Advertisment

ମା’ ହେଲେ ଟ୍ରାନ୍ସଜେଣ୍ଡର ପୁରୁଷ

ଟେକ୍ସାସ: ଆମେରିକାର ଜଣେ ଟ୍ରାନ୍ସଜେଣ୍ଡର ପୁରୁଷ ଶୁକ୍ରବାର ତାଙ୍କ ସନ୍ତାନକୁ ଜନ୍ମ ଦେଇଛନ୍ତି। ତେବେ ସ୍ତ୍ରୀରୁ ପୁରୁଷ ହେବା ପରେ ଏପରି ଗର୍ଭଧାରଣ କରିବା ଓ ସନ୍ତାନକୁ  ଜନ୍ମ ଦେବା ପାଇଁ ତାଙ୍କୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲା। ଏତେ କଷ୍ଟ ସହିବାକୁ ପଡ଼ିଥିଲା ଯେ ସନ୍ତାନ ପ୍ରାପ୍ତିର ସୁଖକୁ ସେ ୬ ମାସ ଯାଏ ଉପଭୋଗ କରି ପାରି ନ ଥିଲେ। ମହିଳାରୁ ପୁରୁଷ ହୋଇଥିବା ଏହି ବ୍ୟକ୍ତିଙ୍କ ନାମ ବାୟଲି ସିମ୍ପସନ। ୨୮ […]

ଅଦ୍ୟତନ ହୋଇଛି
ମା’ ହେଲେ ଟ୍ରାନ୍ସଜେଣ୍ଡର ପୁରୁଷ

transgender

Advertisment

ଟେକ୍ସାସ: ଆମେରିକାର ଜଣେ ଟ୍ରାନ୍ସଜେଣ୍ଡର ପୁରୁଷ ଶୁକ୍ରବାର ତାଙ୍କ ସନ୍ତାନକୁ ଜନ୍ମ ଦେଇଛନ୍ତି। ତେବେ ସ୍ତ୍ରୀରୁ ପୁରୁଷ ହେବା ପରେ ଏପରି ଗର୍ଭଧାରଣ କରିବା ଓ ସନ୍ତାନକୁ  ଜନ୍ମ ଦେବା ପାଇଁ ତାଙ୍କୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲା। ଏତେ କଷ୍ଟ ସହିବାକୁ ପଡ଼ିଥିଲା ଯେ ସନ୍ତାନ ପ୍ରାପ୍ତିର ସୁଖକୁ ସେ ୬ ମାସ ଯାଏ ଉପଭୋଗ କରି ପାରି ନ ଥିଲେ।

Advertisment

ମହିଳାରୁ ପୁରୁଷ ହୋଇଥିବା ଏହି ବ୍ୟକ୍ତିଙ୍କ ନାମ ବାୟଲି ସିମ୍ପସନ। ୨୮ ବର୍ଷ ବୟସ୍କ ବାୟଲି ଟେକ୍ସାସରେ ତାଙ୍କ ପାର୍ଟନରଙ୍କ ସହ ରହୁଛନ୍ତି। ୨୧ବର୍ଷରେ ସେ ଝିଅରୁ ପୁଅ ହେବାକୁ ଚାହିଁଲେ। ଚିକିତ୍ସା ପରେ ତାଙ୍କର ମହିଳାଙ୍କର କେତେକ ଲକ୍ଷଣ ରହିଲା ନାହିଁ। ଯେମିତିକି ସେ ବ୍ରେଷ୍ଟ ଅପରେସନ କରାଇଲେ। ମାସିକ ଋତୁସ୍ରାବ ବନ୍ଦ ହେବାକୁ ଲାଗିଲା। ଗର୍ଭଧାରଣର ସମ୍ଭାବନା ମଧ୍ୟ ସବୁ ଦିନ ପାଇଁ ବନ୍ଦ ହୋଇଗଲା ବୋଲି ଡାକ୍ତର କହିଲେ।

କିଛିଦିନ ତାଙ୍କର ଜୀବନ ଶୈଳୀ ଠିକଠାକ ଚାଲିଲା। ହେଲେ ୨୦୧୮ ଫେବୃୟାରୀରେ ସେ ଜାଣିବାକୁ ପାଇଲେ ଯେ ମା’ ହେବାକୁ ଯାଉଛନ୍ତି। ଏକଥା ଜାଣିବା ପରେ ସେ ବହୁତ ଚିନ୍ତାରେ ପଡିଗଲେ। ଏପରିକ ଭୟଭୀତ ମଧ୍ୟ ହୋଇଗଲେ। ତଥାପି ଗର୍ଭକୁ ରଖିବାକୁ ଚାହିଁଲେ ଏବଂ ସନ୍ତାନ ଜନ୍ମ ଦେବାକୁ ନିଷ୍ପତ୍ତି ନେଲେ। ହେଲେ ଏଥିପାଇଁ ତାଙ୍କୁ ଅନେକ ସାମାଜିକ ଲାଞ୍ଛନାର ଶିକାର ହେବାକୁ ପଡ଼ିଲା। ରାସ୍ତାକୁ ବାହାରିଲେ ଲୋକେ ଅନେକ କଥା କହିବାକୁ ଲାଗିଲେ।

Advertisment

‘ବୋଧହୁଏ ଏମିତି ଗର୍ଭବତୀ ପୁରୁଷଙ୍କୁ କେହି କେବେ ଦେଖିବାକୁ ପାଇ ନ ଥିବେ।’ ପରି କମେଣ୍ଟ ତାଙ୍କୁ ଶୁଣିବାକୁ ପଡ଼ିଲା। ଆଉ କେହି କେହି ପଚାରିଲେ- ତୁ କଣ କେବେ ପୁରୁଷ  ହୋଇ ପାରିବୁ ? ଶେଷରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ପୁଅର ନାଁ ଦେଇଛନ୍ତି ରୋବନ । ପୁଅକୁ ୬ ମାସ ହେବା ପରେ ସେ ତାଙ୍କ ଅନୁଭୂତି ସେୟାର କରିଛନ୍ତି।

ସେ କହିଛନ୍ତି ଏବେ ପୁଅକୁ ଦେଖିଲେ ସେ ତାଙ୍କର ସବୁ କଷ୍ଟ ଭୁଲି ଯାଉଛନ୍ତି । ତେବେ ସେ ଏବଂ ତାଙ୍କର ପାର୍ଟନର ଦ୍ୱିତୀୟ ସନ୍ତାନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe