Advertisment

ସ୍ତ୍ରୀ କଥା ହେଲେନି ବୋଲି ଘରେ ନିଆଁ ଲଗାଇଦେଲେ ଯୁବକ

ଚେନ୍ନାଇ: ସ୍ତ୍ରୀ କଥା ହେଉ ନ ଥିଲେ, ତେଣୁ ତାଙ୍କୁ କିଛି ଭଲ ଲାଗୁ ନ ଥିଲା। ଆଉ ଦାମ୍ପତ୍ୟ କଳହ ପରେ ଏ ପତ୍ନୀ ବିରହ ତାଙ୍କ ମୁଣ୍ଡ ବିଗାଡିଦେଲା। ଶେଷରେ ସ୍ଥିତି ଏମିତି ହେଲା ଯେ, ସବୁ ସାରିଦେଲେ ଯୁବକ । ଘଟଣାଟି ହେଉଛି ତାମିଲନାଡ଼ୁ ତିରୁଚିନାପଲ୍ଲୀ ଅଞ୍ଚଳର। ସ୍ୱାମୀ ସ୍ତ୍ରୀ ଝଗଡ଼ା ଲାଗିବା ସାଧାରଣ କଥା। କଥା କଥାକରେ ମତାନ୍ତର ମନାନ୍ତର ହେବ ଆଉ ତା ପରେ ଯାହାକୁ ସେଇଆ। ହେଲେ କଥାଟା […]

ଅଦ୍ୟତନ ହୋଇଛି
ସ୍ତ୍ରୀ କଥା ହେଲେନି ବୋଲି ଘରେ ନିଆଁ ଲଗାଇଦେଲେ ଯୁବକ

rr

Advertisment

ଚେନ୍ନାଇ: ସ୍ତ୍ରୀ କଥା ହେଉ ନ ଥିଲେ, ତେଣୁ ତାଙ୍କୁ କିଛି ଭଲ ଲାଗୁ ନ ଥିଲା। ଆଉ ଦାମ୍ପତ୍ୟ କଳହ ପରେ ଏ ପତ୍ନୀ ବିରହ ତାଙ୍କ ମୁଣ୍ଡ ବିଗାଡିଦେଲା।

Advertisment

ଶେଷରେ ସ୍ଥିତି ଏମିତି ହେଲା ଯେ, ସବୁ ସାରିଦେଲେ ଯୁବକ ।

ଘଟଣାଟି ହେଉଛି ତାମିଲନାଡ଼ୁ ତିରୁଚିନାପଲ୍ଲୀ ଅଞ୍ଚଳର।

ସ୍ୱାମୀ ସ୍ତ୍ରୀ ଝଗଡ଼ା ଲାଗିବା ସାଧାରଣ କଥା। କଥା କଥାକରେ ମତାନ୍ତର ମନାନ୍ତର ହେବ ଆଉ ତା ପରେ ଯାହାକୁ ସେଇଆ। ହେଲେ କଥାଟା ଏତେ ବାଟକୁ ଚାଲିଯିବ ସେ କଥା ଆପଣ କଳ୍ପନା ବି କରି ପାରିବେନି।

ଉପରବର୍ଣ୍ଣିତ ଘଟଣା ସମ୍ପର୍କରେ ଆପଣ ଜାଣିବା ପରେ ମୁଣ୍ଡରେ ହାତ ଦେବେ।

publive-image

କଥା ହେଉଛି ତାମିଲନାଡୁର ବେକାର ଥିବା ସେହି ଯୁବକ ନିଜ ପତ୍ନୀଙ୍କ ସହ କୌଣସି କାରଣରୁ ଝଗଡ଼ା କରିଥିଲେ। ପରିସ୍ଥିତି ଏମିତି ହେଲା ଯେ, ଦୁହେଁ ମୁହଁ ଫୁଲାଫୁଲି ହେଲେ ଆଉ କଥା ହେଲେନି। ଶେଷରେ ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ଚରମ ରୂପ ନେଲା।

Advertisment

ସ୍ତ୍ରୀ କଥା ନ ହେବାରୁ ସ୍ୱାମୀର ରାଗ ଏମିତି ମୁଣ୍ଡକୁ ଉଠିଲା ଯେ, ହନୁମାନ ଲଙ୍କାରେ ନିଆଁ ଲଗାଇବା ଭଳି ସେ ଘରେ ନିଆଁ ଲଗାଇ ଦେଲେ। ଖାଲି ଘରେ ନୁହେଁ ନିଜ ବାଇକ୍‌ ବି ଜାଳି ପକାଇଲେ।

ଘଟଣା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

ପୁଲିସ କହଛି ଅଭିଯୁକ୍ତ ଜଣଙ୍କ କିଛି କାମ କରନ୍ତି ନାହିଁ। ହେଲେ ତାଙ୍କ ସ୍ତ୍ରୀ ଏକ ଡାକ୍ତରଖାନାରେ କାମ କରନ୍ତି। ସ୍ଵାମୀ ନିଜ ଚାକିରି ପାଇଁ କୌଣସି ଉଦ୍ୟମ କରୁନଥିବା କଥାକୁ ନେଇ କିଛିଦିନ ହେବା ଦୁହିଁଙ୍କ ଭିତରେ ଝଗଡ଼ା ଓ ପରେ କଥାବାର୍ତ୍ତା ବନ୍ଦ ହୋଇଥିଲା। ଯାହାକୁ ଯୁବକ ଜଣକ ବରଦାସ୍ତ କରି ନ ପାରି ମଦ୍ୟପାନ କରିବା ପରେ ଏମିତି କାଣ୍ଡ ଘଟାଇଛନ୍ତି। ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଘଟଣାର ଛାନଭିନ୍‌ ଜାରି ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe