Advertisment

ହ୍ୱାଇଟ୍ ହାଉସରୁ ରିଆଲିଟି ଶୋ’ ଚାଲୁଛି: ଓବାମା

ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଟାକ୍ଷ କରିବା ସହିତ ତାଙ୍କ ଶାସନ ପଦ୍ଧତିକୁ କଡ଼ା ସମାଲୋଚନା କରିଛନ୍ତି। କରୋନା ସଙ୍କଟକୁ ରାଷ୍ଟ୍ରପତି ଟ୍ରମ୍ପ ଗୁରୁତର ଦେଉନାହାନ୍ତି ବୋଲି ସେ କହିଛନ୍ତି। ହେଲେ ନିର୍ବାଚନରେ ତାଙ୍କ ବିରୋଧୀ ପ୍ରାର୍ଥୀ ଜୋ ବିଡେନ ଏହାକୁ ଗୁରୁତର ସହ ନେଉଛନ୍ତି ବୋଲି ଓବାମା କହିଛନ୍ତି। ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କ ସପକ୍ଷରେ ଶନିବାର ମିଚିଗାନରେ ପ୍ରଚାର କରୁଥିବାବେଳେ ଓବାମା ଏଭଳି […]

ହ୍ୱାଇଟ୍ ହାଉସରୁ ରିଆଲିଟି ଶୋ’ ଚାଲୁଛି: ଓବାମା

Barack-Obama

Advertisment

ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଟାକ୍ଷ କରିବା ସହିତ ତାଙ୍କ ଶାସନ ପଦ୍ଧତିକୁ କଡ଼ା ସମାଲୋଚନା କରିଛନ୍ତି। କରୋନା ସଙ୍କଟକୁ ରାଷ୍ଟ୍ରପତି ଟ୍ରମ୍ପ ଗୁରୁତର ଦେଉନାହାନ୍ତି ବୋଲି ସେ କହିଛନ୍ତି। ହେଲେ ନିର୍ବାଚନରେ ତାଙ୍କ ବିରୋଧୀ ପ୍ରାର୍ଥୀ ଜୋ ବିଡେନ ଏହାକୁ ଗୁରୁତର ସହ ନେଉଛନ୍ତି ବୋଲି ଓବାମା କହିଛନ୍ତି।

Advertisment

ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କ ସପକ୍ଷରେ ଶନିବାର ମିଚିଗାନରେ ପ୍ରଚାର କରୁଥିବାବେଳେ ଓବାମା ଏଭଳି କହିଛନ୍ତି। ଗତ ଚାରି ବର୍ଷ ମଧ୍ୟରେ ଟ୍ରମ୍ପ ନିଜ ଉଦ୍ଦେଶ୍ୟକୁ ଅଗ୍ରାଧିକାର ଦେଉଛନ୍ତି। କୌଣସି ଦେଶବାସୀଙ୍କ ସ୍ୱାର୍ଥକୁ ଏଯାବତ ଗୁରୁତର ଦେଇନଥିବା ଆମେରିକାର ୪୪ ତମ ରାଷ୍ଟ୍ରପତି ଓବାମା କହିଛନ୍ତି। ତାଙ୍କ ଉତ୍ତରାଧିକାରୀ ଟ୍ରମ୍ପଙ୍କ ନୀତିକୁ ସେ କଡ଼ା ସମାଲୋଚନା କରିଛନ୍ତି। ଟ୍ରମ୍ପ ନିଜେ କିମ୍ବା ତାଙ୍କ ବନ୍ଧୁଙ୍କ ବ୍ୟତୀତ ଅନ୍ୟ କାହାକୁ କାମ କରିବାରେ କିମ୍ବା ସାହାଯ୍ୟ କରିବାକୁ ଆଗ୍ରହ ଦେଖାଇ ନାହାନ୍ତି। ସେ ଏହି ଅବସରରେ ଜେ ବିଡେନକୁ ନିଜ ସାନ ଭାଇ ବୋଲି କହିଛନ୍ତି। ଆଠ ବର୍ଷ ଧରି ବିଡେନଙ୍କୁ ଜାଣେ। ସେ ତାଙ୍କ ସରକାରର ପ୍ରମୁଖ ନିଷ୍ପତ୍ତିରେ ସାମିଲ୍ ଥିଲେ ବୋଲି କହିଛନ୍ତି।

ବିଡେନ ଜଣେ ଭଲ ରାଷ୍ଟ୍ରପତି ଭାବରେ ଆଗାମୀ ଦିନରେ ପ୍ରମାଣ କରିବେ ବୋଲି କହିଛନ୍ତି। ସେହିପରି ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କୁ ପାଇଁ ଓବାମା କହିଛନ୍ତି ଏହି ଦୁଇ ଜଣ ନିଜ ବ୍ୟକ୍ତିଗତ ପାଇଁ ନୁହେଁ ବରଂ ଆମ ସମସ୍ତଙ୍କ ପାଇଁ ଲଢ଼ୁଛନ୍ତି ବୋଲି କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଟ୍ରମ୍ପ ହ୍ୱାଇଟ୍ ହାଉସରୁ ଏକ ରିଆଲିଟି ଶୋ’ ଚଳାଉଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe