/odisha-reporter/media/post_attachments/uploads/2020/07/Death888.jpg)
Death
ଚେନ୍ନାଇ: ନିଟ୍ (NEET) ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପରୀକ୍ଷା ଡରରେ ଦୁଇ ପରୀକ୍ଷାର୍ଥୀ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । କରୋନା ସଙ୍କଟ କାଳରେ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବାକୁ ପ୍ରବେଶିକା ପରୀକ୍ଷା ନିଟ୍-2020 ଆଜି ଅର୍ଥାତ୍ ରବିବାର ଆୟୋଜିତ ହେବ । ହେଲେ ଏହାର ଗୋଟିଏ ଦିନ ପୂର୍ବରୁ ତାମିଲନାଡ଼ୁରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଦୁଇ ଜଣ ଆଶାୟୀ ପ୍ରାର୍ଥୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।
Advertisment
ପୁଲିସ ତଥ୍ୟରୁ ଜଣାପଡ଼ିଛି, ଧର୍ମପୁରୀର ଜଣେ ସ୍କ୍ରାପ୍ ବ୍ୟବସାୟୀଙ୍କ ପୁଅ ଆତ୍ମହତ୍ୟା କରିଛନ୍ତି । ସେ ଗତ ବର୍ଷ ନିଟରେ ଫେଲ୍ ହୋଇଯାଇଥିଲେ । ସେହିପରି ମଦୁରାଇର ଜଣେ 19 ବର୍ଷୀୟା ଯୁବତୀ ମଧ୍ୟ ଆତ୍ମହତ୍ୟା କରିଛନ୍ତି । ସେ ଗତ ବର୍ଷ ନିଟ୍ ପାସ୍ କରିବା ପରେ ଓ୍ୱେଟିଂ ଲିଷ୍ଟରେ ତାଙ୍କ ନାମ ଥିଲା ।
ତେବେ ଯୁବତୀଙ୍କ ଜଣକ ପରୀକ୍ଷାକୁ ନେଇ ଭୟଭୀତ ଥିଲେ ବୋଲି ନିଜ ଆତ୍ମହତ୍ୟା ଚିଠିରେ ଲେଖିଥିବା ପୁଲିସ୍ ସୂଚନା ଦେଇଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
