Advertisment

ନଭେମ୍ବର ୩୦ ଯାଏ ଲକଡାଉନ, ଜାରି ହେଲା ଗାଇଡଲାଇନ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନଭେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରିଛି। ଗାଇଡଲାଇନ ଅନୁଯାୟୀ, ଆସନ୍ତା ନଭେମ୍ବର ୩୦ ଯାଏ କରୋନା ସଂକ୍ରମଣ ଯୋଗୁ ଚିହ୍ନଟ ହୋଇଥିବା କଣ୍ଟେନମେଣ୍ଟ ଜୋନ ଗୁଡ଼ିକରେ ପୂର୍ବଭଳି ଲକଡାଉନ ଜାରି ରହିବ। ସେହିପରି ସେପ୍ଟେମ୍ବର ମାସରେ ଅନଲକ-୫ ପାଇଁ ଜାରି ହୋଇଥିବା ଗାଇଡଲାଇନ ନଭେମ୍ବର ୩୦ ଯାଏ ବଳବତ୍ତର ରହିବ। ଏହାର ଅର୍ଥ ସିନେମା ହଲ ଓ ସୁଇମିଂ ପୁଲର ବ୍ୟବହାର […]

author-image
Hemant Lenka
ଅଦ୍ୟତନ ହୋଇଛି
ନଭେମ୍ବର ୩୦ ଯାଏ ଲକଡାଉନ, ଜାରି ହେଲା ଗାଇଡଲାଇନ

gha

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନଭେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରିଛି। ଗାଇଡଲାଇନ ଅନୁଯାୟୀ, ଆସନ୍ତା ନଭେମ୍ବର ୩୦ ଯାଏ କରୋନା ସଂକ୍ରମଣ ଯୋଗୁ ଚିହ୍ନଟ ହୋଇଥିବା କଣ୍ଟେନମେଣ୍ଟ ଜୋନ ଗୁଡ଼ିକରେ ପୂର୍ବଭଳି ଲକଡାଉନ ଜାରି ରହିବ।

Advertisment

ସେହିପରି ସେପ୍ଟେମ୍ବର ମାସରେ ଅନଲକ-୫ ପାଇଁ ଜାରି ହୋଇଥିବା ଗାଇଡଲାଇନ ନଭେମ୍ବର ୩୦ ଯାଏ ବଳବତ୍ତର ରହିବ। ଏହାର ଅର୍ଥ ସିନେମା ହଲ ଓ ସୁଇମିଂ ପୁଲର ବ୍ୟବହାର କଟକଣା ଭିତରେ ଜାରି ରହିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ୩୦.୦୯.୨୦୨୦ରେ ଯେଉଁ ଗାଇଡଲାଇନ ଜାରି କରାଯାଇଥିଲା ତାହା ୩୦.୧୧.୨୦୨୦ ଯାଏ ବଲବତ୍ତର ରହିବ।

ସେପ୍ଟେମ୍ବର ମାସରେ ୫୦% ଦର୍ଶକଙ୍କୁ ନେଇ ଅକ୍ଟୋବର ୧୫ରୁ ସିନେମା ହଲ ଖୋଲିପାରିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନୁମତି ଦେଇଥିଲା। କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସମସ୍ତ ସିନେମା ହଲ, ଥ୍ରୀଏଟର ଓ ମଲ୍ଟିପ୍ଲେକ୍ସ ଗୁଡ଼ିକ ଅକ୍ଟୋବର ୧୫ରୁ ଖୋଲିବ ବୋଲି ଅନୁମତି ମିଳିଥିଲା।

Advertisment

ସେହିପରି ଅକ୍ଟୋବର ୧୫ ପରେ ଦେଶରେ ସ୍କୁଲ ଗୁଡ଼ିକ ଖୋଲିବାକୁ କେନ୍ଦ୍ର ସରକାର ସର୍ତ୍ତ ମୂଳକ ଅନୁମତି ଦେଇଥିଲେ। ତଥାପି ଅଧିକାଂଶ ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେଇ ନାହାନ୍ତି।

ପୂର୍ବରୁ ଅନଲକ-୪ରେ କେନ୍ଦ୍ର ସରକାର ମେଟ୍ରୋ ସେବା ଓ ୯ରୁ ଦ୍ୱାଦଶ ଶ୍ରେଣୀର ଶିକ୍ଷାର୍ଥୀଙ୍କ ପାଇଁ କଟକଣା କୋହଳ କରିଥିଲେ। ୯ରୁ ଦ୍ୱାଦଶ ଶ୍ରେଣୀର ପିଲାମାନେ ନିଜ ଇଚ୍ଛାରେ ସ୍କୁଲ ଯାଇ ପାଠ ବୁଝି ପାରିବେ ବୋଲି କୁହାଯାଇଥିଲା।

ଅନଲକ-୫ରେ ସାଧାରଣ ସମାବେଶରେ ଯୋଗଦେବାକୁ ଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି କରାଯାଇଥିଲା। ଏହା ନଭେମ୍ବର ମାସରେ ମଧ୍ୟ ବଳବତ୍ତର ରହିବ। କଣ୍ଟେନମେଣ୍ଟ ଜୋନ ବାହାରେ ହେବାକୁ ଥିବା ସାମାଜିକ, ରାଜନୀତିକ, ଧାର୍ମିକ ଓ କ୍ରୀଡ଼ା କାର୍ଯ୍ୟକ୍ରମରେ ୧୦୦ ଜଣ ଲୋକ ଯୋଗଦେଇପାରିବେ।

ତେବେ ଯେଉଁ ସବୁ ବନ୍ଦ କୋଠରୀରେ ଉପରୋକ୍ତ ସାମାବେଶ ହେଉଥିବ ସେଠାରେ କେବଳ ୫୦% ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ। ଏଠାରେ ମାସ୍କ, ସାମାଜିକ ଦୂରତା ଓ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଛି। ଖୋଲା ସ୍ଥାନରେ ଆୟୋଜିତ ହେବାକୁ ଥିବା ସମାବେଶରେ ପଡ଼ିଆର ଆକାରକୁ ଦେଖି ରାଜ୍ୟ ସରକାରମାନେ ସମାବେଶ ପାଇଁ ଅନୁମତି ଦେବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା।

COVID Guideline