tina-dabi
ଜୟପୁର: ୨୦୧୫ ମସିହାର ଆଇଏଏସ ଟପ୍ପର ଟିନା ଡାବିଙ୍କୁ ପଦୋନ୍ନତି ମିଳିଛି। ରାଜସ୍ଥାନ ସରକାର ତାଙ୍କୁ ଫାଇନାନ୍ସ (ଟ୍ୟାକ୍ସ) ଯୁଗ୍ମ ସଚିବ ଭାବରେ ନିଯୁକ୍ତ କରିଛନ୍ତି। ୨୬ ବର୍ଷୀୟ ଟିନା ରାଜସ୍ଥାନ ଗଙ୍ଗନଗର ଜିଲ୍ଲା ପରିଷଦର ସିଇଓ ଭାବରେ ନିୟୋଜିତ ଥିଲେ। ନିଜ ପଦୋନ୍ନତି ବାବଦରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଟିନା।
ଦିଲ୍ଲୀର ଶ୍ରୀରାମ କଲେଜରୁ ରାଜନୀତି ବିଜ୍ଞାନରେ ଗ୍ରାଜୁଏସନ ଶେଷ କରିଥିବା ଟିନା ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସେ ଆଇଏଏସ ଅଥହର ଆମୀରଙ୍କୁ ବିବାହ କରିଥିଲେ। ଏବେ କିନ୍ତୁ ଉଭୟ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ୨୦୧୫ରେ ୟୁପିଏସସି ପରୀକ୍ଷାରେ ଟିନା ଟପ୍ପର ହୋଇଥିଲେ ଆଉ ତାଙ୍କ ତଳକୁ ଥିଲେ ଅଥହର ଆମୀର।
ଆଇଏଏସ ଟ୍ରେନିଂ ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟଙ୍କ ଧର୍ମ ଅଲଗା ହୋଇଥିଲେ ମଧ୍ୟ ସେତେବେଳେ ଏହି ଦୁଇ ଯୁବ ଆଇଏଏସଙ୍କ ଯୋଡ଼ିକୁ ଅନେକ ପ୍ରଶଂସା କରିଥିଲେ। ଉଭୟ ରାଜସ୍ଥାନ କ୍ୟାଡରର। କରୋନା ବେଳେ ଟିନାଙ୍କ ଅନେକ କାର୍ଯ୍ୟ ଚର୍ଚ୍ଚାକୁ ଆସିଥିଲା। ଜୁଲାଇରେ ଟିନା ବ୍ରିକ୍ସର ସମ୍ମାନୀତ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/11/tina-dabi.jpg)