UG,PG ପରୀକ୍ଷା ସୁନିଶ୍ଚିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଣ୍ଡର ଗ୍ରାଜୁଏଟ (UG) ପୋଷ୍ଟ ଗ୍ରାଜୁଏଟ (PG) ଫାଇନାଲ ପରୀକ୍ଷା ବାବଦରେ ଦେଶର ସର୍ବୋଚ୍ଚ ଅଦାଲତ ଆଜି ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, କଲେଜ/ ବିଶ୍ୱବିଦ୍ୟାଳୟର ଫାଇନାଲ ପରୀକ୍ଷା ବିନା ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯାଇପାରିବ ନାହିଁ। ଏଣୁ ୟୁଜିସି ଧାର୍ଯ୍ୟ ଜୁଲାଇ ୬ର ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବଜାୟ ରଖିଛନ୍ତି। ସେପ୍ଟେମ୍ୱର ୩୦ ସୁଦ୍ଧା UG/PG ପରୀକ୍ଷା ଶେଷ କରିବାକୁ ଜୁଲାଇ ୬ରେ ୟୁଜିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଓଡ଼ିଶା ସମେତ ଅନେକ ରାଜ୍ୟ […]

sc

sc

Pragnya Choudhury
  • Published: Friday, 28 August 2020
  • Updated: 28 August 2020, 04:23 PM IST

ନୂଆଦିଲ୍ଲୀ: ଅଣ୍ଡର ଗ୍ରାଜୁଏଟ (UG) ପୋଷ୍ଟ ଗ୍ରାଜୁଏଟ (PG) ଫାଇନାଲ ପରୀକ୍ଷା ବାବଦରେ ଦେଶର ସର୍ବୋଚ୍ଚ ଅଦାଲତ ଆଜି ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, କଲେଜ/ ବିଶ୍ୱବିଦ୍ୟାଳୟର ଫାଇନାଲ ପରୀକ୍ଷା ବିନା ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯାଇପାରିବ ନାହିଁ। ଏଣୁ ୟୁଜିସି ଧାର୍ଯ୍ୟ ଜୁଲାଇ ୬ର ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବଜାୟ ରଖିଛନ୍ତି।

ସେପ୍ଟେମ୍ୱର ୩୦ ସୁଦ୍ଧା UG/PG ପରୀକ୍ଷା ଶେଷ କରିବାକୁ ଜୁଲାଇ ୬ରେ ୟୁଜିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଓଡ଼ିଶା ସମେତ ଅନେକ ରାଜ୍ୟ ଏବଂ ଛାତ୍ରଛାତ୍ରୀ କୋଭିଡ୍-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ କରିବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ନିବେଦନ କରିଥିଲେ। ଏନେଇ ସର୍ବୋଚ୍ଚ ଅଦାଲତ ଆଜି ରାୟ ପ୍ରକାଶ କରିଛନ୍ତି।

ସୁପ୍ରିମକୋର୍ଟ ନିଜ ରାୟରେ ଏହା ମଧ୍ୟ କହିଛନ୍ତି ଯେ, ଯେଉଁ ରାଜ୍ୟଗୁଡ଼ିକ ୟୁଜିସି ନିର୍ଦ୍ଦେଶ କ୍ରମେ ସେପ୍ଟେମ୍ୱର ୩୦ ସୁଦ୍ଧା ପରୀକ୍ଷା ଆୟୋଜନ କରିବାରେ ଅସମର୍ଥ ଅଟନ୍ତି, ସେହି ରାଜ୍ୟଗୁଡ଼ିକ ୟୁଜିସିଠାରୁ ପରାମର୍ଶ ନେଇ ନିଜ ପରିସ୍ଥିତି ମୁତାବକ UG/PG ପରୀକ୍ଷା କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିପାରିବେ। ତେବେ ବିପର୍ଯ୍ୟୟ ପରିଚାଳନା ଆଇନ୍ ଅନୁଯାୟୀ ରାଜ୍ୟଗୁଡ଼ିକ ସାମ୍ପ୍ରତିକ କୋଭିଡ୍ ସଙ୍କଟକୁ ଦୃଷ୍ଟିରେ ରଖି ପରୀକ୍ଷା ସାମୟିକ କାଳ ପାଇଁ ସ୍ଥଗିତ କରିପାରିବେ, କିନ୍ତୁ ସମ୍ପୂର୍ଣ୍ଣ ବାତିଲ କରିପାରିବେ ନାହିଁ। ଏଣୁ ୟୁଜିସି ନିଷ୍ପତ୍ତି କ୍ରମେ ପରୀକ୍ଷା ବିନା ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରିବା ଅସମ୍ଭବ।

ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସୁମ୍ରିମକୋର୍ଟଙ୍କ ସମ୍ପୂର୍ଣ୍ଣ ରାୟ ହସ୍ତଗତ ହେବା ପରେ ବିଚାରବିମର୍ଶ କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story