Advertisment

ପାଟନାରୁ ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ୍

ପାଟନା: ଦେଶରେ ନିର୍ବାଚନୀ ପ୍ରଚାର ଚାଲିଥିବାବେଳେ ଦିଲ୍ଲୀ ପରେ ପାଟନାରେ ୨ଜଣ ଆତଙ୍କବାଦୀକୁ ଗିରଫ କରିବାରେ ସକ୍ଷମ ହୋଇଛି ଏଟିଏସ୍। ଗିରଫ ବେଳେ ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଏଡିଜି କେ. କ୍ରିଷ୍ଣା ସୂଚନା ଦେଇଛନ୍ତି। ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବାବେଳେ ଏଟିଏସ୍ ଏମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।   ଗିରଫ ଦୁଇଜଣ ବାଂଲାଦେଶର ନାଗରିକ ବୋଲି ଜଣାପଡ଼ିଛି ଏବଂ ସେମାନଙ୍କ ଲିଙ୍କ ଆତଙ୍କୀ ସଙ୍ଗଠନ ଜାମିଆତ-ଉଲ-ମୁଜାହିଦ୍ଦିନ ସହ ଥିବା ଏଟିଏସ ଜାଣିବାକୁ ପାଇଛି। ସୂଚନାଯୋଗ୍ୟ, […]

author-image
Subhransu Sekhar
ପାଟନାରୁ ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ୍

BIHAR TERRORIST ARREST ADG CLARIFIED

ପାଟନା: ଦେଶରେ ନିର୍ବାଚନୀ ପ୍ରଚାର ଚାଲିଥିବାବେଳେ ଦିଲ୍ଲୀ ପରେ ପାଟନାରେ ୨ଜଣ ଆତଙ୍କବାଦୀକୁ ଗିରଫ କରିବାରେ ସକ୍ଷମ ହୋଇଛି ଏଟିଏସ୍। ଗିରଫ ବେଳେ ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଏଡିଜି କେ. କ୍ରିଷ୍ଣା ସୂଚନା ଦେଇଛନ୍ତି। ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବାବେଳେ ଏଟିଏସ୍ ଏମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।
Advertisment
 
ଗିରଫ ଦୁଇଜଣ ବାଂଲାଦେଶର ନାଗରିକ ବୋଲି ଜଣାପଡ଼ିଛି ଏବଂ ସେମାନଙ୍କ ଲିଙ୍କ ଆତଙ୍କୀ ସଙ୍ଗଠନ ଜାମିଆତ-ଉଲ-ମୁଜାହିଦ୍ଦିନ ସହ ଥିବା ଏଟିଏସ ଜାଣିବାକୁ ପାଇଛି। ସୂଚନାଯୋଗ୍ୟ, ଗତସପ୍ତାହରେ ପୋଲିସ ଦିଲ୍ଲୀରେ ୨ ଜୈଶ-ଏ-ଆତଙ୍କବାଦୀକୁ ଗିରଫ କରିଥିଲା। ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ନେତାମାନେ ରାଲି କରୁଥିବାବେଳେ ଆତଙ୍କବାଦୀ ଗିରଫ ହେବା ଚିନ୍ତାର ବିଷୟ ପାଲଟିଛି।