Advertisment

ଉଦ୍ଧବ ଦେଲେ ଚେତାବନୀ...

ମୁମ୍ବାଇ: ଦେଶରେ କରୋନା ସ୍ଥିତି ସଙ୍କଟାପନ୍ନ ଥିବା ବେଳେ ରାଜନୀତି କିନ୍ତୁ ଥମିବାର ନାଁ ଧରୁନି। ରାଜସ୍ଥାନରେ ଚାଲିଥିବା କ୍ଷମତାର ଯୁଦ୍ଧ ଭିତରେ ଏବେ ମହାରାଷ୍ଟ୍ରର ଉଦ୍ଧବ ସରକାରଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଗୁଆ ଚେତାବନୀ ଦେଇ ନିଜର ଆଶଙ୍କାକୁ ପଦାରେ ପକାଇଛନ୍ତି। ଉଦ୍ଧବ କହିଛନ୍ତି, “କେହି ଯଦି ମୋ ସରକାରକୁ ଭାଙ୍ଗିବାକୁ ଚାହୁଁଛି, ତେବେ ଭାଙ୍ଗୁ। ମୁଁ ଏବେ ଦେଖୁଛି..ଅପେକ୍ଷା କାହାକୁ? ବର୍ତ୍ତମାନ ସରକାର ଭାଙ୍ଗ। ଏ ସରକାର […]

ବିଜେପି ଆମ ପଛପଟୁ ଛୁରି ମାରିଛି, ବୁଝାମଣା କରିବା ପ୍ରଶ୍ନ ଉଠୁନି: ଉଦ୍ଧବ ଠାକରେ

Uddhav Thackeray

Advertisment

ମୁମ୍ବାଇ: ଦେଶରେ କରୋନା ସ୍ଥିତି ସଙ୍କଟାପନ୍ନ ଥିବା ବେଳେ ରାଜନୀତି କିନ୍ତୁ ଥମିବାର ନାଁ ଧରୁନି। ରାଜସ୍ଥାନରେ ଚାଲିଥିବା କ୍ଷମତାର ଯୁଦ୍ଧ ଭିତରେ ଏବେ ମହାରାଷ୍ଟ୍ରର ଉଦ୍ଧବ ସରକାରଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଗୁଆ ଚେତାବନୀ ଦେଇ ନିଜର ଆଶଙ୍କାକୁ ପଦାରେ ପକାଇଛନ୍ତି।

Advertisment

ଉଦ୍ଧବ କହିଛନ୍ତି, "କେହି ଯଦି ମୋ ସରକାରକୁ ଭାଙ୍ଗିବାକୁ ଚାହୁଁଛି, ତେବେ ଭାଙ୍ଗୁ। ମୁଁ ଏବେ ଦେଖୁଛି..ଅପେକ୍ଷା କାହାକୁ? ବର୍ତ୍ତମାନ ସରକାର ଭାଙ୍ଗ। ଏ ସରକାର ତିନି ଚକିଆ ବିଶିଷ୍ଟ। ହେଲେ ଏହା ଗରିବଙ୍କ ବାହନ ଅଟେ। କିନ୍ତୁ ଗାଡ଼ିର ଷ୍ଟିୟରିଂ ମୋ ହାତରେ ରହିଛି। ବୁଲେଟ୍ ଟ୍ରେନ୍ ଏବଂ ରିକ୍ସା ମଧ୍ୟରେ କାହାକୁ ବାଛିବାକୁ ହେଲେ, ମୁଁ ରିକ୍ସା ହିଁ ଚୟନ କରିବି।'

ଉଦ୍ଧବ ପୁଣି କହିଛନ୍ତି, ଗରିବଙ୍କ ସାଙ୍ଗରେ ଛିଡ଼ି ହୋଇ ରହିବି। ମୋର ଏଭଳି ଭୂମିକା ମୁଁ ପରିବର୍ତ୍ତନ କରେନାହିଁ। ମୁଁ ଏବେ ମୁଖ୍ୟମନ୍ତ୍ରୀ ହୋଇଗଲି ବୋଲି ବୁଲେଟ୍ ଟ୍ରେନ ପଛରେ ଠିଆ ହେବି, ଏଭଳି ମାନସିକତା କେହି ନ ଆଣନ୍ତୁ ବୋଲି ଉଦ୍ଧବ ଠାକରେ ସ୍ପଷ୍ଟ କହିଛନ୍ତି।

Advertisment

ସେହିପରି ମହାରାଷ୍ଟ୍ରରେ 'ଅପରେସନ ଲୋଟସ୍' ବାବଦରେ ଉଦ୍ଧବ କହିଛନ୍ତି, ମୁଁ ଭବିଷ୍ୟବାଣୀ କରିପାରିବି ନାହିଁ। ସେମାନେ କରିକି ଦେଖାନ୍ତୁ। ଭାଙ୍ଗି-ଯୋଡ଼ି ଦେଖାନ୍ତୁ। ଏଭଳି କେହି ବିରୋଧୀ ନେତା ନାହଁ, ଯିଏ ଅନ୍ୟ ଦଳରେ ମିଶି ସର୍ବୋଚ୍ଚ ପଦରେ ପହଞ୍ଚିଛି ବା ମୁଖ୍ୟମନ୍ତ୍ରୀ ହୋଇପାରିଛି। ଏଭଳି ଅନେକ ଉଦାହରଣ ରହିଛି। ଏଭଳି ଭଙ୍ଗା-ଯୋଡ଼ା ମଧ୍ୟରେ କେବଳ 'ବ୍ୟବହାର କର, ଫିଙ୍ଗିଦିଅ' ନୀତିକୁ ହିଁ ସମସ୍ତେ ଆପଣାଇଛନ୍ତି ବୋଲି ଉଦ୍ଧବ କହିଛନ୍ତି।

ସେ ଆହୁରି କହିଛନ୍ତି, କେନ୍ଦ୍ର ସରକାରଙ୍କ କେତୋଟି ଚକ? ଆମର ଏଠାରେ ତିନି ଚକିଆ ସରକାର। ଶେଷଥର ଯେତେବେଳେ ଏନଡିଏ ବୈଠକକୁ ଯାଇଥିଲି, ସେତେବେଳେ ୩୦-୩୫ ଚକ ଥିଲେ। ଅର୍ଥାତ୍ ରେଳଗାଡ଼ି। ଏଭଳି କହି ବିଜେପିକୁ ଟାର୍ଗେଟ୍ କରିଛନ୍ତି ଉଦ୍ଧବ ଠାକରେ।

Uddhav Thackeray
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe