Advertisment

ରାଜ୍ୟସଭା ପାଇଁ ଗୁଜରାଟରେ ଘୋଡ଼ା ବେପାର! ୫ କଂଗ୍ରେସ ବିଧାୟକଙ୍କ ଇସ୍ତଫା

ଅହମଦାବାଦ: ଆଗକୁ ରାଜ୍ୟସଭା ନିର୍ବାଚନ ରହିଛି। ମଧ୍ୟପ୍ରଦେଶରେ ୨୨ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିବା ବେଳେ ଗୁଜରାଟରେ ପ୍ରଥମେ ୪ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିଲେ। ଏହାପରେ ବିଧାୟକ ପ୍ରବୀଣ ମାରୋ ମଧ୍ୟ ଇସ୍ତଫା ଦେଇଥିବା କହିଛନ୍ତି। ମୋଟ୍ ୫ ଜଣ ବିଧାୟକ ଏବେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଯାହାକି କଂଗ୍ରେସ ପାଇଁ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟସଭା ନିର୍ବାଚନ ଥିବାରୁ ଘୋଡ଼ା ବେପାର ଆଶଙ୍କା କରି କଂଗ୍ରେସ ଶନିବାର ଜୟପୁରକୁ ୧୪ ବିଧାୟକଙ୍କୁ ସ୍ଥାନାନ୍ତର କରିଛି। […]

ଅଦ୍ୟତନ ହୋଇଛି
ରାଜ୍ୟସଭା ପାଇଁ ଗୁଜରାଟରେ ଘୋଡ଼ା ବେପାର! ୫ କଂଗ୍ରେସ ବିଧାୟକଙ୍କ ଇସ୍ତଫା

congress_rahul_gandhi

Advertisment

ଅହମଦାବାଦ: ଆଗକୁ ରାଜ୍ୟସଭା ନିର୍ବାଚନ ରହିଛି। ମଧ୍ୟପ୍ରଦେଶରେ ୨୨ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିବା ବେଳେ ଗୁଜରାଟରେ ପ୍ରଥମେ ୪ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିଲେ। ଏହାପରେ ବିଧାୟକ ପ୍ରବୀଣ ମାରୋ ମଧ୍ୟ ଇସ୍ତଫା ଦେଇଥିବା କହିଛନ୍ତି। ମୋଟ୍ ୫ ଜଣ ବିଧାୟକ ଏବେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଯାହାକି କଂଗ୍ରେସ ପାଇଁ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟସଭା ନିର୍ବାଚନ ଥିବାରୁ ଘୋଡ଼ା ବେପାର ଆଶଙ୍କା କରି କଂଗ୍ରେସ ଶନିବାର ଜୟପୁରକୁ ୧୪ ବିଧାୟକଙ୍କୁ ସ୍ଥାନାନ୍ତର କରିଛି। ଏହି ସମୟରେ ୫ ଦଳୀୟ ବିଧାୟକ ଇସ୍ତଫା ଦେଇଛନ୍ତି। ସେଥିମଧ୍ୟରୁ ଦୁଇ ବିଧାୟକ ହେଲେ ସୋମା ପଟେଲ ଏବଂ ଜେବି କାକଡିଆ। ହେଲେ ବାଚସ୍ପତି ଏଯାଏ ବିଧାୟକଙ୍କ ଇସ୍ତଫା ପତ୍ର ଗ୍ରହଣ କରିନଥିବା ସୂଚନା ରହିଛି।

Advertisment

ସୋମାଭାଇ ପଟେଲ ଏବଂ ଜେବି କାକଡିଆ କୋଲି ସମୁଦାୟର ଅଟନ୍ତି। ରାଜ୍ୟସଭା ପ୍ରାର୍ଥୀ ତାଙ୍କ ସମୁଦାୟରୁ ଦିଆଯାଉ ବୋଲି ସେମାନେ ଚାହୁଁଥିଲେ। ଏ ନେଇ ଦଳ ନିକଟରେ ଦାବି କରିଥିଲେ। ହେଲେ ଦାବି ଅନୁଯାୟୀ କଂଗ୍ରେସ ପ୍ରାର୍ଥୀ ନଦେବାରୁ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଛନ୍ତି ବୋଲି ଜଣାପଡ଼ିଛି। ଇସ୍ତଫା ଦେଇଥିବା ଆଉ ଦୁଇ ବିଧାୟକଙ୍କ ନାମ କିନ୍ତୁ ଜଣାପଡ଼ି ନାହିଁ। କଂଗ୍ରେସ ଶକ୍ତିସିନ୍ ଗୋହିଲ ଏବଂ ଭାରତସିନ୍ ସୋଲାଙ୍କୀଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଥିବା ବେଳେ ବିଜେପି ଅଭୟ ଭରଦ୍ୱାଜ, ରମିଲା ବରା ଏବଂ ନରହରି ଅମିନଙ୍କୁ ପ୍ରାର୍ଥୀ କରିଛି।

ତେବେ ଗୁଜୁରାଟର ଅନ୍ୟତମ କଂଗ୍ରେସ ବିଧାୟକ ବିରଜଭାଇ ଥୁମାର ଇସ୍ତଫା ଖବରକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି, ଇସ୍ତଫା ଖବର ଏକ ଗୁଜବ। ଦଳ କୌଣସି ଇସ୍ତଫା ଗ୍ରହଣ କରି ନାହିଁ। ବିଧାୟକ ସୋମାଭାଇ ପଟେଲ ଶନିବାର ପର୍ଯ୍ୟନ୍ତ କଂଗ୍ରେସ ସହ ଯୋଗାଯୋଗରେ ଥିଲେ ବୋଲି ସେ କହିଛନ୍ତି।

Advertisment

ଗୁଜରାଟ ବିଧାନସଭାରେ ମୋଟ୍ ୧୮୨ ବିଧାୟକ ରହିଛନ୍ତି। ବିଜେପିର ୧୦୩ ବିଧାୟକ ରହିଥିବା ବେଳେ କଂଗ୍ରେସର ୭୩ ବିଧାୟକ ରହିଛନ୍ତି। ଏହାବାଦ ଭାରତ ଆଦିବାସୀ ଦଳର ଦୁଇ ବିଧାୟକ ଏବଂ ଏନସିପି ଓ ସ୍ୱାଧୀନ ବିଧାୟକ ଜଣେ ଲେଖାଏଁ ରହିଛନ୍ତି।

ତିନୋଟି ଆସନ ପାଇଁ ଗୁଜରାଟରେ ନିର୍ବାଚନ ହେବ। ବିଜେପି ତିନୋଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ଦୁଇଟି ଆସନରେ ପ୍ରାର୍ଥୀ ଦେଇଛି। ଗୋଟିଏ ଆସନ ଜିତିବା ପାଇଁ ୩୮ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ଦୁଇଟି ଆସନ ପାଇଁ ମୋଟ୍ ୭୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ହେଲେ କଂଗ୍ରେସ ପାଖରେ ୭୪ ବିଧାୟକଙ୍କ ସମର୍ଥନ ରହିଛି। ତେଣୁ କଂଗ୍ରେସ ଗୋଟିଏ ଆସନରେ ଜିତିବ ବୋଲି ଅଙ୍କ କଷୁଛି।

ହେଲେ ବିଜେପି ତୃତୀୟ ଆସନରେ ମଧ୍ୟ ଜିତିବା ପାଇଁ ଚେଷ୍ଟା କରୁଥିବା ଜଣାପଡ଼ିଛି। ଏଥିପାଇଁ ୧୧ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ସେଥିମଧ୍ୟରେ ଭାରତ ଆଦିବାସୀ ଦଳର ଦୁଇ ବିଧାୟକ, ଜଣେ ଲେଖାଏଁ ଏନସିପି ଓ ସ୍ୱାଧୀନ ବିଧାୟକଙ୍କ ସହ ବିଜେପି କଥାବାର୍ତ୍ତା କରୁଥିବା ଜଣାପଡ଼ିଛି। ଆଉ ବାକି ବିଧାୟକଙ୍କ ସମର୍ଥନ ପାଇଁ ବିଜେପି କଂଗ୍ରେସରୁ କ୍ରସ ଭୋଟିଂ ପାଇଁ ଚିନ୍ତା କରୁଥିବା ଜଣାପଡ଼ିଛି। ଏହାରି ଭିତରେ ସ୍ୱାଧୀନ ବିଧାୟକ ଜିଗ୍ନେଶ ମେଭାନୀ ଶୁକ୍ରବାର ଦିନ କଂଗ୍ରେସକୁ ସମର୍ଥନ କରିବେ ବୋଲି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe