Advertisment

'ତେଜସ୍ୱୀ ଭଲ ପିଲା, ବଡ଼ ହେଲାପରେ ନେତୃତ୍ୱ ନେଇପାରିବେ'

ଭୋପାଲ୍: ବିହାର ନିର୍ବାଚନ ଉପରେ ସାରା ଦେଶର ନଜର ଥିଲା। ତେବେ ଖୁବ୍ ରୋମାଞ୍ଚ ଢଙ୍ଗରେ ଏନଡିଏ ବନାମ ମହାଗଠବନ୍ଧନର ଟକ୍କର ଦେଖିବାକୁ ମିଳିଥିଲା। ଆଉ ଶେଷରେ ନୀତିଶ କୁମାର ଯୁବନେତା ତେଜସ୍ୱୀ ଯାଦବକୁ ମାତ୍ ଦେଇଥିଲେ। ବିହାର ନିର୍ବାଚନରେ ଏନଡିଏ ବାଜି ମାରିଛି। ତେବେ ଏନେଇ ବିଜେପି ବରିଷ୍ଠ ନେତ୍ରୀ ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ପ୍ରଶଂସା କରିଛନ୍ତି ବିଜେପି ନେତ୍ରୀ ଉମା ଭାରତୀ। […]

'ତେଜସ୍ୱୀ ଭଲ ପିଲା, ବଡ଼ ହେଲାପରେ ନେତୃତ୍ୱ ନେଇପାରିବେ'

uma

Advertisment

ଭୋପାଲ୍: ବିହାର ନିର୍ବାଚନ ଉପରେ ସାରା ଦେଶର ନଜର ଥିଲା। ତେବେ ଖୁବ୍ ରୋମାଞ୍ଚ ଢଙ୍ଗରେ ଏନଡିଏ ବନାମ ମହାଗଠବନ୍ଧନର ଟକ୍କର ଦେଖିବାକୁ ମିଳିଥିଲା। ଆଉ ଶେଷରେ ନୀତିଶ କୁମାର ଯୁବନେତା ତେଜସ୍ୱୀ ଯାଦବକୁ ମାତ୍ ଦେଇଥିଲେ। ବିହାର ନିର୍ବାଚନରେ ଏନଡିଏ ବାଜି ମାରିଛି। ତେବେ ଏନେଇ ବିଜେପି ବରିଷ୍ଠ ନେତ୍ରୀ ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ନିଜର ପ୍ରତିକ୍ରିୟା ଦେଇଛନ୍ତି।

Advertisment

ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ପ୍ରଶଂସା କରିଛନ୍ତି ବିଜେପି ନେତ୍ରୀ ଉମା ଭାରତୀ। ସେ କହିଛନ୍ତି ଯେ ଯଦିଓ ତେଜସ୍ୱୀଙ୍କ ବୟସ ହୋଇସାରିଛି, ତଥାପି ସେ ଏକ ରାଜ୍ୟ ଚଳାଇବାକୁ ଅଭିଜ୍ଞ ନୁହନ୍ତି। ବିହାରକୁ ଶେଷରେ ଲାଲୁ ହିଁ ଚଲାଇଥାନ୍ତେ।

ଉମା ଭାରତୀ କହିଛନ୍ତି ଯେ, ତେଜସ୍ୱୀ ଜଣେ ଭଲ ପିଲା। କିନ୍ତୁ ସେ ରାଜ୍ୟ ଚଳାଇବାକୁ ସକ୍ଷମ ନୁହଁନ୍ତି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଶେଷରେ ବିହାରକୁ ଜଙ୍ଗଲରାଜକୁ ଠେଲି ଦେଇଥାନ୍ତେ। ତେଜସ୍ୱୀ ଟିକେ ବଡ଼ ହେଲା ପରେ ନେତୃତ୍ୱ ନେଇପାରିବେ ବୋଲି ସେ କହିଛନ୍ତି।

Advertisment

ଉମା ଭାରତୀ ଆହୁରି ମଧ୍ୟ କହିଛନ୍ତି ଯେ, "କମଲନାଥ ଏହି ନିର୍ବାଚନରେ ଭଲ ଲଢ଼େଇ କରିଛନ୍ତି। ଯଦି ସେ ନିଜ ସରକାର ଭଲରେ ଚଳାଇଥାନ୍ତେ, ତେବେ ଏଠାରେ ଏତେ ସମସ୍ୟା ଉପୁଜି ନ ଥାନ୍ତା। ସେ ସଭ୍ୟ ମଣିଷ। ମୋ ବଡ଼ ଭାଇ ଭଳି ସେ। ଏହି ନିର୍ବାଚନକୁ ସେ ଚତୁରତାର ସହ ଲଢ଼ିଛନ୍ତି।"

Bjp Tejashwi Yadav Bihar Election Uma Bharti
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe