Advertisment

ଇସ୍କୋ ଓ ଦୁର୍ଗାପୁର ଇସ୍ପାତ କାରଖାନା ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଗସ୍ତର ପ୍ରଥମ ଦିନରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ତଥା ସେଲ୍‌ର ବର୍ନପୁର ସ୍ଥିତ ଇସ୍କୋ ଇସ୍ପାତ କାରଖାନା ଓ ଦୁର୍ଗାପୁର ଇସ୍ପାତ କାରଖାନା ପରିଦର୍ଶନ କରିବା ସହ ବିଭାଗୀୟ ଅଫିସର ମାନଙ୍କ ସହ ପରିଚାଳନା କାର୍ଯ୍ୟର ସମୀକ୍ଷା କରିଛନ୍ତି। ଇସ୍କୋ ଇସ୍ପାତ କାରଖାନା ଦେଶର ଅନ୍ୟତମ ସର୍ବପୁରାତନ ପ୍ରତିଷ୍ଠିତ ଇସ୍ପାତ କାରଖାନା ମଧ୍ୟରୁ ଅନ୍ୟତମ ଏବଂ ଏହି କାରଖାନା ପୂର୍ଣ୍ଣକାଳୀନ […]

ଇସ୍କୋ ଓ ଦୁର୍ଗାପୁର ଇସ୍ପାତ କାରଖାନା ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

dharmendra-pradhan

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଗସ୍ତର ପ୍ରଥମ ଦିନରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ତଥା ସେଲ୍‌ର ବର୍ନପୁର ସ୍ଥିତ ଇସ୍କୋ ଇସ୍ପାତ କାରଖାନା ଓ ଦୁର୍ଗାପୁର ଇସ୍ପାତ କାରଖାନା ପରିଦର୍ଶନ କରିବା ସହ ବିଭାଗୀୟ ଅଫିସର ମାନଙ୍କ ସହ ପରିଚାଳନା କାର୍ଯ୍ୟର ସମୀକ୍ଷା କରିଛନ୍ତି।

Advertisment

ଇସ୍କୋ ଇସ୍ପାତ କାରଖାନା ଦେଶର ଅନ୍ୟତମ ସର୍ବପୁରାତନ ପ୍ରତିଷ୍ଠିତ ଇସ୍ପାତ କାରଖାନା ମଧ୍ୟରୁ ଅନ୍ୟତମ ଏବଂ ଏହି କାରଖାନା ପୂର୍ଣ୍ଣକାଳୀନ ସମନ୍ୱିତ ଇସ୍ପାତ କାରଖାନା ଭାବେ କାର୍ଯ୍ୟକ୍ଷମ। ଶ୍ରୀ ପ୍ରଧାନ ଏହି କାରଖାନାର ସମସ୍ତ କାର୍ଯ୍ୟ, ପରିଚାଳନା ଦେଖିବା ପରେ କାରଖାନାର ଉତ୍ପାଦନ, ଦକ୍ଷତା ଏବଂ ପରିଚାଳନାର ଲାଭ ଉପରେ ଆଲୋଚନା କରିଥିଲେ।

ଏହି ଅବସରରେ କାରଖାନା କ୍ଷମତାର ଶତପ୍ରତିଶତ ବ୍ୟବହାର କରିବା ଉପରେ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେବା ସହ ଗୁରୁତ୍ୱାରୋପ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ପରିଦର୍ଶନ ବେଳେ ଶ୍ରୀ ପ୍ରଧାନ କାରଖାନାରେ କାମ କରୁଥିବା ଶ୍ରମିକ ଓ କର୍ମଚାରୀଙ୍କ ସହ କଥା ହେବା ସହ ସେମାନଙ୍କର କାମ ସମ୍ବନ୍ଧରେ ପଚାରି ବୁଝିଥିଲେ।

Advertisment
Dharmendra Pradhan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe