ଶିବାଜୀ ପାର୍କରେ ଶପଥ ନେଲେ ‘ଠାକ୍‌ରେ’ ସରକାର, ମହାରାଷ୍ଟ୍ରରେ ଉଦ୍ଧବ ଉତ୍ସବ

ମୁମ୍ବାଇ: ଦୀର୍ଘ ଏକମାସର ଅସ୍ଥିରତାରେ ଶେଷରେ ଅନ୍ତ ଘଟିବା ସହ ଦେଶର ରାଜନୀତିରେ ଐତିହାସିକ ମୋଡ଼ ଆସିଛି। ଶିବସେନା ଗଠନର ଦୀର୍ଘ ବର୍ଷ ପରେ ‘ଠାକ୍‌ରେ’ ପରିବାରର ପ୍ରଥମ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି ଉଦ୍ଧବ ଠାକ୍‌ରେ। ବିଶାଳ ଜନସମୁଦ୍ର ମଧ୍ୟରେ ଶିବସେନା ମୁଖ୍ୟ ଉଦ୍ଧବ ମହାରାଷ୍ଟ୍ରର ଅଷ୍ଟାଦଶ ଏବଂ ଶିବସେନାର ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଉଭୟ ଶିବସେନା ଏବଂ କ୍ରିକେଟ୍‌ ଉଭୟ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଶିବାଜୀ […]

sivsena-Uddhav

sivsena-Uddhav

Subrat Kumar Nayak
  • Published: Thursday, 28 November 2019
  • Updated: 28 November 2019, 10:46 PM IST

Sports

Latest News

ମୁମ୍ବାଇ: ଦୀର୍ଘ ଏକମାସର ଅସ୍ଥିରତାରେ ଶେଷରେ ଅନ୍ତ ଘଟିବା ସହ ଦେଶର ରାଜନୀତିରେ ଐତିହାସିକ ମୋଡ଼ ଆସିଛି। ଶିବସେନା ଗଠନର ଦୀର୍ଘ ବର୍ଷ ପରେ ‘ଠାକ୍‌ରେ’ ପରିବାରର ପ୍ରଥମ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି ଉଦ୍ଧବ ଠାକ୍‌ରେ। ବିଶାଳ ଜନସମୁଦ୍ର ମଧ୍ୟରେ ଶିବସେନା ମୁଖ୍ୟ ଉଦ୍ଧବ ମହାରାଷ୍ଟ୍ରର ଅଷ୍ଟାଦଶ ଏବଂ ଶିବସେନାର ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଉଭୟ ଶିବସେନା ଏବଂ କ୍ରିକେଟ୍‌ ଉଭୟ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଶିବାଜୀ ପାର୍କଠାରେ ଏହି ଶପଥପାଠ ଉତ୍ସବ ଆୟୋଜିତ ହୋଇଥିଲା। ଆଜି ଉଦ୍ଧବଙ୍କ ସହ ମହା ବିକାଶ ଅଘାଡିର ୩ ଦଳରୁ ୬ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବ ପରେ ହିଁ ଉଦ୍ଧବ ଏବଂ ତାଙ୍କ ପୁଅ ତଥା ଯୁବସେନା ମୁଖ୍ୟ ଆଦିତ୍ୟ ଠାକ୍‌ରେ ପ୍ରଥମ କ୍ୟାବିନେଟ୍‌ ବୈଠକରେ ଯୋଗ ଦେଇଛନ୍ତି।

ସହ୍ୟାଦ୍ରୀ ଗେଷ୍ଟହାଉସ୍‌ଠାରେ ଆୟୋଜିତ ଏହି ବୈଠକରେ କଂଗ୍ରେସର ବାଲାସାହେବ୍‌ ଥୋରୋଟ୍‌ ଏବଂ ନୀତୀନ୍‌ ରାଉତ୍ ମଧ୍ୟ ଯୋଗ ଦେଇଛନ୍ତି। ଏତଦ୍‌ବ୍ୟତୀତ ଶିବସେନାରୁ ଏକନାଥ ସିନ୍ଦେ ଯୋଗ ଦେଇଛନ୍ତି। ମହାରାଷ୍ଟ୍ରର ଗୌରବ ମହାରାଜା ଛତ୍ରପତି ଶିବାଜୀଙ୍କ ରାଜଧାନୀ ରାୟଗଡ଼ର ସୁରକ୍ଷା ପାଇଁ ଉଦ୍ଧବ ସରକାର ୨୦ କୋଟି ଖର୍ଚ୍ଚ କରିବେ ବୋଲି କ୍ୟାବିନେଟ୍‌ର ପ୍ରଥମ ନିଷ୍ପତ୍ତିରେ ଘୋଷଣା କରାଯାଇଛି। ଏହି ଅବସରରେ ଉଦ୍ଧବ ଆହୁରି ମଧ୍ୟ କହିଛନ୍ତି, ମହାରାଷ୍ଟ୍ରର ଚାଷୀଙ୍କ ପାଇଁ ଆଗାମୀ ୨ ଦିନରେ ବଡ଼ ଘୋଷଣା କରାଯିବ। ଚାଷୀକୂଳର ସ୍ୱାର୍ଥ ପାଇଁ ତାଙ୍କ ସରକାର କାମ କରିବ ବୋଲି ଉଦ୍ଧବ କହିଛନ୍ତି। କୌଣସି ଅଞ୍ଚଳ ଭିତ୍ତିରେ ନୁହେଁ ପୂରା ମହାରାଷ୍ଟ୍ର ପାଇଁ ସେ କାମ କରିବେ ବୋଲି ସେ କହିଛନ୍ତି।

୫ ଦଶନ୍ଧି ତଳେ ବାଲ୍‌ ଠାକ୍‌ରେଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବସେନା ‘ରାଜା’ ସୃଷ୍ଟି କରିବାରେ ବା ଅନ୍ୟ ନେତାଙ୍କୁ ଗାଦିସୀନ କରାଇବାରେ ବିଶ୍ୱାସ କରିଆସୁଥିଲା। କିନ୍ତୁ କେହି ମଧ୍ୟ ‘ଠାକ୍‌ରେ’ ଆଜି ଯାଏ ‘ମନ୍ତ୍ରୀ’ ବା ମୁଖ୍ୟମନ୍ତ୍ରୀ ତ ଦୂର କଥା ବିଧାନସଭା ବା ଲୋକସଭାର ସଦସ୍ୟ ମଧ୍ୟ ହୋଇନଥିଲେ। ତେବେ ଉଦ୍ଧବଙ୍କ ପୁଅ ତଥା ଯୁବସେନା ମୁଖ୍ୟ ଆଦିତ୍ୟ ଠାକ୍‌ରେ ବିଧାୟକ ହେବା ପରେ ଏଥିରେ ପ୍ରଥମେ ପରିବର୍ତ୍ତନ ଆସିଥିଲା। ଏହି ପରିବର୍ତ୍ତନର ହାୱା ପ୍ରଥମେ ବିଜେପିଠାରୁ ଶିବସେନାକୁ ଅଲଗା କରିବା ସହ ରାଜ୍ୟ ଓ ଜାତୀୟ ରାଜନୀତିକ ସମୀକରଣରେ ନୂଆ ‘ହିନ୍ଦୁତ୍ୱ’ ରାଜନୀତିର ସଂସ୍କରଣ ଆରମ୍ଭ କରିଛି।

ଗୁରୁବାର ଭଗତ ସିଂହ କୋଶିଆରୀ ଉଦ୍ଧବଙ୍କ ସହିତ ୬ ଜଣ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ। ଆଜି ଉଦ୍ଧବଙ୍କ ସହ ଶିବସେନାର ଏକନାଥ ସିନ୍ଦେ ଏବଂ ୪ ଥର ଶିବସେନାରୁ ବିଧାୟକ ସୁଭାଷ ରାଜାରାମ ଦେଶାଇ ମଧ୍ୟ ମନ୍ତ୍ରି ଭାବେ ଶପଥ ନେଇଥିଲ। ସେହିଭଳି ଏନ୍‌ସିପି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଛଗନ ଭୂଜବଳ ଏବଂ ଏନ୍‌ସିପିର ମହାରାଷ୍ଟ୍ର ମୁଖ୍ୟ ଜୟନ୍ତ ପାଟିଲ ମଧ୍ୟ ଶପଥ ନେଇଥିଲେ। କଂଗ୍ରେସରୁ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ବାଲାସାହେବ୍‌ ଥରୋଟ୍‌ ମଧ୍ୟ ମନ୍ତ୍ରିପଦର ଶପଥ ନେଇଥିଲେ। ଏହି ଉତ୍ସବରେ ହଜାର ହଜାର ଲୋକ ଯୋଗଦେଇଥିଲେ। ଅନେକ ଲୋକ ଉଦ୍ଧବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ ଯୋଗେ ଉଦ୍ଧବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, “ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେଜୀ ଶପଥ ନେଇଥିବାରୁ ତାଙ୍କୁ ମୋ ତରଫରୁ ଶୁଭେଚ୍ଛା। ମୋର ବିଶ୍ୱାସ ସେ ମହାରାଷ୍ଟ୍ରର ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ଦିଗରେ କାର୍ଯ୍ୟ କରିବେ।”

କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧି ଏବଂ ମନମୋହନ ସିଂହଙ୍କୁ ଉଦ୍ଧବଙ୍କ ପୁଅ ଆଦିତ୍ୟ ନିଜେ ନିମନ୍ତ୍ରଣ କରିଥିଲେ ମଧ୍ୟ ସେମାନେ ଆସିନଥିଲେ। ତେବେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ସଦସ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌, ଉଦ୍ଧବଙ୍କ ଭାଇ ତଥା ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍‌ ଠାକ୍‌ରେ ଏବଂ ଶିବସେନା-କଂଗ୍ରେସ-ଏନ୍‌ସିପିର ଅନ୍ୟ ପ୍ରମୁଖ ନେତା ଯୋଗ ଦେଇଥିଲେ।

କଂଗ୍ରେସ-ଶିବସେନା ଓ ଏନସିପି ମିଳିତ ଭାବେ ଆଜି ଠାରୁ ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ସରକାର ଆରମ୍ଭ କରିଛନ୍ତି। ୩ ଦଳ ମିଳିତ ଭାବେ କମନ ମିନିମମ୍‌ ପ୍ରୋଗ୍ରାମ(ସିଏମପି)ରେ ରାଜି ହୋଇ ସରକାର ଗଠନ କରିଛନ୍ତି। ଏହି ମହାମେଣ୍ଟରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ସିଏମପି ଅନୁଯାୟୀ, ଉଦ୍ଧବ ସରକାର ତହସିଲ ସ୍ତରରୁ ‘ଟଙ୍କିକିଆ କ୍ଲିନିକ୍‌’ ଖୋଲିବେ। ଏଥିସହ ୧୦ ଟଙ୍କାରେ ଖାଦ୍ୟ ମଧ୍ୟ ଯୋଗାଇ ଦେବେ। ସରକାର ତହସିଲ ସ୍ତରରେ ଖୋଲିବାକୁ ଥିବା ‘ଟଙ୍କିକିଆ କ୍ଲିନିକ୍‌’ରେ ଲୋକଙ୍କୁ ସମସ୍ତ ପ୍ରକାରର ପାଥଲୋଜିକାଲ ପରୀକ୍ଷା ଯୋଗାଇ ଦିଆଯିବ।

ସିଏମପିରେ ଆହୁରି କୁହାଯାଇଛି ଯେ ଯଦି କେହି ଖାଦ୍ୟ କିମ୍ବା ଔଷଧ ବିତରଣରେ ଅବହେଳା କରିବେ, ତା’ହେଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପର୍ଯ୍ୟାୟକ୍ରମେ ଉଦ୍ଧବ ସରକାର ପ୍ରତି ଜିଲ୍ଲାରେ ସୁପର ସ୍ପେଶାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା କରିବେ।

ସରକାର ମହାରାଷ୍ଟ୍ରରେ ରହୁଥିବା ସମସ୍ତ ନାଗରିକଙ୍କ ସ୍ୱାସ୍ଥ୍ୟବୀମା କରିବେ ବୋଲି ମଧ୍ୟ ସିଏମପିରେ ଉଲ୍ଲେଖ ରହିଛି। ବେକାରୀ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ଅଧୀନରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ପାଇଁ ବ୍ୟବସ୍ଥା କରାଯିବ। ମରାଠୀ ଯୁବକଙ୍କ ପାଇଁ ଚାକିରି କ୍ଷେତ୍ରରେ ୮୦% ପଦ ସଂରକ୍ଷିତ ରଖାଯିବ।

ଏଥିପାଇଁ ଉଦ୍ଧବ ସରକାର ସ୍ୱତନ୍ତ୍ର ଆଇନ ଆଣିବେ। ଆର୍ଥିକ ପଛୁଆ ବର୍ଗରେ ଥିବା ଲୋକଙ୍କ ଝିଅମାନଙ୍କୁ ମାଗଣା ଶିକ୍ଷା ସେବା ଯୋଗାଇ ଦିଆଯିବ। କର୍ମଜୀବୀ ମହିଳାଙ୍କ ପାଇଁ ଜିଲ୍ଲା ମୁଖ୍ୟାଳୟ ଓ ସହରରେ ହଷ୍ଟେଲ ଖୋଲାଯିବ। ଶ୍ରମିକ ଓ ଆର୍ଥିକ ପଛୁଆ ବର୍ଗର ଲୋକଙ୍କ ପିଲାମାନଙ୍କ ପାଠପଢ଼ା ପାଇଁ ଶୂନ ପ୍ରତିଶତ ସୁଧରେ ଋଣ ଯୋଗାଇ ଦିଆଯିବ ବୋଲି ସିଏମପିରେ କୁହାଯାଇଛି। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌ ଏହି ସିଏମ୍‌ପିର କଡ଼ା ସମାଲୋଚନା କରିଛନ୍ତି। ଟ୍ୱିଟରରେ କହିଛନ୍ତି, ଏହି ସିଏମ୍‌ପିରେ ଚାଷୀଙ୍କ ବିଷୟରେ ଘୋଷଣା ଅବସରରେ ମରାଠାୱାଡ଼ା ବା ଉତ୍ତର ମହାରାଷ୍ଟ୍ର ବାବଦରେ ଉଲ୍ଲେଖ ନାହିଁ। ସରକାର ଏହି ଅଞ୍ଚଳକୁ ଗୁରୁତ୍ୱ ଦେବେ ବୋଲି ସେ ଆଶାବ୍ୟକ୍ତ କରନ୍ତି କହି କଟାକ୍ଷ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story