Advertisment

ଖୋଲିବ ନିର୍ମଲାଙ୍କ ବଜେଟ ଟାବଲେଟ୍‌, ତା'ପୂର୍ବରୁ ବଢ଼ିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ବଜେଟ୍‌ ଟାବଲେଟ୍‌‌ର ଖୋଲିବ ଲକ୍‌। ସଂସଦରେ ୨୦୨୧-୨୨ ସାଧାରଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ତେବେ ଏହାପୂର୍ବରୁ ମେଡ୍-ଇନ୍-ଇଣ୍ଡିଆ ଟାବଲେଟ୍‌ ଧରି ସଂସଦ ଭବନ ପରିସରେ ପହଞ୍ଚି ସାରିଲେଣି ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଏବଂ ରାଷ୍ଟ୍ର ଅର୍ଥମନ୍ତ୍ରୀ ଅନୁରାଗ ଠାକୁର। ପ୍ରଥମେ ଦୁଇ ମନ୍ତ୍ରୀ ଅର୍ଥମନ୍ତ୍ରାଳୟକୁ ଯାଇଥିଲେ, ସେଠାରୁ ସେମାନେ ସଂସଦକୁ ଯାଇଛନ୍ତି। ଦିନ ୧୧ଟାରେ ବଜେଟ ଉପସ୍ଥାପନ ହେବ। କରୋନା ଯୋଗୁଁ ଚଳିତ ବର୍ଷ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଖୋଲିବ ନିର୍ମଲାଙ୍କ ବଜେଟ ଟାବଲେଟ୍‌, ତା'ପୂର୍ବରୁ ବଢ଼ିଲା ସେନ୍‌ସେକ୍ସ

budget-1

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ବଜେଟ୍‌ ଟାବଲେଟ୍‌‌ର ଖୋଲିବ ଲକ୍‌। ସଂସଦରେ ୨୦୨୧-୨୨ ସାଧାରଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ତେବେ ଏହାପୂର୍ବରୁ ମେଡ୍-ଇନ୍-ଇଣ୍ଡିଆ ଟାବଲେଟ୍‌ ଧରି ସଂସଦ ଭବନ ପରିସରେ ପହଞ୍ଚି ସାରିଲେଣି ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଏବଂ ରାଷ୍ଟ୍ର ଅର୍ଥମନ୍ତ୍ରୀ ଅନୁରାଗ ଠାକୁର। ପ୍ରଥମେ ଦୁଇ ମନ୍ତ୍ରୀ ଅର୍ଥମନ୍ତ୍ରାଳୟକୁ ଯାଇଥିଲେ, ସେଠାରୁ ସେମାନେ ସଂସଦକୁ ଯାଇଛନ୍ତି। ଦିନ ୧୧ଟାରେ ବଜେଟ ଉପସ୍ଥାପନ ହେବ।

Advertisment

କରୋନା ଯୋଗୁଁ ଚଳିତ ବର୍ଷ ପ୍ରଥମ ଥର ପାଇଁ ପେପର ଲେସ୍ ବଜେଟ୍‌ ଉପସ୍ଥାପନ ହେବ। ମେଡ-ଇନ-ଇଣ୍ଡିଆ ଟାବଲେଟ୍‌ ଜରିଆରେ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିବେ। ବଜେଟ୍‌ର ସମସ୍ତ ସଫ୍ଟ କପି, ଅନ୍‌ଲାଇନରେ ଉପଲବ୍ଧ ହେବ।

ତେବେ ବଜେଟ୍‌ ଉପସ୍ଥାପନ ପୂର୍ବରୁ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନସେକ୍ସ ପ୍ରାୟ ୪୦୦ ଅଙ୍କ ବୃଦ୍ଧି ପାଇଛି । ଏହାସହ ୪୬,୬୧୭.୯୫ ପଏଣ୍ଟରେ ଖୋଲିଛି । ସେହିପରି ଏନଏସଇର ନିଫ୍ଟି ୧୩,୭୫୮.୬୦ ଅଙ୍କରେ ରହିଛି । ଗତ କାରବାର ଦିନରେ ସେନସେକ୍ସ ୪୬,୨୮୫.୭୭ ଓ ନିଫ୍ଟି ୧୩,୬୩୪.୬୦ରେ ବନ୍ଦ ହୋଇଥିଲା ।

Advertisment

Budget2021 Union Budget 2021