Advertisment

କୋଭିଡ୍ ଓ୍ୱାର୍ଡରେ ଅବ୍ୟବସ୍ଥା, ହଠାତ୍ ଝରଣା ଭଳି ବହିଲା ପାଣି...

ବରେଲୀ: ଉତ୍ତରପ୍ରଦେଶର ବରେଲୀରୁ ଏକ ଅଭାବନୀୟ ଦୃଶ୍ୟ ଲୋକଲୋଚନକୁ ଆସିଛି। ସ୍ଥାନୀୟ ଏକ ମେଡିକାଲ କଲେଜର କୋଭିଡ୍ ଓ୍ୱାର୍ଡରେ ବ୍ୟାପକ ଅବହେଳାର ଚିତ୍ର ସାମ୍ନାକୁ ଆସିଛି। ପାଣି ପାଇପ୍ ଫାଟି ଯିବା ଫଳରେ ହଠାତ୍ ବର୍ଷା ପାଣି ଓ୍ୱାର୍ଡ ଭିତରେ ଝରଣାର ଧାର ଭଳି ବହିବାରେ ଲାଗିଥିଲା। ଉକ୍ତ ସ୍ଥାନରେ କୋଭିଡ୍ ଆକ୍ରାନ୍ତମାନଙ୍କ ପାଇଁ ବେଡ୍ ବ୍ୟବସ୍ଥା କରାଯାଇଥିବାବେଳେ ହଠାତ୍ ରୁମ୍ ମଝିରୁ ପାଇପ୍ ଫାଟି ପାଣି ବହିବା ଆରମ୍ଭ ହୋଇଗଲା। ମାତ୍ର କିଛି କ୍ଷଣ ମଧ୍ୟରେ […]

ଅଦ୍ୟତନ ହୋଇଛି
କୋଭିଡ୍ ଓ୍ୱାର୍ଡରେ ଅବ୍ୟବସ୍ଥା, ହଠାତ୍ ଝରଣା ଭଳି ବହିଲା ପାଣି...

up

Advertisment

ବରେଲୀ: ଉତ୍ତରପ୍ରଦେଶର ବରେଲୀରୁ ଏକ ଅଭାବନୀୟ ଦୃଶ୍ୟ ଲୋକଲୋଚନକୁ ଆସିଛି। ସ୍ଥାନୀୟ ଏକ ମେଡିକାଲ କଲେଜର କୋଭିଡ୍ ଓ୍ୱାର୍ଡରେ ବ୍ୟାପକ ଅବହେଳାର ଚିତ୍ର ସାମ୍ନାକୁ ଆସିଛି। ପାଣି ପାଇପ୍ ଫାଟି ଯିବା ଫଳରେ ହଠାତ୍ ବର୍ଷା ପାଣି ଓ୍ୱାର୍ଡ ଭିତରେ ଝରଣାର ଧାର ଭଳି ବହିବାରେ ଲାଗିଥିଲା।

Advertisment

ଉକ୍ତ ସ୍ଥାନରେ କୋଭିଡ୍ ଆକ୍ରାନ୍ତମାନଙ୍କ ପାଇଁ ବେଡ୍ ବ୍ୟବସ୍ଥା କରାଯାଇଥିବାବେଳେ ହଠାତ୍ ରୁମ୍ ମଝିରୁ ପାଇପ୍ ଫାଟି ପାଣି ବହିବା ଆରମ୍ଭ ହୋଇଗଲା। ମାତ୍ର କିଛି କ୍ଷଣ ମଧ୍ୟରେ ସମ୍ପୂର୍ଣ୍ଣ ରୁମ୍ ଜଳମଗ୍ନ ହୋଇଗଲା। ଏହାପରେ ସେଠାରେ ଚିକିତ୍ସିତ କେତେଜଣ ରୋଗୀ ଏ ନେଇ ଟ୍ୱିଟ୍ କରି ଅଭିଯୋଗ କରିଛନ୍ତି।

Advertisment

ଏ ସମସ୍ତ ଘଟଣା ରାଜଶ୍ରୀ ହସ୍ପିଟାଲରେ ଘଟିଛି, ଯେଉଁଠି ଜିଲ୍ଲା ପ୍ରଶାସନ କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ବ୍ୟବସ୍ଥା କରିଛନ୍ତି। ହେଲେ ଏହି ବ୍ୟବସ୍ଥା ଭିତରେ ବ୍ୟାପକ ଅବ୍ୟବସ୍ଥା ମଧ୍ୟ ରହିଛି। ବର୍ଷା ହେବା ମାତ୍ରେ ଏଠାରେ ରେନ୍ ଓ୍ୱାଟର ପାଇପ୍ ଫାଟି କୋଭିଡ୍ ଓ୍ୱାର୍ଡକୁ ପୋଖରୀ ବନେଉଦେଲା। ଏପରିକି ଓ୍ୱାର୍ଡରୁ ପାଣି ଆସି ହସ୍ପିଟାଲ ପ୍ରାଙ୍ଗଣ ପର୍ଯ୍ୟନ୍ତ ବହିବାରେ ଲାଗିଲା। ଏଭଳି ସ୍ଥିତିରେ ଜଣେ ରୋଗୀ ସମସ୍ତ ଦୃଶ୍ୟର ଏକ ଭିଡିଓ କରି ଟ୍ୱିଟରରେ ଅଭିଯୋଗ କରିଛନ୍ତି। ଘଟଣାଟି ପ୍ରଘଟ ହେବା ପରେ ଏହାକୁ ଚାରିଆଡ଼େ ନିନ୍ଦା କରାଯାଉଛି।

ଏନେଇ ବରେଲୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିକ୍ରିୟା ଆସିଛି ଯେ, ବର୍ତ୍ତମାନ ହସ୍ପିଟାଲରେ ମରାମତି କାର୍ଯ୍ୟ ଚାଲିଛି। ଏହି କାରଣରୁ ପାଇପ୍ ଫାଟିଯାଇଛି ଏବଂ ପାଣି ଭର୍ତ୍ତି ହୋଇଯାଇଛି। ତେବେ ଘଟଣା ବାବଦରେ ସୂଚନା ମିଳିବା କ୍ଷଣି ପରିସ୍ଥିତି ସୁଧାରି ଦିଆଯାଇଛି ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

Twitter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe