Advertisment

ଆପଣ ଜାଣନ୍ତି କି ହାର୍ଟରେ କିଡ୍‌ନୀର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି !

ନୂଆଦିଲ୍ଲୀ: ଶୀର୍ଷକରେ ଆପଣ ପଢୁଥିବା କଥାଟି ଆଉ କେହି ନୁହେଁ, ନିଜେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ଏଭଳି ଅଦ୍ଭୁତ କଥାଟି ଶୁଣିବା ପରେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଏକଥା ସତ ଯେ ଏହି ମନ୍ତବ୍ୟ ଟ୍ରମ୍ପ୍ନ୍ ହିଁ ଦେଇଛନ୍ତି। ସୋଶାଲ ମିଡିଆରେ ଚର୍ଚ୍ଚାରେ ରହିବା ଟ୍ରମ୍ପଙ୍କ ପାଇଁ ନୂଆ ନୁହେଁ। ଅନେକ ସମୟରେ ତାଙ୍କର ଓଲଟାସିଧା କଥା ପାଇଁ ସୋଶାଲ ମିଡିଆରେ ୟୁଜର୍ସ ତାଙ୍କୁ ଟ୍ରୋଲ୍ ମଧ୍ୟ କରିଥାନ୍ତି। ବର୍ତ୍ତମାନ ଟ୍ରମ୍ପ୍‌ […]

ଆପଣ ଜାଣନ୍ତି କି ହାର୍ଟରେ କିଡ୍‌ନୀର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି !

trump2

Advertisment

ନୂଆଦିଲ୍ଲୀ: ଶୀର୍ଷକରେ ଆପଣ ପଢୁଥିବା କଥାଟି ଆଉ କେହି ନୁହେଁ, ନିଜେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ଏଭଳି ଅଦ୍ଭୁତ କଥାଟି ଶୁଣିବା ପରେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଏକଥା ସତ ଯେ ଏହି ମନ୍ତବ୍ୟ ଟ୍ରମ୍ପ୍ନ୍ ହିଁ ଦେଇଛନ୍ତି। ସୋଶାଲ ମିଡିଆରେ ଚର୍ଚ୍ଚାରେ ରହିବା ଟ୍ରମ୍ପଙ୍କ ପାଇଁ ନୂଆ ନୁହେଁ। ଅନେକ ସମୟରେ ତାଙ୍କର ଓଲଟାସିଧା କଥା ପାଇଁ ସୋଶାଲ ମିଡିଆରେ ୟୁଜର୍ସ ତାଙ୍କୁ ଟ୍ରୋଲ୍ ମଧ୍ୟ କରିଥାନ୍ତି। ବର୍ତ୍ତମାନ ଟ୍ରମ୍ପ୍‌ ତାଙ୍କର ଏହି ଅଦ୍ଭୁତ ମନ୍ତବ୍ୟ ପାଇଁ ପୁଣି ଥରେ ସୋଶାଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି।

Advertisment

ଟ୍ରମ୍ପ୍‌ଙ୍କର ଏହି କଥା ଶୁଣିବା ପରେ ଆପଣ ନିଜ ହସକୁ ରୋକି ପାରିବେ ନାହିଁ। ସୋଶାଲ ମିଡିଆରେ ଭାଇରାଲ୍‌ ହେଉଥିବା ଏକ ଭିଡିଓରେ ଟ୍ରମ୍ପ୍‌ କହିଛନ୍ତି, ‘ହାର୍ଟରେ କିଡ୍‌ନୀର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି’। ଟ୍ରମ୍ପ୍‌ ଏହି ମନ୍ତବ୍ୟ ଦେଉଥିବା ସମୟର ଏକ ଭିଡିଓ ସୋଶାଲ ମିଡିଆରେ ମଧ୍ୟ ଘୁରି ବୁଲୁଛି। ଆରୋନ୍‌ ରୁପାର୍‌ ନାମରେ ଜଣେ ସାମ୍ୱାଦିକ ଏହି ଭିଡିଓଟିକୁ ତାଙ୍କର ଟ୍ୱିଟର୍‌ ପେଜ୍‌ରେ ଶେଆର୍‌ କରିଛନ୍ତି।

Advertisment

ବୁଧବାର ଗୋଟିଏ ମେଡିକାଲ୍‌ କଲେଜ୍‌ରେ କିଡ୍‌ନୀ ଦାନ ଓ କିଡ୍‌ନୀ ସମ୍ୱନ୍ଧୀୟ ରୋଗକୁ ନେଇ ଉଦ୍‌ବୋଧନ ଦେଉଥିବା ସମୟରେ ଟ୍ରମ୍ପ୍‌ କହିଥିଲେ, ‘ମେଡିକାଲ୍‌ରେ ଡାକ୍ତରମାନେ କିଡ୍‌ନୀ ସମସ୍ୟାକୁ ନେଇ କଠିନ ପରିଶ୍ରମ କରିଥାନ୍ତି। ତେଣୁ ହାର୍ଟରେ କିଡ୍‌ନୀର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି।’

ଟ୍ରମ୍ପଙ୍କର ଏହି ଅଦ୍ଭୁତ କଥା ଶୁଣିବା ପରେ ଜଣାପଡୁଛି ଯେ, ଗୋଟିଏ ଦେଶର ରାଷ୍ଟ୍ରପତି ହୋଇଥିଲେ ମଧ୍ୟ ଶରୀରର କେଉଁ ସ୍ଥାନରେ ହାର୍ଟ ଓ କିଡ୍‌ନୀ ରହିଛି, ତାହା ଟ୍ରମ୍ପଙ୍କୁ ଜଣାନାହିଁ। ଟ୍ରମ୍ପଙ୍କର ଏହି ବାଣୀ ଭାଇରାଲ୍‌ ହେବା ପରେ ୟୁଜର୍ସ ତାଙ୍କୁ ଟ୍ରୋଲ୍ କରିବାରେ ଲାଗିଛନ୍ତି। ଏପରିକି କିଛି ୟୁଜର୍ସ ଏହାକୁ ନେଇ ଓଲଟାସିଧା କମେଣ୍ଟ ମଧ୍ୟ ଦେଉଛନ୍ତି। ତେବେ ୟୁଜର୍ସଙ୍କର ଟ୍ରୋଲିଙ୍ଗ୍‌ ପରେ ଏ ସମ୍ପର୍କରେ ଟ୍ରମ୍ପଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe