Advertisment

ମୋଦି ସରକାରରେ ନିଯୁକ୍ତିର ହିସାବ ଦେଲେ ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ: ବିରୋଧୀ କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳ ମୋଦି ସରକାର ସମୟରେ ବେକାରୀ ବୃଦ୍ଧି ପାଇଛି ବୋଲି ଦାବି କରୁଥିବାବେଳେ ଏହାର ଜବାବ ରଖିଛନ୍ତି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ। ୫ ବର୍ଷ ଶାସନ କାଳରେ ଆଇଟି ସେକ୍ଟରରେ ୮.୭୩ ଲକ୍ଷ ନୂଆ ରୋଜଗାର ସୃଷ୍ଟି ହୋଇଥିବା ଆଇନମନ୍ତ୍ରୀ କହିଛନ୍ତି। ସର୍ଭେସଂସ୍ଥା ନାସକମ ଦ୍ଵାରା ଜାରି ହୋଇଥିବା ତଥ୍ୟକୁ ଆଧାର କରି ସେ ଏପରି କହିଛନ୍ତି। ଆଇଟି ଦ୍ୱାରା ସିଧାସଳଖ ୪୧.୪୦ ଲକ୍ଷ ନିଯୁକ୍ତି […]

ଅଦ୍ୟତନ ହୋଇଛି
ବିବାଦ ବଢ଼ିବାରୁ ମନ୍ତବ୍ୟ ଫେରାଇ ନେଲେ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ

ravi-shankar-prasad

Advertisment
ନୂଆଦିଲ୍ଲୀ: ବିରୋଧୀ କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳ ମୋଦି ସରକାର ସମୟରେ ବେକାରୀ ବୃଦ୍ଧି ପାଇଛି ବୋଲି ଦାବି କରୁଥିବାବେଳେ ଏହାର ଜବାବ ରଖିଛନ୍ତି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ। ୫ ବର୍ଷ ଶାସନ କାଳରେ ଆଇଟି ସେକ୍ଟରରେ ୮.୭୩ ଲକ୍ଷ ନୂଆ ରୋଜଗାର ସୃଷ୍ଟି ହୋଇଥିବା ଆଇନମନ୍ତ୍ରୀ କହିଛନ୍ତି। ସର୍ଭେସଂସ୍ଥା ନାସକମ ଦ୍ଵାରା ଜାରି ହୋଇଥିବା ତଥ୍ୟକୁ ଆଧାର କରି ସେ ଏପରି କହିଛନ୍ତି। ଆଇଟି ଦ୍ୱାରା ସିଧାସଳଖ ୪୧.୪୦ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଥିବାବେଳେ ପରୋକ୍ଷରେ ୧.୨ କୋଟି ବ୍ୟକ୍ତି ଚାକିରୀ ବା ରୋଜଗାର ପାଇଥିବା ସେ କହିଛନ୍ତି।
Advertisment
 
ଏହାବ୍ୟତୀତ ୧୨ ଲକ୍ଷ ଚାକିରି ସରକାରଙ୍କ କମନ ସର୍ଭିସ ସେଣ୍ଟର(ସିଏସସି) ଦ୍ୱାରା ସୃଷ୍ଟି ହୋଇଥିବାବେଳେ ୬.୭ ଲକ୍ଷ ନିଯୁକ୍ତି ଉଭୟ ସିଧାସଳଖ ଏବଂ ପରୋକ୍ଷରେ ସୃଷ୍ଟି ହୋଇଥିବା ଶ୍ରୀ ପ୍ରସାଦ କହିଛନ୍ତି। ସେହିପରି ବିପିଓରେ  ୨୩ ହଜାର ଚାକିରି ସୃଷ୍ଟି ହୋଇଥିବାବେଳେ ଷ୍ଟାର୍ଟଅପ୍ ଜରିଆରେ ୪୦ ହଜର ଚାକିରି ମୋଦି ସରକାର ସମୟରେ ହୋଇଥିବା ସେ କହିଛନ୍ତି। ଏଥିସହ ବିରୋଧୀ କଂଗ୍ରେସକୁ ପ୍ରଶ୍ନ କରି ଆଇନମନ୍ତ୍ରୀ ଉଭୟ ୟୁପିଏ ୱାନ ଓ ଟୁ ସରକାରରେ କେତେ ନିଯୁକ୍ତି ଦେଇଥିଲେ, ତା'ର ହିସାବ ଦେବା ପାଇଁ ଦାବି କରିଛନ୍ତି।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe