Advertisment

ଉଦାମପୁରରେ ଟ୍ରକ୍ ଉପରେ ଆକ୍ରମଣ ଘଟଣା: କାଶ୍ମୀର ବନ୍ଦ, ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ

ଶ୍ରୀନଗର: ଗତ ସପ୍ତାହରେ ଉଦାମପୁରରେ ଏକ ଟ୍ରକ୍ ଉପରକୁ ପେଟ୍ରୋଲ୍ ବୋମା ଫୋପଡ଼ା ଯିବା ଘଟଣାକୁ ପ୍ରତିବାଦ କରି ଆଜି କାଶ୍ମୀରରେ ବନ୍ଦ ଡାକରା ଦେଇଥିଲା ବ୍ୟବସାୟୀ ସଂଘଗୁଡ଼ିକ। ଏହାକୁ ହୁରିୟାତ କନଫରେନ୍ସ ଓ ଜେକେଏଲଏଫ୍ ଭଳି କିଛି ବିଚ୍ଛିନ୍ନତାବାଦୀ ସଂଗଠନ ମଧ୍ୟ ସମର୍ଥନ କରିଥିଲେ। ଫଳରେ ଆଜି ସବୁ ସମସ୍ତ ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ୍ ଓ କଲେଜ ଆଦି ବନ୍ଦ ରହିଥିଲା। ରାସ୍ତାରେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଗାଡ଼ିଗୁଡ଼ିକୁ ଚଳାଚଳ କରି ନଥିଲେ। ତେବେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଉଦାମପୁରରେ ଟ୍ରକ୍ ଉପରେ ଆକ୍ରମଣ ଘଟଣା: କାଶ୍ମୀର ବନ୍ଦ, ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ

srinagar

ଶ୍ରୀନଗର: ଗତ ସପ୍ତାହରେ ଉଦାମପୁରରେ ଏକ ଟ୍ରକ୍ ଉପରକୁ ପେଟ୍ରୋଲ୍ ବୋମା ଫୋପଡ଼ା ଯିବା ଘଟଣାକୁ ପ୍ରତିବାଦ କରି ଆଜି କାଶ୍ମୀରରେ ବନ୍ଦ ଡାକରା ଦେଇଥିଲା ବ୍ୟବସାୟୀ ସଂଘଗୁଡ଼ିକ। ଏହାକୁ ହୁରିୟାତ କନଫରେନ୍ସ ଓ ଜେକେଏଲଏଫ୍ ଭଳି କିଛି ବିଚ୍ଛିନ୍ନତାବାଦୀ ସଂଗଠନ ମଧ୍ୟ ସମର୍ଥନ କରିଥିଲେ। ଫଳରେ ଆଜି ସବୁ ସମସ୍ତ ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ୍ ଓ କଲେଜ ଆଦି ବନ୍ଦ ରହିଥିଲା। ରାସ୍ତାରେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଗାଡ଼ିଗୁଡ଼ିକୁ ଚଳାଚଳ କରି ନଥିଲେ। ତେବେ ପ୍ରାଇଭେଟ୍ ଟ୍ୟାକ୍ସିଗୁଡ଼ିକ ଚଳାଚଳ କରିଥିଲା। ବନ୍ଦ ଡାକରାକୁ ଦେଖି କାଶ୍ମୀରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Advertisment

ଗତ ଶୁକ୍ରବାର ରାତିରେ ଜମ୍ମୁ ଅଞ୍ଚଳର ଉଦାମପୁରରେ ଏକ ଟ୍ରକ୍ ଉପରେ ପେଟ୍ରୋଲ୍ ବୋମା ଫିଙ୍ଗା ଯାଇଥିଲା। ଟ୍ରକଟି କାଶ୍ମୀର ଅଞ୍ଚଳର ଥିଲା। ଏହି ଘଟଣାରେ ଜଣେ ପୋଲିସ୍ କର୍ମଚାରୀଙ୍କ ସମେତ ୩ ଜଣ ଆହତ ହୋଇଥିଲେ। ଏହି ଘଟଣାରେ ଆହତ ଦୁଇ ଜଣ ଯୁବକଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଶରୀରର ବହୁ ଭାଗ ପୋଡ଼ି ଯାଇଛି। ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି।