Advertisment

ଅଯୋଧ୍ୟା ଏୟାରପୋର୍ଟର ନାମ ବଦଳାଇବେ ଯୋଗୀ ସରକାର

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ କ୍ଷମତାସୀନ ଯୋଗୀ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଅଯୋଧ୍ୟାରେ ଥିବା ଏୟାରପୋର୍ଟର ନାଁକୁ ବଦଳାଇବାକୁ ଯୋଗୀ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଏଣକି ଏଠାରେ ଥିବା ଏୟାରପୋର୍ଟର ନାଁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମ ଏୟାରପୋର୍ଟ ହେବ। କ୍ୟାବିନେଟ୍‌ ଏହି ପ୍ରସ୍ତାବ ଉପରେ ମୋହର ମାରିଥିବାରୁ ଆସନ୍ତା ଶୀତ ଅଧିବେଶନରେ ଏ ସଂକ୍ରାନ୍ତ ବିଲ୍‌ ବିଧାନସଭାରେ ଉପସ୍ଥାପନ କରାଯିବ। ସେହିପରି ମନ୍ତ୍ରିପରିଷଦରେ ପାରିତ ନାଁ ପରିବର୍ତ୍ତନ ପ୍ରସ୍ତାବକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ […]

author-image
Hemant Lenka
ଅଦ୍ୟତନ ହୋଇଛି
ଅଯୋଧ୍ୟା ଏୟାରପୋର୍ଟର ନାମ ବଦଳାଇବେ ଯୋଗୀ ସରକାର

g

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ କ୍ଷମତାସୀନ ଯୋଗୀ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଅଯୋଧ୍ୟାରେ ଥିବା ଏୟାରପୋର୍ଟର ନାଁକୁ ବଦଳାଇବାକୁ ଯୋଗୀ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଏଣକି ଏଠାରେ ଥିବା ଏୟାରପୋର୍ଟର ନାଁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମ ଏୟାରପୋର୍ଟ ହେବ।

Advertisment

କ୍ୟାବିନେଟ୍‌ ଏହି ପ୍ରସ୍ତାବ ଉପରେ ମୋହର ମାରିଥିବାରୁ ଆସନ୍ତା ଶୀତ ଅଧିବେଶନରେ ଏ ସଂକ୍ରାନ୍ତ ବିଲ୍‌ ବିଧାନସଭାରେ ଉପସ୍ଥାପନ କରାଯିବ। ସେହିପରି ମନ୍ତ୍ରିପରିଷଦରେ ପାରିତ ନାଁ ପରିବର୍ତ୍ତନ ପ୍ରସ୍ତାବକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ମଧ୍ୟ ପଠାଯିବ।
ଅଗଷ୍ଟ ୫ରେ ଅଯୋଧ୍ୟରେ ରାମ ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ସେବେଠାରୁ ଏହାକୁ ଭବ୍ୟ ଭାବେ ଗଢ଼ି ତୋଳିବାକୁ ଯୋଗୀ ସରକାର ନିଷ୍ପତ୍ତି ନେଇଛନ୍ତି।

ଆଗକୁ ପଢ଼ନ୍ତୁ : ଏଣିକି ବଳପୂର୍ବକ ଧର୍ମାନ୍ତୀକରଣ କଲେ ୧୦ ବର୍ଷ ଜେଲ୍‌

Uttar Pradesh