Advertisment

ଗ୍ୟାସ କୂଅରେ ଅଗ୍ନିକାଣ୍ଡ ଘଟଣା, ମିଳିଲା ୨ ଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତଦେହ

ଗୌହାଟୀ: ଆସାମର ଟିନସୁକିଆଠାରେ ଥିବା ଓଏଲ ଇଣ୍ଡିଆ ଲିଃ(ଓଆଇଏଲ)ର ଗ୍ୟାସ କୂଅ ଅଗ୍ନିକାଣ୍ଡ ଘଟଣା ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି। କମ୍ପାନୀର ବାଘଜାନ ଓଏଲଫିଲ୍ଡ ସ୍ଥିତ ଗ୍ୟାସ କୂଅରେ ଲାଗିଥିବା ନିଆଁ ଥମିବାରୁ ନାଁ ଧରୁନି। ସ୍ଥିତି ଏପରି ହୋଇଛି ଯେ ଉଦ୍ଧାରକାରୀ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିବାକୁ ନାକେଦମ ହେଲାଣି। ସେହିପରି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଦୁଇ ଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତଦେହ ମିଳିବା ପରେ ପୂରା ଭୟର ବାତାବରଣ ସୃଷ୍ଟି ହୋଇଛି। […]

author-image
Hemant Lenka
ଅଦ୍ୟତନ ହୋଇଛି
ଗ୍ୟାସ କୂଅରେ ଅଗ୍ନିକାଣ୍ଡ ଘଟଣା, ମିଳିଲା ୨ ଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତଦେହ

fa

ଗୌହାଟୀ: ଆସାମର ଟିନସୁକିଆଠାରେ ଥିବା ଓଏଲ ଇଣ୍ଡିଆ ଲିଃ(ଓଆଇଏଲ)ର ଗ୍ୟାସ କୂଅ ଅଗ୍ନିକାଣ୍ଡ ଘଟଣା ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି। କମ୍ପାନୀର ବାଘଜାନ ଓଏଲଫିଲ୍ଡ ସ୍ଥିତ ଗ୍ୟାସ କୂଅରେ ଲାଗିଥିବା ନିଆଁ ଥମିବାରୁ ନାଁ ଧରୁନି। ସ୍ଥିତି ଏପରି ହୋଇଛି ଯେ ଉଦ୍ଧାରକାରୀ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିବାକୁ ନାକେଦମ ହେଲାଣି।

Advertisment

ସେହିପରି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଦୁଇ ଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତଦେହ ମିଳିବା ପରେ ପୂରା ଭୟର ବାତାବରଣ ସୃଷ୍ଟି ହୋଇଛି। ଆଜି ସେମାନଙ୍କ ମୃତଦେହ ଏନଡିଆରଏଫ ଟିମ୍‌ ନିକଟସ୍ଥ ପୋଖରୀରୁ ଉଦ୍ଧାର କରିଛି।

ମୃତକ ଦ୍ୱୟ ଓଆଇଏଲରେ ହିଁ କାମ କରୁଥିଲେ। ସେମାନେ ଡିୟୁଟିରେ ଥିବା ବେଳେ ହିଁ ଗ୍ୟାସ ଲିକ୍‌ ଯୋଗୁ କୂଅରେ ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ଆଉ ଜଣେ ଆହତ କର୍ମଚାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଦୀର୍ଘ ୧୪ ଦିନ ହେଲା ଏଠାରେ ଗ୍ୟାସ ଲିକ ହେଉଥିଲେ ହେଁ କେହି ବି ଏହାକୁ ଗୁରୁତ୍ୱର ସହ ନେଇ ନଥିଲେ। ଫଳରେ ଗତକାଲି ମଧ୍ୟାହ୍ନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ପୂରା ପରିବେଶ କଳା ଧୂଆଁରେ ଆଚ୍ଛାଦିତ ହୋଇଯାଇଥିବା ବେଳେ ଏହା ନିକଟବର୍ତ୍ତୀ ଅଞ୍ଚଳକୁ ବ୍ୟାପିବାର ଆଶଙ୍କା ରହିଛି। ଗ୍ୟାସ ଲିକ ଓ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷଜ୍ଞ ଟିମ ମଧ୍ୟ ସିଙ୍ଗାପୁରରୁ ଆସିଛନ୍ତି।

ତଥାପି ନିଆଁ ଅତ୍ୟନ୍ତ ଭୟଙ୍କର ଥିବାରୁ ଏହା ନିକଟକୁ ଯିବା ଏକ ପ୍ରକାରର ଅସମ୍ଭ ହୋଇପଡ଼ିଛି। ଆକାଶ ମାର୍ଗରୁ ବାୟୁସେନା ମଧ୍ୟ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛି। ଟିନୁସିକିଆର ଭାଘଜାନ ଠାରେ ଏହି ତୈଳ କୂଅଟି ରହିଛି। ମେ’ ୨୭ରୁ ଏଥିରୁ ଗ୍ୟାସ ଲିକ ହେବା ସହ ଆଖପାଖ ଅଞ୍ଚଳର ଫସଲ ବ୍ୟାପକ ଭାବେ କ୍ଷତି ଘଟିଛି।

ସେହିପରି ବାଓ ଡାଇଭରସିଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ତୈଳ କୂଅର ଦେଢ଼ କିମି ପରିଧି ମଧ୍ୟରେ ଥିବା ପ୍ରାୟ ୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ରିଲିଫ କ୍ୟାମ୍ପରେ ରଖାଯାଇଛି।

News In Odia National News In Oriya