Advertisment

ବିବାହ ସମାରୋହ ପାଇଁ ଜାରି ହେଲା ଗାଇଡଲାଇନ୍

ଲକ୍ଷ୍ନୌ: ଶୀତ ଆସିବା ସାଙ୍ଗକୁ କରୋନାକୁ ନେଇ ଲୋକଙ୍କ ଭୟ ଦେଖିବାକୁ ମିଳିଛି। ଆଗକୁ ମଧ୍ୟ ବିବାହ ଋତୁ ଥିବାରୁ କରୋନା ସଂକ୍ରମଣର ମାମଲା ଅଧିକ ବଢ଼ିବ ବୋଲି କୁହାଯାଉଛି। ଏହି କାରଣରୁ ବିଭିନ୍ନ ରାଜ୍ୟ ଓ ସହରର ପ୍ରଶାସନ ବିବାହ ସମାରୋହ ପାଇଁ ନୂଆ ନିୟମାବଳୀ ପ୍ରସ୍ତୁତ କରୁଛନ୍ତି। ଉତ୍ତର ପ୍ରଦେଶ ସରକାର ମଧ୍ୟ ବିବାହ ସମାରୋହକୁ ନେଇ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ୍ ମୁତାବକ, ଏବେ ବିବାହ ସମାରୋହରେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବିବାହ ସମାରୋହ ପାଇଁ ଜାରି ହେଲା ଗାଇଡଲାଇନ୍

marriege

ଲକ୍ଷ୍ନୌ: ଶୀତ ଆସିବା ସାଙ୍ଗକୁ କରୋନାକୁ ନେଇ ଲୋକଙ୍କ ଭୟ ଦେଖିବାକୁ ମିଳିଛି। ଆଗକୁ ମଧ୍ୟ ବିବାହ ଋତୁ ଥିବାରୁ କରୋନା ସଂକ୍ରମଣର ମାମଲା ଅଧିକ ବଢ଼ିବ ବୋଲି କୁହାଯାଉଛି। ଏହି କାରଣରୁ ବିଭିନ୍ନ ରାଜ୍ୟ ଓ ସହରର ପ୍ରଶାସନ ବିବାହ ସମାରୋହ ପାଇଁ ନୂଆ ନିୟମାବଳୀ ପ୍ରସ୍ତୁତ କରୁଛନ୍ତି। ଉତ୍ତର ପ୍ରଦେଶ ସରକାର ମଧ୍ୟ ବିବାହ ସମାରୋହକୁ ନେଇ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି।

Advertisment

ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ୍ ମୁତାବକ, ଏବେ ବିବାହ ସମାରୋହରେ ଅତିବେଶୀରେ ୧୦୦ ଅତିଥିଙ୍କୁ ସାମିଲ୍ ହେବା ପାଇଁ ଅନୁମତି ମିଳିବ। ୧୦୦ ଲୋକ କ୍ଷମତା ବିଶିଷ୍ଟ ବିବାହରେ ଏକାଥରକେ ୫୦ ଲୋକଙ୍କୁ ସାମିଲ୍ ହେବା ପାଇଁ ଅନୁମତି ଦିଆଯାଇଛି। ଏବେ ବିବାହରେ ବ୍ୟାଣ୍ଡପାର୍ଟି, ଡିଜେ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି।

ସେହିପରି ବୟସ୍କ ବ୍ୟକ୍ତି ଓ ଅସୁସ୍ଥ ଲୋକଙ୍କୁ ବିବାହରେ ସାମିଲ୍ ହେବା ପାଇଁ ମନା କରାଯାଇଛି। ତେବେ ସରକାର ସ୍ପଷ୍ଟ କରିଛନ୍ତି ଯେ ନିୟମ ଭାଙ୍ଗିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର ତିୱାରୀ।

Advertisment

ଉତ୍ତର ପ୍ରଦେଶରେ କରୋନା ମହାମାରୀ ସଂକ୍ରମଣ ଅଧିକ ମାରାତ୍ମକ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଏଠାରେ ୩୫ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି। ଏହାସହ ଦିନକରେ ୨୫୮୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଉତ୍ତର ପ୍ରଦେଶରେ ଏପର୍ଯ୍ୟନ୍ତ କରୋନା ମୃତ୍ୟୁ ସଂଖ୍ୟା ୭୫୫୯ରେ ପହଞ୍ଚିଛି।

ଆଗକୁ ପଢନ୍ତୁ : ରାଜ୍ୟରେ କରୋନା ନେଲା ଆଉ ୧୪ ଜୀବନ

Corona Cases In India COVID Guideline