Advertisment

ଇସ୍ତଫା ଦେଲେ ପୂର୍ବତନ ବିଜେପି ସାଂସଦ ଉଦୟ ସିଂହ

ପାଟନା: ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ଉଦୟ ସିଂହ ଗତକାଲି ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ସେ ବିହାରର ପୂର୍ଣ୍ଣିଆ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଦୁଇଥର ପ୍ରତିନିଧିତ୍ୱ କରିଥିଲେ। ଇସ୍ତଫା ଘୋଷଣା କରିବା ସମୟରେ ସେ ଅଭିଯୋଗ କରି କହିଛନ୍ତି, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁ ନିକଟରେ ବିଜେପି ଆତ୍ମସମର୍ପଣ କରିଛନ୍ତି। ଏହା ସହ ସିଂହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ରାହୁଲଙ୍କ ଲୋକପ୍ରିୟତା […]

author-image
Sangita Sahoo
ଅଦ୍ୟତନ ହୋଇଛି
ଇସ୍ତଫା ଦେଲେ ପୂର୍ବତନ ବିଜେପି ସାଂସଦ ଉଦୟ ସିଂହ

uday-singh

ପାଟନା: ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ଉଦୟ ସିଂହ ଗତକାଲି ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ସେ ବିହାରର ପୂର୍ଣ୍ଣିଆ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଦୁଇଥର ପ୍ରତିନିଧିତ୍ୱ କରିଥିଲେ।

Advertisment

ଇସ୍ତଫା ଘୋଷଣା କରିବା ସମୟରେ ସେ ଅଭିଯୋଗ କରି କହିଛନ୍ତି, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁ ନିକଟରେ ବିଜେପି ଆତ୍ମସମର୍ପଣ କରିଛନ୍ତି।

ଏହା ସହ ସିଂହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ରାହୁଲଙ୍କ ଲୋକପ୍ରିୟତା ଏବେ ବଢ଼ିବାରେ ଲାଗିଛି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟ ଭଲ ଥିଲେ ମଧ୍ୟ ସେ ନିଜକୁ ବାସ୍ତବିକତା ଠାରୁ ଦୂରେଇ ରଖିଛନ୍ତି।”

Advertisment

ସିଂହ ଏକଥା ବି କହିଛନ୍ତି ଯେ, ସେ ବିଜେପିରେ ଥିବା ସମୟରେ କେବେ ମଧ୍ୟ ‘କଂଗ୍ରେସ ମୁକ୍ତ ଭାରତ’କୁ ଗ୍ରହଣ କରିନାହାନ୍ତି।

ସିଂହ ନିଜ ଭବିଷ୍ୟତ ଯୋଜନା ବିଷୟରେ କିଛି କହିବାକୁ ମନା କରିଦେଇଛନ୍ତି। କିନ୍ତୁ ତାଙ୍କ  କଥାବାର୍ତ୍ତାରୁ ଯାହା ଅନୁମାନ କରାଯାଉଛି ଆଗକୁ ସେ ଏକ ମହାଗଠବନ୍ଧନରେ ସାମିଲ ହେବେ।