Advertisment

ଟ୍ରମ୍ପଙ୍କୁ ଜିତାଇବାକୁ ପାଓଲାଙ୍କ ଅଜବ ପ୍ରାର୍ଥନା, ଭିଡିଓ ଦେଖନ୍ତୁ...

ଓ୍ୱାଶିଂଟନ: ଆମେରିକା ରାଷ୍ଚ୍ରପତି ନିର୍ବାଚନ ଉପରେ ସାରା ବିଶ୍ୱର ନଜର। ଡୋନାଲଡ୍ ଟ୍ରମ୍ପ ଏବଂ ଜୋଏ ବାଉଡେନଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା ଭୋଟ ଗଣତି ଚାଲିଥିବା ବେଳେ ଜୋଏ ଟ୍ରମ୍ପଙ୍କଠାରୁ ଆଗୁଆ ଚାଲିଛନ୍ତି। ଜୋଏ ଦୃଢ଼ୋକ୍ତି ଦେଇଛନ୍ତି ଯେ, ସେ ନିଶ୍ଚିତ ଏହି ନିର୍ବାଚନ ଜିତିବେ। ମ୍ୟାଜିକ୍ ନଂ 270 ନିଶ୍ଚୟ ହାସଲ କରିବେ ବୋଲି ଜୋଏ କହିଛନ୍ତି। ଅନ୍ୟପଟେ ଟ୍ରମ୍ପଙ୍କ ଆଧ୍ୟାତ୍ମିକ ପରାମର୍ଶଦାତା ପାଓଲା ହ୍ୱାଇଟଙ୍କ ଏକ ଭିଡିଓ […]

author-image
Pragnya Choudhury
ଟ୍ରମ୍ପଙ୍କୁ ଜିତାଇବାକୁ ପାଓଲାଙ୍କ ଅଜବ ପ୍ରାର୍ଥନା, ଭିଡିଓ ଦେଖନ୍ତୁ...

paola

ଓ୍ୱାଶିଂଟନ: ଆମେରିକା ରାଷ୍ଚ୍ରପତି ନିର୍ବାଚନ ଉପରେ ସାରା ବିଶ୍ୱର ନଜର। ଡୋନାଲଡ୍ ଟ୍ରମ୍ପ ଏବଂ ଜୋଏ ବାଉଡେନଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା ଭୋଟ ଗଣତି ଚାଲିଥିବା ବେଳେ ଜୋଏ ଟ୍ରମ୍ପଙ୍କଠାରୁ ଆଗୁଆ ଚାଲିଛନ୍ତି। ଜୋଏ ଦୃଢ଼ୋକ୍ତି ଦେଇଛନ୍ତି ଯେ, ସେ ନିଶ୍ଚିତ ଏହି ନିର୍ବାଚନ ଜିତିବେ।

Advertisment

ମ୍ୟାଜିକ୍ ନଂ 270 ନିଶ୍ଚୟ ହାସଲ କରିବେ ବୋଲି ଜୋଏ କହିଛନ୍ତି। ଅନ୍ୟପଟେ ଟ୍ରମ୍ପଙ୍କ ଆଧ୍ୟାତ୍ମିକ ପରାମର୍ଶଦାତା ପାଓଲା ହ୍ୱାଇଟଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ଜିତାଇବା ଲାଗି ସେ ଅଜବ ଶୈଳୀରେ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି।

ଭିଡିଓରେ ପାଓଲା କହୁଛନ୍ତି, ମୋତେ ବିଜୟୀ ହେବାର ସ୍ୱର ଶୁଭୁଛି, ପ୍ରଭୁ କହୁଛନ୍ତି ଏହା ହୋଇସାରିଛି। ମୋତେ ବିଜୟୀ, ବିଜୟୀ ଶୁଣାଯାଉଛି। ବର୍ତ୍ତମାନ ସ୍ୱର୍ଗରୁ ଦୂତଙ୍କୁ ପଠାଯାଉଛି ବୋଲି କହି ଲାଟିନ୍ ଭାଷାରେ ପାଓଲା ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି।

Advertisment

ତେବେ ଆଇପିଏସ ଅଫିସର ଅରୁଣ ବୋତ୍ରା ଏହି ଭିଡିଓଟିକୁ ଶେୟାର କରିଛନ୍ତି। ସେ ଲେଖିଛନ୍ତି, "ଆମେରିକା ପାଇଁ ଏବେ ପ୍ରକୃତରେ ମୁଁ ଚିନ୍ତିତ ହେଉଛି।" ଅରୁଣ ବୋଥ୍ରା ଭିଡିଓଟି ଶେୟାର କରିବା ପରେ ଅନେକ ଲୋକ ଏଥିରେ ପ୍ରତିକ୍ରିୟା ଦେଉଛନ୍ତି।

Donald Trump