ସ୍ତ୍ରୀ ଉପରେ ରାଗି ମାସେ ହେଲା ୮୦ ଫୁଟ ତାଳ ଗଛରେ ରହୁଛନ୍ତି ସ୍ୱାମୀ

ଲକ୍ଷ୍ନୌ: ଅଜବ, ଅଦ୍ଭୁତ ପୁଣି ଆଶ୍ଚର୍ଯ୍ୟ। ପତ୍ନୀ ସହ ମନୋମାଳିନ୍ୟ ହେବାରୁ ସ୍ୱାମୀ ଘର ଛାଡ଼ି ଗଛ ଉପରେ ରହୁଛନ୍ତି। ଦିନେ ନୁହେଁ କି ଦୁଇଦିନ ନୁହେଁ, ମାସେ ହେବ ଏକ ୮୦ ଫୁଟ୍‌ ତାଳ ଗଛ ଉପରେ ରହୁଛନ୍ତି ସମ୍ପୃକ୍ତ ବ୍ୟକ୍ତି। ଉତ୍ତରପ୍ରଦେଶର ମାଉ ଜିଲ୍ଲାର କୋପାଗଞ୍ଜ ଅଞ୍ଚଳରୁ ଏମିତି ବିଚିତ୍ର ଦୃଶ୍ୟ ଆସିଛି। ସ୍ତ୍ରୀ ଉପରେ ରାଗି ତାଳ ଗଛ ଉପରେ ରହୁଥିବା ଏହି ବ୍ୟକ୍ତି ଜଣକ ହେଲେ ୪୨ ବର୍ଷୀୟ ରାମ ପ୍ରଭେଶ […]

tree

tree

Tapas Behera
  • Published: Friday, 26 August 2022
  • Updated: 27 August 2022, 07:18 AM IST

ଲକ୍ଷ୍ନୌ: ଅଜବ, ଅଦ୍ଭୁତ ପୁଣି ଆଶ୍ଚର୍ଯ୍ୟ। ପତ୍ନୀ ସହ ମନୋମାଳିନ୍ୟ ହେବାରୁ ସ୍ୱାମୀ ଘର ଛାଡ଼ି ଗଛ ଉପରେ ରହୁଛନ୍ତି। ଦିନେ ନୁହେଁ କି ଦୁଇଦିନ ନୁହେଁ, ମାସେ ହେବ ଏକ ୮୦ ଫୁଟ୍‌ ତାଳ ଗଛ ଉପରେ ରହୁଛନ୍ତି ସମ୍ପୃକ୍ତ ବ୍ୟକ୍ତି। ଉତ୍ତରପ୍ରଦେଶର ମାଉ ଜିଲ୍ଲାର କୋପାଗଞ୍ଜ ଅଞ୍ଚଳରୁ ଏମିତି ବିଚିତ୍ର ଦୃଶ୍ୟ ଆସିଛି।

ସ୍ତ୍ରୀ ଉପରେ ରାଗି ତାଳ ଗଛ ଉପରେ ରହୁଥିବା ଏହି ବ୍ୟକ୍ତି ଜଣକ ହେଲେ ୪୨ ବର୍ଷୀୟ ରାମ ପ୍ରଭେଶ । ଗତ ୬ ମାସ ହେଲା ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପାରିବାରିକ କଳହ ଲାଗି ରହିଛି।  ଉଭୟଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ହେବା ସହ ତାଙ୍କ ସ୍ତ୍ରୀ ତାଙ୍କୁ ପିଟୁଥିବା ସେ ଅଭିଯୋଗ କରିଛନ୍ତି। ପତ୍ନୀର ନିର୍ଯାତନା ତାଙ୍କ ପାଇଁ ଅସହ୍ୟ ହୋଇପଡ଼ିଥିଲା । ସ୍ତ୍ରୀ ଉପରେ ସେ ଏତେ ରାଗିଯାଇଥିଲେ ଯେ, ଘର ଛାଡ଼ି ଗଛ ଉପରେ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେଣୁ ସେ ଏକ ତାଳ ଗଛ ଉପରେ ମଞ୍ଚା କରି ରହି ଆସୁଛନ୍ତି।

ପରିବାର ଲୋକେ ରାମଙ୍କ ପାଇଁ ଖାଦ୍ୟ ଓ ପାଣି ବ୍ୟବସ୍ଥା ସେଇ ଗଛରେ କରିଦିଅନ୍ତି। ଏକ ଦଉଡ଼ି ସହାୟତାରେ ଖାଦ୍ୟ ଟିଫିନ୍ ଓ ପାଣି ଝୁଲାଇ ଦିଅନ୍ତି। ଏହା ପରେ ସେଇ ଦଉଡ଼ିକୁ ରାମ ଟାଣିନେଇ ଉପରେ ଖାଆନ୍ତି। ଗ୍ରାମବାସୀଙ୍କ କହିବାନୁସାରେ, ରାମ ପ୍ରଭେଶ ରାତିରେ କିଛି ସମୟ ପାଇଁ ଗଛ ତଳକୁ ଓହ୍ଲାଇ ଆସନ୍ତି। ପୁଣି ଶୌଚ କାମ ସାରି ତାଳ ଗଛକୁ ଚଢ଼ି ଯାଆନ୍ତି। ଗ୍ରାମବାସୀମାନେ ତାଙ୍କୁ ଗଛ ତଳକୁ ଓହ୍ଲାଇ ଆସିବାକୁ ବହୁ ନିବେଦନ କରିଛନ୍ତି। ହେଲେ ରାମ ପ୍ରଭେଶ ମନା କରି ଦିଅନ୍ତି। ଏହା ପରେ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ । ଯେତେ ଅନୁରୋଧ କରିବା ସତ୍ତ୍ୱେ ରାମ ପ୍ରଭେଶ ଓହ୍ଲାଇ ନଥିଲେ।

ଗାଁ ମୁଖିଆ ଦୀପକ କୁମାର କହିଛନ୍ତି, ତାଳ ଗଛରେ ସେ ରହୁଥିବାରୁ ଗ୍ରାମବାସୀ ବିରୋଧ କରିଥିଲେ । କାରଣ ପାଖରେ ଅନେକ ଘର ରହିଛି। ସେ ଉପରେ ରହି ସବୁ ଦେଖୁଛନ୍ତି। ନିଜର ଗୋପନୀୟତା ହନନ ନେଇ ଗାଁର ଅନେକ ମହିଳା ତାଙ୍କ ନାମରେ ଅଭିଯୋଗ ଆଣିଛନ୍ତି।  ଆମେ ପୁଲିସକୁ ଏ ବିଷୟରେ ଜଣାଇଥିଲୁ । କିନ୍ତୁ ସେମାନେ ଆସି ଏକ ଭିଡିଓ କ୍ଲିପ କରି ଚାଲିଗଲେ।  ରାମ ପ୍ରଭେଶଙ୍କ ବାପା ଶ୍ରୀକୃଷ୍ଣ ରାମ କହିଛନ୍ତି ଯେ ତାଙ୍କ ପୁଅକୁ ଦେଖିବାକୁ ପ୍ରତିଦିନ ବିଭିନ୍ନ ସ୍ଥାନରୁ ଲୋକଙ୍କ ଭିଡ଼ ଜମୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story