ଦୁଇ ମାନବାଧିକାର ଯୋଦ୍ଧାଙ୍କୁ ଶାନ୍ତି ନୋବେଲ୍‌

ଓସ୍‌ଲୋ (ଓଡ଼ିଶା ରିପୋର୍ଟର): ଯୁଦ୍ଧ ପରିସ୍ଥିତିରେ ଯୌନ ଉତ୍ପୀଡ଼ନ ବିରୋଧରେ ଲଢ଼ୁଥିବା କଙ୍ଗୋର ଜଣେ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଡେନିସ୍‌ ମ୍ୟୁକ୍ୱେଗ୍‌ ଏବଂ ଇରାକର ମାନବାଧିକାର କର୍ମୀ ନାଦିୟା ମୁରାଦ୍‌ଙ୍କୁ ମିଳିତ ଭାବେ ୨୦୧୮ ବର୍ଷର ନୋବେଲ୍‌ ଶାନ୍ତି ପୁରସ୍କାର ମିଳିବ। ‘ନ୍ୟାୟ ସମସ୍ତଙ୍କର ଅଧିକାର’ ଉକ୍ତିକୁ ଜୀବନର ଧ୍ୟେୟ କରିଥିବା ଡା. ଡେନିସ୍‌ ଯୁଦ୍ଧ ଏବଂ ସଂଗ୍ରାମ କ୍ଷେତ୍ରରେ ଯୌନ ଉତ୍ପୀଡ଼ନ ବିରୋଧରେ ସାରା ଜୀବନ ଲଢ଼ି ଆସିଛନ୍ତି। ସେ ଇସ୍‌ଲାମିକ୍‌ ଷ୍ଟେଟ୍‌ ଗ୍ରୁପ୍‌ର ଆତଙ୍କୀଙ୍କ […]

nOBEL-FOR-PEACE

Hemant Lenka
  • Published: Friday, 05 October 2018
  • , Updated: 05 October 2018, 04:17 PM IST

ଓସ୍‌ଲୋ (ଓଡ଼ିଶା ରିପୋର୍ଟର): ଯୁଦ୍ଧ ପରିସ୍ଥିତିରେ ଯୌନ ଉତ୍ପୀଡ଼ନ ବିରୋଧରେ ଲଢ଼ୁଥିବା କଙ୍ଗୋର ଜଣେ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଡେନିସ୍‌ ମ୍ୟୁକ୍ୱେଗ୍‌ ଏବଂ ଇରାକର ମାନବାଧିକାର କର୍ମୀ ନାଦିୟା ମୁରାଦ୍‌ଙ୍କୁ ମିଳିତ ଭାବେ ୨୦୧୮ ବର୍ଷର ନୋବେଲ୍‌ ଶାନ୍ତି ପୁରସ୍କାର ମିଳିବ।

‘ନ୍ୟାୟ ସମସ୍ତଙ୍କର ଅଧିକାର’ ଉକ୍ତିକୁ ଜୀବନର ଧ୍ୟେୟ କରିଥିବା ଡା. ଡେନିସ୍‌ ଯୁଦ୍ଧ ଏବଂ ସଂଗ୍ରାମ କ୍ଷେତ୍ରରେ ଯୌନ ଉତ୍ପୀଡ଼ନ ବିରୋଧରେ ସାରା ଜୀବନ ଲଢ଼ି ଆସିଛନ୍ତି। ସେ ଇସ୍‌ଲାମିକ୍‌ ଷ୍ଟେଟ୍‌ ଗ୍ରୁପ୍‌ର ଆତଙ୍କୀଙ୍କ ନିର୍ଯାତନାର ଶିକାର ହୋଇଥିବା ହଜାର ହଜାର ପୀଡ଼ିତାଙ୍କ ଚିକିତ୍ସା କରିବା ସହିତ ଏହାର ମୂଳୋତ୍ପାଟନ କରିବାର ପ୍ରୟାସ କରୁଥିବାରୁ ସେମାନଙ୍କ ରୋଷ ଶିକାର ହେବାକୁ ପଡ଼ିଥିବା ଜଣାଯାଇଛି।

ଅନ୍ୟପକ୍ଷରେ ନାଦିୟା ମୁରାଦ୍‌ ନିଜେ ଜଣେ ପୀଡ଼ିତା ଏବଂ ଇସ୍‌ଲାମିକ୍‌ ଷ୍ଟେଟ୍‌ ଗ୍ରୁପ୍‌ର ଆତଙ୍କୀଙ୍କ ହାତରେ ନିର୍ଯାତନା ଏବଂ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହା ପରେ ପରେ ସେ ହିଁ କୁର୍ଦ୍ଦିଶି-ୟାଜିଦିଙ୍କ ପ୍ରତିରୋଧ ଅଭିଯାନର ମୁହଁ ପାଲଟି ଯାଇଥିଲେ।

ନୋବେଲ୍‌ ଶାନ୍ତି ପୁରସ୍କାର ପାଇଁ ୩୩୧ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଏହି ୨ ଜଣଙ୍କୁ ବଛାଯାଇଛି। ନରୱେର ରାଜଧାନୀ ଓସ୍‌ଲୋଠାରେ ଏକ କାର୍ଯ୍ୟକ୍ରମରେ ଏହାର ଘୋଷଣା କରାଯାଇଛି।

Related story