Advertisment

ଆତଙ୍କବାଦୀ କବଳରୁ ବର୍ତ୍ତିଲେ ୨ ସାଧାରଣ ନାଗରିକ

ଶ୍ରୀନଗର: ଆତଙ୍କବାଦୀଙ୍କ କବଳରୁ ଉଦ୍ଧାର ହେଲେ ହଜିନ ଓ ବାନ୍ଦିପୋର ଅଞ୍ଚଳର ୨ ସାଧାରଣ ନାଗରିକ। ସେନା ସହିତ ଗୁଳିବର୍ଷଣ ଚାଲିଥିବାବେଳେ ଆତଙ୍କବାଦୀ ଏହି ଦୁଇ ନାଗରିକଙ୍କୁ ଅପହରଣ କରିନେଇ ଯାଇଥିବା ସୂଚନା ମିଳିଥିଲା। ପରେ ସେନାର ବାରମ୍ବାର ଲଗାତାର ଗ୍ରେନେଡ ମାଡ଼ ହେବାପରେ ସେହି ଦୁଇ ନାଗରିକଙ୍କୁ ଛାଡ଼ିଦେଇ ୩ ଜଣ ଆତଙ୍କବାଦୀ ଚମ୍ପଟ ମାରିଥିବା ଜଣାପଡ଼ିଛି। ଗୁଳି ବିନିମୟ ବେଳେ ଜଣେ ପୋଲିସ କର୍ମୀ, ଜଣେ ଏସଏଚଓ ଏବଂ ୩ ଯବାନ ଆହତ ହୋଇଛନ୍ତି। […]

ଅଦ୍ୟତନ ହୋଇଛି
ଆତଙ୍କବାଦୀ କବଳରୁ ବର୍ତ୍ତିଲେ ୨ ସାଧାରଣ ନାଗରିକ

1553148960-encounterkashmir

Advertisment

ଶ୍ରୀନଗର: ଆତଙ୍କବାଦୀଙ୍କ କବଳରୁ ଉଦ୍ଧାର ହେଲେ ହଜିନ ଓ ବାନ୍ଦିପୋର ଅଞ୍ଚଳର ୨ ସାଧାରଣ ନାଗରିକ। ସେନା ସହିତ ଗୁଳିବର୍ଷଣ ଚାଲିଥିବାବେଳେ ଆତଙ୍କବାଦୀ ଏହି ଦୁଇ ନାଗରିକଙ୍କୁ ଅପହରଣ କରିନେଇ ଯାଇଥିବା ସୂଚନା ମିଳିଥିଲା। ପରେ ସେନାର ବାରମ୍ବାର ଲଗାତାର ଗ୍ରେନେଡ ମାଡ଼ ହେବାପରେ ସେହି ଦୁଇ ନାଗରିକଙ୍କୁ ଛାଡ଼ିଦେଇ ୩ ଜଣ ଆତଙ୍କବାଦୀ ଚମ୍ପଟ ମାରିଥିବା ଜଣାପଡ଼ିଛି।

Advertisment

ଗୁଳି ବିନିମୟ ବେଳେ ଜଣେ ପୋଲିସ କର୍ମୀ, ଜଣେ ଏସଏଚଓ ଏବଂ ୩ ଯବାନ ଆହତ ହୋଇଛନ୍ତି। ଏବେ ଯବାନଙ୍କ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ତେବେ ରାଜୌରୀ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ବେଳେ ଭାରତ ତା'ର କଡ଼ା ଜବାବ ଦେଇଥିଲା। ଏଥିରେ ରାଇଫଲମ୍ୟାନ ୟଶ ପଲ ସହିଦ ହୋଇଥିବା ଜଣାପଡ଼ିଛି। ସେହିପରି ସୋମବାର ରାଇଫଲ ମ୍ୟାନ କରମଜିତ ସିଂହ ସେହି ସ୍ଥାନରେ ସହିଦ ହୋଇଥିଲେ।

ସୂଚନାଯୋଗ୍ୟ, ଫେବୃଆରୀ ୨୬ରେ ଭାରତ ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ କରିବା ପରଠାରୁ ୨୩ ଦିନ ମଧ୍ୟରେ ପାକିସ୍ତାନ ୧୦୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe