NEETର ଦିନକ ପୂର୍ବରୁ ୨ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା

ଚେନ୍ନାଇ: ନିଟ୍ (NEET) ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପରୀକ୍ଷା ଡରରେ ଦୁଇ ପରୀକ୍ଷାର୍ଥୀ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । କରୋନା ସଙ୍କଟ କାଳରେ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବାକୁ ପ୍ରବେଶିକା ପରୀକ୍ଷା ନିଟ୍-2020 ଆଜି ଅର୍ଥାତ୍ ରବିବାର ଆୟୋଜିତ ହେବ । ହେଲେ ଏହାର ଗୋଟିଏ ଦିନ ପୂର୍ବରୁ ତାମିଲନାଡ଼ୁରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଦୁଇ ଜଣ ଆଶାୟୀ ପ୍ରାର୍ଥୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପୁଲିସ ତଥ୍ୟରୁ ଜଣାପଡ଼ିଛି, […]

Death

Pragnya Choudhury
  • Published: Sunday, 13 September 2020
  • , Updated: 13 September 2020, 12:40 AM IST

ଚେନ୍ନାଇ: ନିଟ୍ (NEET) ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପରୀକ୍ଷା ଡରରେ ଦୁଇ ପରୀକ୍ଷାର୍ଥୀ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । କରୋନା ସଙ୍କଟ କାଳରେ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବାକୁ ପ୍ରବେଶିକା ପରୀକ୍ଷା ନିଟ୍-2020 ଆଜି ଅର୍ଥାତ୍ ରବିବାର ଆୟୋଜିତ ହେବ । ହେଲେ ଏହାର ଗୋଟିଏ ଦିନ ପୂର୍ବରୁ ତାମିଲନାଡ଼ୁରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଦୁଇ ଜଣ ଆଶାୟୀ ପ୍ରାର୍ଥୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ପୁଲିସ ତଥ୍ୟରୁ ଜଣାପଡ଼ିଛି, ଧର୍ମପୁରୀର ଜଣେ ସ୍କ୍ରାପ୍ ବ୍ୟବସାୟୀଙ୍କ ପୁଅ ଆତ୍ମହତ୍ୟା କରିଛନ୍ତି । ସେ ଗତ ବର୍ଷ ନିଟରେ ଫେଲ୍ ହୋଇଯାଇଥିଲେ । ସେହିପରି ମଦୁରାଇର ଜଣେ 19 ବର୍ଷୀୟା ଯୁବତୀ ମଧ୍ୟ ଆତ୍ମହତ୍ୟା କରିଛନ୍ତି । ସେ ଗତ ବର୍ଷ ନିଟ୍ ପାସ୍ କରିବା ପରେ ଓ୍ୱେଟିଂ ଲିଷ୍ଟରେ ତାଙ୍କ ନାମ ଥିଲା ।

ତେବେ ଯୁବତୀଙ୍କ ଜଣକ ପରୀକ୍ଷାକୁ ନେଇ ଭୟଭୀତ ଥିଲେ ବୋଲି ନିଜ ଆତ୍ମହତ୍ୟା ଚିଠିରେ ଲେଖିଥିବା ପୁଲିସ୍ ସୂଚନା ଦେଇଛି ।

Related story