Advertisment

ପୁଣି ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ୍‌

ଲକ୍ଷ୍ନୌ:ପୁଣି ଥରେ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ୍‌। ଏଥର କୌଣସି ଚିଠି ମାଧ୍ୟମରେ ନୁହେଁ ବରଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍‌ ପୋଷ୍ଟ ମାଧ୍ୟମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦିଆଯାଇଛି। ଯୋଗୀ ଆଦିତ୍ୟନାଥଙ୍କୁ ଧମକ ଦିଆଯାଇଥିବା ସୂଚନା ପାଇ ପୋଲିସ ବିଭାଗରେ ତତ୍ପରତା ଦେଖିବାକୁ ମିଳିଛି। ସୂଚନା ଅନୁସାରେ,‘ଆତ୍ମ ପ୍ରକାଶ ପଣ୍ଡିତ’ ନାମକ ଏକ ଫେସ୍‌ବୁକ୍‌ ପେଜ୍‌ରୁ ଯୋଗୀଙ୍କୁ ଏହି ହତ୍ୟା ଧମକ ଦିଆଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ‘ଯୋଗୀଙ୍କ ମୁଣ୍ଡ କାଟିବା […]

ଅଦ୍ୟତନ ହୋଇଛି
ପୁଣି ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ୍‌

jogi

Advertisment

ଲକ୍ଷ୍ନୌ:ପୁଣି ଥରେ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ୍‌। ଏଥର କୌଣସି ଚିଠି ମାଧ୍ୟମରେ ନୁହେଁ ବରଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍‌ ପୋଷ୍ଟ ମାଧ୍ୟମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦିଆଯାଇଛି। ଯୋଗୀ ଆଦିତ୍ୟନାଥଙ୍କୁ ଧମକ ଦିଆଯାଇଥିବା ସୂଚନା ପାଇ ପୋଲିସ ବିଭାଗରେ ତତ୍ପରତା ଦେଖିବାକୁ ମିଳିଛି।

Advertisment

ସୂଚନା ଅନୁସାରେ,‘ଆତ୍ମ ପ୍ରକାଶ ପଣ୍ଡିତ’ ନାମକ ଏକ ଫେସ୍‌ବୁକ୍‌ ପେଜ୍‌ରୁ ଯୋଗୀଙ୍କୁ ଏହି ହତ୍ୟା ଧମକ ଦିଆଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ‘ଯୋଗୀଙ୍କ ମୁଣ୍ଡ କାଟିବା ବ୍ୟକ୍ତିଙ୍କୁ ୨ କୋଟି ଟଙ୍କାର ପୁରସ୍କାର ଦିଆଯିବ।’ ହେଲେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେଉଁ ଫେସ୍‌ବୁକ୍‌ ପ୍ରୋଫାଇଲରୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଧମକ ଦିଆଯାଇଛି ତାର ଆଡମିନ୍ ନିଜେ ପୋଲିସକୁ ଏହି ସୂଚନା ଦେଇଛନ୍ତି। ତାଙ୍କ ଫେସବୁକ ପେଜ୍‌କୁ ହ୍ୟାକ କରାଯାଇଥିବା ଆତ୍ମ ପ୍ରକାଶ ଅଭିଯୋଗ ଆଣିଛନ୍ତି।

ଆତ୍ମ ପ୍ରକାଶ ପଣ୍ଡିତଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ କରାଯାଇ ମୁରାଦାବାଦ ପୋଲିସ ନାଁ ଦିଆଯାଇଛି। ସେଥିରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୁଣ୍ଡ କାଟିବାର ଧମକ ଦିଆଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଉକ୍ତ ଘଟଣାକୁ ନେଇ ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ଯେଉଁ ଫେସ୍‌ବୁକ୍‌ ପେଜ୍‌ରୁ ଧମକ ଦିଆଯାଇଛି ସେହି ପେଜ୍‌ର ପ୍ରୋଫାଇଲ ଫଟୋରେ ପାକିସ୍ତାନର ପତାକା ରହିଛି ବୋଲି ପ୍ରାରମ୍ଭିକ ତଦନ୍ତରୁ ସୂଚନା ମିଳିଛି। ଘଟଣାରେ ଅଧିକ ତଦନ୍ତ କରାଯାଉଛି ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରେ ଦର୍ଶାଯାଇଛି।

Advertisment

ଅନ୍ୟପକ୍ଷରେ, ଗତ ଅଗଷ୍ଟ ୧୪ ତାରିଖ ଦିନ ମଧ୍ୟ ସଲମାନ ସିଦ୍ଦିକ ନାମକ ଜଣେ ବ୍ୟକ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସମେତ ଭାରତୀୟ କୃଷକ ମଞ୍ଚରର ଜାତୀୟ ସଭାପତି ଏବଂ ପାଆଇଏଲ୍ କାର୍ଯ୍ୟକର୍ତ୍ତା ଦେବେନ୍ଦ୍ର ତିୱାରୀଙ୍କୁ ହତ୍ୟା ଧମକ ଦେଇଥିଲେ। ଏହି ଘଟଣା ପରେ ପୋଲିସ ସଲମାନ ନାଁରେ ମାମଲା ରୁଜୁ କରିଥିଲା।

CM CM Yogi Adityanath Yogi Adityanath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe