ତିବା ପାଇଁ ସତୀଶ ସାନା ୫ କୋଟି ଟଙ୍କା ଲାଞ୍ଚ ଦେବାକୁ ବୁଝାମଣା କରିଥିଲେ। ୧୦ ଓ ୧୩ ଡିସେମ୍ବର ୨୦୧୭ରେ ଦୁଇ ଥର ବେଆଇନ୍‌ ଭାବେ ୩ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିଲା। ତେବେ ବାକି ୨ କୋଟି ଟଙ୍କା ଦେବାକୁ ବାରମ୍ବାର ଚାପ ସୃଷ୍ଟି କରାଯାଉଥିଲା ଏବଂ ଏନେଇ କିଛି ହ୍ୱାଟସଆପ୍‌ ମେସେଜ୍‌ ତାଙ୍କ ପାଖରେ ରହିଛି ବୋଲି ବାସୀ ତାଙ୍କ ଆବେଦନରେ ଦର୍ଶାଇଛନ୍ତି।

Advertisment

[caption id="attachment_294967" align="aligncenter" width="979"]publive-imageସିବିଆଇ ଅଫିସର ଦେବେନ୍ଦ୍ର କୁମାର[/caption]

ବସୀ ଲାଞ୍ଚ କାରବାର ମାମଲାରେ ଶ୍ରୀ ଆସ୍ଥାନା, ଗୋଏଲ ଓ ମନୋଜ ପ୍ରସାଦର ଭାଇ ସୋମେଶ ପ୍ରସାଦଙ୍କ ମଧ୍ୟରେ ହୋଇଥିବା ଫୋନ୍ ବାର୍ତ୍ତାଳାପର ଏକ ରେକର୍ଡିଂ କୋର୍ଟରେ ଦାଖଲ କରିଛନ୍ତି। ବାସୀ କହିଛନ୍ତି, ତଦନ୍ତ ବେଳେ ସୋମେଶଙ୍କ ଫୋନ୍‌କୁ ଟ୍ୟାପ୍‌ କରାଯାଇଥିଲା। ଏଥିସହ ସୋମେଶ ଓ ଗୋଏଲ ଏବଂ ସୋମେଶ ଓ ତାଙ୍କ ଶଶୂର ସୁନୀଲ ମିତ୍ତଲଙ୍କ ମଧ୍ୟରେ ହୋଇଥିବା କିଛି ଆଲୋଚନାର ତଥ୍ୟ ମଧ୍ୟ ବାସୀ କୋର୍ଟଙ୍କୁ ଦେଇଛନ୍ତି।

ବସୀ କହିଛନ୍ତି, ଅକ୍ଟୋବର ୧୬ରେ ମନୋଜ ଗିରଫ ହେବା ଖବର ପ୍ରଚାରିତ ହେବା ପରେ ସୋମେଶ ତୁରନ୍ତ ଗୋଏଲଙ୍କୁ ଫୋନ କରିଥିଲେ ଏବଂ ଗୋଏଲ୍‌ ସଙ୍ଗେସଙ୍ଗେ ଆସ୍ଥାନାଙ୍କୁ ଫୋନ୍‌ କରିଥିଲେ ବୋଲି ତଥ୍ୟ ରହିଛି।

publive-image

ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଆସ୍ଥାନାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe