Advertisment

ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ "ନାଓଲ୍"ର ତାଣ୍ଡବ

ଫିଲିପାଇନ୍ସ: ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ “ନାଓଲ୍” ତାଣ୍ଡବ ଖେଳାଇଛି। ଗତକାଲି ଅପରାହ୍ଣରେ ଫିଲିପାଇନ୍ସର ସ୍ଥଳ ଭାଗରେ ମାଡ଼ ହୋଇଛି ଏହି ଭୟଙ୍କର ସାମୁଦ୍ରିକ ଝଡ଼ । ଏହା ପ୍ରଭାବରେ ଘଣ୍ଟାପ୍ରତି ୧୮୫ କିଲୋମିଟର ବେଗରେ ପବନ ବୋହିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ଝଡ଼ ତୋଫ।ନ ସାଙ୍ଗକୁ ପ୍ରବଳ ବର୍ଷା ଯୋଗୁଁ  ବିଭିନ୍ନ ସ୍ଥାନରେ ଅତଡା ଖସି ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ଫିଲିପାଇନ୍ସର ଉତ୍ତର ଭାଗରେ ଥିବା ଲୁଜନ୍ ଦ୍ୱୀପରେ ଏହାର ପ୍ରକୋପ ସବୁଠାରୁ ଅଧିକ […]

ଅଦ୍ୟତନ ହୋଇଛି
ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼

Typhoon Noul Brushes Northern Philippines

Advertisment

ଫିଲିପାଇନ୍ସ: ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ "ନାଓଲ୍" ତାଣ୍ଡବ ଖେଳାଇଛି। ଗତକାଲି ଅପରାହ୍ଣରେ ଫିଲିପାଇନ୍ସର ସ୍ଥଳ ଭାଗରେ ମାଡ଼ ହୋଇଛି ଏହି ଭୟଙ୍କର ସାମୁଦ୍ରିକ ଝଡ଼ । ଏହା ପ୍ରଭାବରେ ଘଣ୍ଟାପ୍ରତି ୧୮୫ କିଲୋମିଟର ବେଗରେ ପବନ ବୋହିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ଝଡ଼ ତୋଫ।ନ ସାଙ୍ଗକୁ ପ୍ରବଳ ବର୍ଷା ଯୋଗୁଁ  ବିଭିନ୍ନ ସ୍ଥାନରେ ଅତଡା ଖସି ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ଫିଲିପାଇନ୍ସର ଉତ୍ତର ଭାଗରେ ଥିବା ଲୁଜନ୍ ଦ୍ୱୀପରେ ଏହାର ପ୍ରକୋପ ସବୁଠାରୁ ଅଧିକ ରହିଛି। ଝଡ଼ ଆସିବା ପୂର୍ବରୁ ହଜାର ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବନ୍ଦରରେ ଅଟକି ରହିଛି ଅନେକ ଜାହଜ। ଦୋକାନ ବଜାର ବନ୍ଦ ହୋଇଯାଇଛି। ବିଭିନ୍ନ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ଅଛି। ଏହି ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଏବଂ ମଙ୍ଗଳବାର ସକାଳେ ଜାପାନର ଦକ୍ଷିଣାଞ୍ଚଳରେ ପହଞ୍ଚିବାର ସଂଭାବନା ଅଛି।  ଅନ୍ୟପଟରେ ଦକ୍ଷିଣ ଲୁଜନ୍ରେ ଥିବା ମାଉଣ୍ଟ ବୁଲୁସାନ୍ ପର୍ବତରୁ ନିକଟରେ ଆଗ୍ନେୟ ଉଦ୍ଗୀରଣ ହୋଇଥିବା ବେଳେ ଝଡ଼ ବର୍ଷା ଯୋଗୁଁ ପାହାଡ଼ ଉପରୁ କାଦୁଅ ଓ ମଇଳା ଜନବସତିକୁ ମାଡ଼ି ଆସି ଘରଦ୍ୱାର ଭସାଇ ନେବାର ଆଶଙ୍କା ସୃଷ୍ଟି ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe