Advertisment

ତୁର୍କୀର ରାଜଧାନୀ ଅଙ୍କାରାରେ ଦୁଇଟି ବିସ୍ଫୋରଣ; ୮୬ ଜଣଙ୍କ ମୃତ୍ୟୁ, ୧୮୬ ଆହତ

ଅଙ୍କାରା: ଶାନ୍ତି ଶୋଭାଯାତ୍ରା ପୂର୍ବରୁ ତୁର୍କୀର ରାଜଧାନୀ ଅଙ୍କାରାରେ ଆଜି ହୋଇଛି ଦୁଇଟି ବୋମା ବିସ୍ଫୋରଣ। ସହରର ପ୍ରମୁଖ ରେଳ ଷ୍ଟେସନରେ ହୋଇଛି ଏହି ଦୁଇ ବିସ୍ପୋରଣ। ଏଥିରେ ୮୬ ଜଣଙ୍କ ଲୋକଙ୍କ ମୃତ୍ୟୁ ଘଟିଛି। ୧୮୬ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣର କାରଣ ସମ୍ପର୍କରେ ଜଣାପଡିନାହିଁ। ଯେଉଁ ସ୍ଥାନରେ ବିସ୍ଫୋରଣ ଘଟିଛି ସେହି ସ୍ଥାନ ଦେଇ ଶାନ୍ତି ଶୋଭାଯାତ୍ରା ଅତିକ୍ରମ କରିବାର କାର୍ଯ୍ୟକ୍ରମ ଥିଲା। ଶନିବାର ଛୁଟି ଦିନ ଥିବାରୁ ବିସ୍ଫୋରଣ ଘଟି ଥିବା ସ୍ଥାନରେ ବେଶ ଭିଡ଼ […]

ଅଦ୍ୟତନ ହୋଇଛି
ତୁର୍କୀର ରାଜଧାନୀ ଅଙ୍କାରାରେ ଦୁଇଟି ବିସ୍ଫୋରଣ; ୮୬ ଜଣଙ୍କ ମୃତ୍ୟୁ, ୧୮୬ ଆହତ

turky

Advertisment

ଅଙ୍କାରା: ଶାନ୍ତି ଶୋଭାଯାତ୍ରା ପୂର୍ବରୁ ତୁର୍କୀର ରାଜଧାନୀ ଅଙ୍କାରାରେ ଆଜି ହୋଇଛି ଦୁଇଟି ବୋମା ବିସ୍ଫୋରଣ। ସହରର ପ୍ରମୁଖ ରେଳ ଷ୍ଟେସନରେ ହୋଇଛି ଏହି ଦୁଇ ବିସ୍ପୋରଣ। ଏଥିରେ ୮୬ ଜଣଙ୍କ ଲୋକଙ୍କ ମୃତ୍ୟୁ ଘଟିଛି। ୧୮୬ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣର କାରଣ ସମ୍ପର୍କରେ ଜଣାପଡିନାହିଁ। ଯେଉଁ ସ୍ଥାନରେ ବିସ୍ଫୋରଣ ଘଟିଛି ସେହି ସ୍ଥାନ ଦେଇ ଶାନ୍ତି ଶୋଭାଯାତ୍ରା ଅତିକ୍ରମ କରିବାର କାର୍ଯ୍ୟକ୍ରମ ଥିଲା। ଶନିବାର ଛୁଟି ଦିନ ଥିବାରୁ ବିସ୍ଫୋରଣ ଘଟି ଥିବା ସ୍ଥାନରେ ବେଶ ଭିଡ଼ ଜମି ଥିଲା। ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁଯାୟୀ, ବିସ୍ଫୋରଣର ମାତ୍ରା ଏତେ ତୀବ୍ର ଥିଲା ଯେ ଆଖପାଖର କୋଠାଗୁଡ଼ିକ ଦୋହଲି ଯାଇଥିଲା।

Advertisment

ସୂଚନାଯୋଗ୍ୟ, କୁର୍ଦ୍ଦିସ ବିଦ୍ରୋହୀ  ଓ ସରକାରଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଏହି ଶାନ୍ତି ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe