Advertisment

'ଟ୍ରମ୍ପ ନିଷ୍ଠୁର ଓ ମିଛୁଆ, ସେ ମନଇଚ୍ଛା ମିଛ କୁହନ୍ତି'

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ମିଥ୍ୟାବାଦୀ ଓ ନିଷ୍ଠୁର। ଟ୍ରମ୍ପଙ୍କର କୌଣସି ସିଦ୍ଧାନ୍ତ ନାହିଁ। ଏକଥା ଆମେ କହୁନାହୁଁ। ଏକଥା ଖୋଦ୍ ଟ୍ରମ୍ପଙ୍କ ବଡ଼ ଭଉଣୀ ମାରିୟାନ୍ ଟ୍ରମ୍ପ ବାରି କହିଛନ୍ତି। ଶନିବାର ଜାରି କରାଯାଇଥିବା ଏକଧିକ ଗୁପ୍ତ ରେକର୍ଡିଂ ଅନୁଯାୟୀ ନିଜ ଭାଇ ଟ୍ରମ୍ପଙ୍କୁ କିଛି ଏଭଳି ଢଙ୍ଗରେ ସମାଲୋଚନା ଓ ନିନ୍ଦା କରିଛନ୍ତି ମାରିୟାନ୍। ସୂଚନା ଥାଉ କି, ମାରିୟାନଙ୍କ ଅଜାଣତରେ ତାଙ୍କ ଝିଆରୀ ମେରୀ ଟ୍ରମ୍ପ ସମସ୍ତ କଥାବାର୍ତ୍ତା ରେକର୍ଡିଂ […]

'ଟ୍ରମ୍ପ ନିଷ୍ଠୁର ଓ ମିଛୁଆ, ସେ ମନଇଚ୍ଛା ମିଛ କୁହନ୍ତି'

trump

Advertisment

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ମିଥ୍ୟାବାଦୀ ଓ ନିଷ୍ଠୁର। ଟ୍ରମ୍ପଙ୍କର କୌଣସି ସିଦ୍ଧାନ୍ତ ନାହିଁ। ଏକଥା ଆମେ କହୁନାହୁଁ। ଏକଥା ଖୋଦ୍ ଟ୍ରମ୍ପଙ୍କ ବଡ଼ ଭଉଣୀ ମାରିୟାନ୍ ଟ୍ରମ୍ପ ବାରି କହିଛନ୍ତି। ଶନିବାର ଜାରି କରାଯାଇଥିବା ଏକଧିକ ଗୁପ୍ତ ରେକର୍ଡିଂ ଅନୁଯାୟୀ ନିଜ ଭାଇ ଟ୍ରମ୍ପଙ୍କୁ କିଛି ଏଭଳି ଢଙ୍ଗରେ ସମାଲୋଚନା ଓ ନିନ୍ଦା କରିଛନ୍ତି ମାରିୟାନ୍।

Advertisment

ସୂଚନା ଥାଉ କି, ମାରିୟାନଙ୍କ ଅଜାଣତରେ ତାଙ୍କ ଝିଆରୀ ମେରୀ ଟ୍ରମ୍ପ ସମସ୍ତ କଥାବାର୍ତ୍ତା ରେକର୍ଡିଂ କରିଦେଇଥିଲେ। ତେବେ ଶନିବାର ସେ ଏହି ରେକର୍ଡିଂ ଜାରି କରିବା ସହ କହିଛନ୍ତି ଯେ, ସେ 2018-2019ରେ ଏହି ରେକର୍ଡିଂ କରିଥିଲେ।

ଏକ ରେକର୍ଡିଂରେ 83 ବର୍ଷୀୟ ମାରିୟାନଙ୍କ କଥା ଶୁଣିବାକୁ ମିଳିଛି। ସେ 2018ରେ ନିଜ ଭାଇ ଟ୍ରମ୍ପଙ୍କ ଏକ ସାକ୍ଷାତକାର ଉପରେ କଡ଼ା ସମାଲୋଚନା କରିଥିବା ଶୁଣିବାକୁ ମିଳିଛି। ଟ୍ରମ୍ପ 2018ରେ ଏକ ସାକ୍ଷାତକାର ଦେଉଥିବା ବେଳେ କହିଥିଲେ ଯେ, ମାରିୟନଙ୍କୁ ବାପା-ମାଆଙ୍କୁ ହରାଇ ଥିବା ତଥା ବିଚ୍ଛିନ୍ନ ହୋଇଯାଇଥିବା ପିଲାମାନଙ୍କ ମାମଲାର ଶୁଣାଣି ପାଇଁ ସୀମାରେ ନିଯୁକ୍ତ କରାଯାଉ। ଏହି ପରିପ୍ରେକ୍ଷୀରେ ମାରିୟନ ରେକର୍ଡିଂରେ କହୁଥିବା ଶୁଣିବାକୁ ମିଳିଛି ଯେ, ଯଦି ଟ୍ରମ୍ପ ଜଣେ ଧାର୍ମିକ ବ୍ୟକ୍ତି ହୋଇଥାନ୍ତେ ଏବଂ ଲୋକଙ୍କ ସାହାଯ୍ୟ କରିବାକୁ ପ୍ରକୃତରେ ଚାହୁଁଥାନ୍ତେ, ତେବେ ସେ ଏଭଳି କାମ କରି ନ ଥାନ୍ତେ।

Advertisment

ଆଉ ଏକ ରେକର୍ଡିଂରେ ମାରିୟନ କହୁଛନ୍ତି, ଟ୍ରମ୍ପ ମିଥ୍ୟାଚାରୀ। ସେ ଅଜବ ଗଜବ ଟ୍ୱିଟ୍ କରନ୍ତି। ସେ ମନଇଚ୍ଛା ମିଛ କୁହନ୍ତି..ବିନା କୌଣସି ଚାପରେ ମୁଁ କହୁଛି। ଟ୍ରମ୍ପ ବିନା ପ୍ରସ୍ତୁତିରେ ଯାହା ମନକୁ ଆସେ, ତାହା ମିଛ କହିଥାନ୍ତି ବୋଲି ତାଙ୍କ ବଡ଼ ଭଉଣୀ କହିଛନ୍ତି। ଏହାସହ ଡୋନାଲ୍ଡ ଟ୍ରମ୍ପ ଜଣେ ନିଷ୍ଠୁର ବ୍ୟକ୍ତି ବୋଲି ମଧ୍ୟ ସେ କହିଛନ୍ତି।

ନିକଟରେ ମେରୀ ଟ୍ରମ୍ପଙ୍କ 'ଠୁ ମଚ୍ ଆଣ୍ଡ୍ ନେଭର ଏନଫ୍: ହାଓ ମାଇ ଫ୍ୟାମିଲି କ୍ରିୟେଟେଡ୍ ଦି ଓ୍ୱାର୍ଲଡ୍ ମୋଷ୍ଟ ଡେନଞ୍ଜରସ୍ ମ୍ୟାନ୍' ନାମକ ଏକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଗତ ସପ୍ତାହରେ ମୃତ୍ୟୁବରଣ କରିଥିବା ଟ୍ରମ୍ପଙ୍କ ସାନଭାଇ ରବର୍ଟ କୋର୍ଟକୁ ଯାଇ ଏହାର ପ୍ରକାଶନକୁ ରୋକିବାକୁ ଚେଷ୍ଟା କରିଥିଲେ। ଆଉ ଯୁକ୍ତି କରିଥିଲେ ଯେ, ମାରିୟମ ତାଙ୍କ ଜେଜେବାପାଙ୍କ ସମ୍ପତ୍ତି ସମାଧାନ ପରେ 2001ରେ ସ୍ୱାକ୍ଷରିତ ହୋଇଥିବା ଏକ ଚୁକ୍ତିନାମାକୁ ଉଲ୍ଲଂଘନ କରିଛନ୍ତି। କିନ୍ତୁ ଏଭଳି ଯୁକ୍ତିର କୌଣସି ସୁଫଳ ମିଳିନଥିଲା।

USA Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe