ଭାଇରାଲ୍ ହେଲା ପୋଷ୍ଟ: ‘ମୋ ପୁଅ ଅପରାଧୀ ନୁହେଁ’

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): “ଆଜି ମୁଁ ଯେତେବେଳେ ଘରକୁ ଆସିଲି, ସେତେବେଳେ ମା’ ଓ ବାପା ମୋତେ କୁଣ୍ଢେଇ ପକେଇଲେ।  ଆଉ ହସିଦେଇ ମଥା ଆଉଁଷି ଦେଲେ। ତାଙ୍କ ଆଖିରୁ ଝରିପଡୁଥିଲା ଲୁହ। ମୁଁ ବି ତାଙ୍କୁ ଦେଖି କାନ୍ଦି ପକାଇଲି। ଦୁହେଁ ମୋତେ ଅଭିନନ୍ଦନ ଜଣାଇଲେ। ମୋ ଭଳି ଗୋଟେ ମଣିଷ ପାଇଁ ୟା ଠୁ ବଳି ବଡ଼କଥା ଆଉ କ’ଣ ଅଛି ଯେ?” ଫେସ୍‌ବୁକ୍‌ରେ ଏମିତି କିଛି ଲେଖାରେ ପୋଷ୍ଟ ହୋଇଛି ଫଟୋଟିଏ। ମଝିରେ ବସିଛନ୍ତି […]

0p

0p

Mihir Pattnayak
  • Published: Sunday, 09 September 2018
  • Updated: 09 September 2018, 02:11 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): “ଆଜି ମୁଁ ଯେତେବେଳେ ଘରକୁ ଆସିଲି, ସେତେବେଳେ ମା’ ଓ ବାପା ମୋତେ କୁଣ୍ଢେଇ ପକେଇଲେ।  ଆଉ ହସିଦେଇ ମଥା ଆଉଁଷି ଦେଲେ। ତାଙ୍କ ଆଖିରୁ ଝରିପଡୁଥିଲା ଲୁହ। ମୁଁ ବି ତାଙ୍କୁ ଦେଖି କାନ୍ଦି ପକାଇଲି।

ଦୁହେଁ ମୋତେ ଅଭିନନ୍ଦନ ଜଣାଇଲେ। ମୋ ଭଳି ଗୋଟେ ମଣିଷ ପାଇଁ ୟା ଠୁ ବଳି ବଡ଼କଥା ଆଉ କ’ଣ ଅଛି ଯେ?”

ଫେସ୍‌ବୁକ୍‌ରେ ଏମିତି କିଛି ଲେଖାରେ ପୋଷ୍ଟ ହୋଇଛି ଫଟୋଟିଏ। ମଝିରେ ବସିଛନ୍ତି ଅର୍ଣ୍ଣବ ଆଉ ଦୁଇ ପାଖରେ ତାଙ୍କ ବାପା ଆଉ ମା’। ସେମାନଙ୍କ ହାତରେ ଥିବା ପ୍ଲାକାର୍ଡରେ ଲେଖା ଅଛି ‘ମୋ ପୁଅ ଅପରାଧୀ ନୁହେଁ’।

କଥାଟା ହୁଏତ ଆପଣ ବୁଝି ପାରୁ ନ ଥିବେ।

ତା ହେଲେ ପଢନ୍ତୁ।

ମୁମ୍ବାଇରେ ରହୁଥିବା  ଅର୍ଣ୍ଣବ ନନ୍ଦୀ ହେଉଛନ୍ତି ଜଣେ କିନ୍ନର। ପିଲାଟିବେଳୁ  ଅନେକ ଟାହି ଟାପରା ସେ ସହିଛନ୍ତି। କେବଳ ସେ ନୁହେଁ, ତାଙ୍କ ପୂରା ପରିବାର। ହେଲେ ନିକଟରେ ସୁପ୍ରିମ୍‌ କୋର୍ଟଙ୍କ ରାୟ ପରେ ପୁରା ପରିବାର ଆଶ୍ଵସ୍ତ ହୋଇଛି।

ସୂଚନାଯୋଗ୍ୟ, ସମଲିଙ୍ଗୀ ସମ୍ପର୍କକୁ ନେଇ ଲାଗି ରହିଥିବା ବାଦବିବାଦର ଅନ୍ତ ଘଟିଛି। ଏଣିକି ଏଭଳି ସମ୍ପର୍କ ଆଉ ଅପରାଧ ପର୍ଯ୍ୟାୟଭୁକ୍ତ ହେବନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ରାୟ ଶୁଣାଇଛନ୍ତି।

ରାୟ ଅନୁସାରେ ସହମତିରେ  ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ଗଢ଼ି ଉଠିଥିବା ସମଲିଙ୍ଗୀ ସମ୍ପର୍କ ଏବେ ଆଉ ଅପରାଧ ନୁହେଁ।

ଏହି ଖବର ଶୁଣିବା ପରେ ସାରା ଭାରତରେ ଥିବା LGBTQ ସମ୍ପ୍ରଦାୟରେ ଆନନ୍ଦ ଖେଳିଯାଇଥିବା ବେଳେ ଅର୍ଣ୍ଣବ ମଧ୍ୟ ଖୁସି ହୋଇ ଯାଇଥିଲେ। ଫଳରେ ନିଜ ଖୁସିକୁ ସେ ଫେସ୍‌ବୁକ୍‌ରେ ପୋଷ୍ଟ କରି ଜାହିର୍‌ କରିଛନ୍ତି।

ଏହା ସହ ସେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କ ବାପା ମାଙ୍କ ସହ ବସି ଏକ ପୋଷ୍ଟର ଧରିଥିଲେ। ଏହା ସହ ସେ ସେହି ପୋଷ୍ଟରେ ଲେଖିଥିଲେ, ତାଙ୍କ ପରିବାର ଓ ବନ୍ଧୁ ତାଙ୍କ ପାଇଁ ଖୁବ୍‌ ଷ୍ଟ୍ରଗଲ କରିଥିଲେ ଓ ତାଙ୍କ ସାଥ୍‌ ଦେଇଥିଲେ।

ନିଜ ଭାବପୂର୍ଣ୍ଣ ପୋଷ୍ଟରେ ସେ ଲେଖିଛନ୍ତି- “ମୁଁ ଖୁବ୍‌ ଖୁସି ଯେ ମୋ ବାପା ମା’ ଆଦୌ ନେଗେଟିଭ୍ ନୁହନ୍ତି।  ଏହି ପୋଷ୍ଟକୁ ଅଧିକରୁ ଅଧିକ ଶେୟାର କରି ସମସ୍ତଙ୍କ ପାଖରେ ପହଞ୍ଚାନ୍ତୁ।’’

ତାଙ୍କର ଏହି ପୋଷ୍ଟ କିଛି ଘଣ୍ଟା ମଧ୍ୟରେ ଭାଇରାଲ୍‌ ହୋଇଯାଇଛି।  ଯାହାକୁ ୧୪ ହଜାରରରୁ ଅଧିକ ଲୋକ ଲାଇକ୍‌ କରିଥିବା ବେଳେ ୫ ହଜାରରୁ ଅଧିକ ଶେୟାର୍‌ ହୋଇ ସାରିଲାଣି।  ଲୋକମାନେ ତାଙ୍କୁ  ଶୁଭକାମନା ଦେବା ସହ ତାଙ୍କ କାହାଣୀକୁ ଖୁବ୍‌ ପସନ୍ଦ କରୁଛନ୍ତି। ଜଣେ ୟୁଜର ଲେଖିଥିଲେ- ‘‘ ହୃଦୟ ଛୁଇଁ ଯାଇଛି ଏହି ପୋଷ୍ଟ, ମୋ ଶ୍ରଦ୍ଧା ଆପଣଙ୍କୁ ଓ ଆପଣଙ୍କ ବାପା ମା’ଙ୍କୁ ମଧ୍ୟ। ’’

ପୋଷ୍ଟ ଭାଇରାଲ୍‌ ହେବାପରେ ତାଙ୍କୁ ଯେତେବେଳେ ପଚରା ଯାଇଥିଲା,ଏତେ ଆଟେନ୍‌ସନ୍‌ ମିଳିବା ପରେ କେମିତି ଲାଗୁଛି ବୋଲି, ସେତେବେଳେ ସେ NDTVକୁ କହିଥିଲେ, ‘‘କେହି ବି ଜନ୍ମରୁ ହୋମୋଫୋବିକ ବା ସମଲିଙ୍ଗୀଙ୍କ ପ୍ରତି ଘୃଣା ଭାବ ପୋଷଣ କରିନଥାନ୍ତି। ତାଙ୍କ ମନରେ ଏଭଳି ଭାବନା ପରେ ସୃଷ୍ଟି କରାଯାଇଥାଏ। ଲୋକେ ଭଲ ବାତାବରଣରେ ରହିବା ସଙ୍ଗେ ସଙ୍ଗେ ଜାଗ୍ରତ ରହିବା ଦରକାର। ମୁଁ ଖୁସି ଯେ ମୁଁ ମୋ ପୋଷ୍ଟ ଜରିଆରେ ଏତେ ଲୋକଙ୍କ ପାଖରେ ପହଞ୍ଚୁଛି।’’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story