ଯାତ୍ରୀ ଭଳି ଆସି ମୋବାଇଲ୍‌ ଲୁଟିନେଲେ ବିମାନ କର୍ମଚାରୀ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର)- ଦିଲ୍ଲୀ ପୁଲିସ୍‌ ଏଭଳି ୨ ଜଣ ଚୋରଙ୍କୁ ଗିରଫ କରିଛି ଯେଉଁମାନେ ବିମାନ କର୍ମଚାରୀ ହୋଇ ମଧ୍ୟ ଗ୍ରାହକର ଅଭିନୟ କରି ଚୋରି କରିଛନ୍ତି ଏବଂ ପରେ ଧରାପଡ଼ିଛନ୍ତି। ଏଭଳି ଘଟଣା ଘଟିଛି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ବିମାନବନ୍ଦରରେ। କାର୍ଗୋ ବିମାନରୁ ଜିନିଷ ଖାଲି କରାଇବା ଦାୟିତ୍ୱରେ ଥିବା ୨ ଜଣ ‘ଗୋ-ଏୟାର୍’ର କର୍ମଚାରୀ ୫୩ଟି ମୋବାଇଲ୍‌ ଭର୍ତ୍ତି ଏକ ବ୍ୟାଗ୍‌ କନ୍‌ଭେୟର୍‌ ବେଲ୍ଟରେ ରଖିଦେଇଥିଲେ। ଏହାପରେ ଗ୍ରାହକଙ୍କ ପରି ଆରାଇଭାଲ ଟର୍ମିନାଲ୍‌ରେ […]

go_air_loot_final

Sampad Mahapatra
  • Published: Tuesday, 02 October 2018
  • , Updated: 02 October 2018, 09:44 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର)- ଦିଲ୍ଲୀ ପୁଲିସ୍‌ ଏଭଳି ୨ ଜଣ ଚୋରଙ୍କୁ ଗିରଫ କରିଛି ଯେଉଁମାନେ ବିମାନ କର୍ମଚାରୀ ହୋଇ ମଧ୍ୟ ଗ୍ରାହକର ଅଭିନୟ କରି ଚୋରି କରିଛନ୍ତି ଏବଂ ପରେ ଧରାପଡ଼ିଛନ୍ତି।

ଏଭଳି ଘଟଣା ଘଟିଛି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ବିମାନବନ୍ଦରରେ। କାର୍ଗୋ ବିମାନରୁ ଜିନିଷ ଖାଲି କରାଇବା ଦାୟିତ୍ୱରେ ଥିବା ୨ ଜଣ 'ଗୋ-ଏୟାର୍'ର କର୍ମଚାରୀ ୫୩ଟି ମୋବାଇଲ୍‌ ଭର୍ତ୍ତି ଏକ ବ୍ୟାଗ୍‌ କନ୍‌ଭେୟର୍‌ ବେଲ୍ଟରେ ରଖିଦେଇଥିଲେ। ଏହାପରେ ଗ୍ରାହକଙ୍କ ପରି ଆରାଇଭାଲ ଟର୍ମିନାଲ୍‌ରେ ପହଞ୍ଚିଯାଇଥିଲେ ଏବଂ ମୋବାଇଲ୍‌ ସହ ପାର୍‌ ହୋଇଯାଇଥିଲେ।

ଏକ କାର୍ଗୋ ସଂସ୍ଥାର ପରିଚାଳକ ଏବାବଦରେ ଅଭିଯୋଗ କରିବାପରେ ଛାନ୍‌ଭିନ୍‌ ଆରମ୍ଭ ହୋଇଥିଲା। ଚୋରି ଧରିବା ପାଇଁ ସିସିଟିଭି ଯାଞ୍ଚ ମଧ୍ୟ ବିଫଳ ହୋଇଥିଲା। ସେମାନେ ଚୋରି କରିଥିବା ମୋବାଇଲ୍ ବ୍ୟବହାର କରିବାରୁ ହିଁ ଧରାପଡ଼ିଯାଇଥିଲେ। ପୁଲିସ୍‌ ଜେରା କରିବା ପରେ ସେମାନେ 'ଗୋ ଏୟାର'ର କର୍ମଚାରୀ ବୋଲି ସ୍ୱୀକାର କରିଥିଲେ।

Related story